ବାଘପାଲିର ବାଘ ମୃତ୍ୟୁ ଘଟଣା, ୨ଜଣ ଗିରଫ

author img

By

Published : Sep 15, 2022, 7:26 PM IST

କଲରାପତରିଆ ବାଘ ମୃତ୍ୟୁ ଘଟଣା, ୨ଜଣ ଗିରଫ

ବାଘପାଲିର କଲରାପତରିଆ ବାଘ ମୃତ୍ୟୁ ଘଟଣା । ଏହି ଘଟଣାରେ ବନ ବିଭାଗ ୨ଜଣଙ୍କୁ ଗିରଫ କରିଛି । ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ରେଞ୍ଜ ଅନ୍ତର୍ଗତ ବାଘପାଲି ଜଙ୍ଗଲରେ ଏକ କଲରାପତାରିଆ ବାଘର ମୃତଦେହ ଉଦ୍ଧାର ହୋଇଥିଲା । ଅଧିକ ପଢନ୍ତୁ

ସୁବର୍ଣ୍ଣପୁର: ବାଘପାଲିରୁ ବାଘର ମୃତ ଦେହ ଉଦ୍ଧାର ଘଟଣା। ଜିଲ୍ଲାର ଉଲୁଣ୍ଡା ରେଞ୍ଜ ଅନ୍ତର୍ଗତ ବାଘପାଲି ଜଙ୍ଗଲରେ ଏକ କଲରାପତରିଆ ବାଘର ମୃତ ଦେହ ଠାବ ହୋଇଥିଲା । ଏନେଇ କଲରାପତରିଆ ବାଘର ମୃତଦେହ ଉଦ୍ଧାର ଘଟଣାରେ ବନ ବିଭାଗ ୨ଜଣଙ୍କୁ ଗିରଫ କରିଛି ।

କଲରାପତରିଆ ବାଘ ମୃତ୍ୟୁ ଘଟଣା, ୨ଜଣ ଗିରଫ

ସୂଚନା ଅନୁଯାୟୀ, ଗତ ୧୩ ତାରିଖରେ ସୁବର୍ଣ୍ଣପୁର ଜିଲ୍ଲାର ବାଘପାଲି ସଂରକ୍ଷିତ ଜଙ୍ଗଲରେ ଏକ କଲରାପତରିଆ ବାଘର ଗଳିତ ମୃତଦେହ ଠାବ ହୋଇଥିଲା । ଜଙ୍ଗଲର ଆଭ୍ୟନ୍ତରୀଣ ଅଞ୍ଚଳରେ ବାଘର ମୃତ ଦେହ ପଡିଥିବା ସ୍ଥାନୀୟ ଲୋକେ ଲୋକେ ଦେଖିବାକୁ ପାଇଥିଲେ । ଏନେଇ ଉଲୁଣ୍ଡା ବନବିଭାଗର ଅଧିକାରୀ ଖବରପାଇ ଘଟଣାସ୍ଥଳକୁ ଯାଇ ବାଘଟିର ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିଲେ । ଘଟଣା ସ୍ଥଳରେ ବାଘର ମୃତଦେହ ବ୍ୟବଚ୍ଛେଦ କରାଯାଇ ସେହି ସ୍ଥାନରେ ମୃତଦେହ ପୋତି ଦିଆଯାଇ ଥିଲା । ବନ ବିଭାଗୀୟ ଅଧିକାରୀଙ୍କ ତଦନ୍ତ ବେଳେ ମୃତ ବାଘଟିର ଦାନ୍ତ ଓ ନଖ ଗୁଡିକ କେହି କାଟି ନେଇଥିବା ଜଣା ପଡ଼ିଥିଲା । ସେହିପରି ପ୍ରାୟ ଦୁଇ ସପ୍ତାହ ହେଲା ବାଘର ମୃତ୍ୟୁ ହୋଇଥିବା ଅନୁମାନ କରାଯାଇଥିଲା । ଏହାପରେ ବନ ବିଭାଗ ପକ୍ଷରୁ ଘଟଣାର ତଦନ୍ତ କରାଯାଇଥିଲା ।

ତଦନ୍ତ ବେଳେ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂଷ୍ପର୍ଶରେ ଆସି କଲରାପତରିଆ ବାଘଟିର ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା । ଶିକାରୀମାନେ ମୃତ ବାଘରଟିର ନଖକାଟି ଫେରାର ମାରିଥିବା ତଦନ୍ତବେଳେ ଜାଣିବାକୁ ପାଇଥିଲା ବନବିଭାଗ । ଏହାପରେ ସ୍ଥାନିୟ ଅଞ୍ଚଳରେ ସକ୍ରିୟ ଥିବା ଶିକାରୀଙ୍କ ଉପରେ କଡ଼ା ନଜର ରଖିଥିଲେ ବନ କର୍ମଚାରୀ । ଏହି ଘଟଣାରେ କୋଟସମଲାଇ ଗାଁର ୨ଜଣ ଶିକାରୀଙ୍କୁ ସନ୍ଦେହ କରି ଅଟକ ରଖିଥିଲା ବନବିଭାଗ । ବାରାହା ଶିକାର ପାଇଁ ବିଚ୍ଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏହି କଲରା ପତରିଆ ବାଘଟିର ମୃତ୍ୟୁ ହୋଇଥିଲା । କେବଳ ଏହି ଘଟଣା ନୁହେଁ ପୂର୍ବରୁ ମଧ୍ୟ ବିଦ୍ୟୁତ ତାର ବିଚ୍ଛାଇ ଦନ୍ତା ହାତୀ ଶିକାର କରିଥିଲେ ଶିକାରୀ । ଏହି ଅଞ୍ଚଳରୁ ଗୋଟିଏ ଦନ୍ତା ହାତୀକୁ ହତ୍ୟାକରି ଦାନ୍ତ ଚୋରି କରିଥିଲେ ଶିକାରୀ । ସେହିଭଳି ଏହି ସ୍ଥାନରେ ଗତବର୍ଷ ବାରାହ ପାଇଁ ଶିକାରୀ ବିଛାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଯୁବକର ମୃତ୍ୟୁ ହୋଇଥିବା ମଧ୍ୟ ଦେଖିବାକୁ ମିଳିଥିଲା ।

ଜିଲ୍ଲାର ଉଲୁଣ୍ଡା ବନାଞ୍ଚଳରେ ଜନ୍ତୁ ଶିକାରୀ ସକ୍ରିୟ ଥିବା ନେଇ ଖବର ବନ ବିଭାଗ ପାଖରେ ରହିଛି । ଏଥିପ୍ରତି ସଜାଗ ରହିଥିଲେ ବିଲୁପ୍ତ ପ୍ରାୟ କଲରାପତରିଆ ବାଘର ଶୋଚନୀୟ ମୃତ୍ୟୁ ହୋଇନଥାନ୍ତା ବୋଲି ସାଧାରଣରେ ଚର୍ଚ୍ଚା ହୋଉଛି । ତେବେ ତଦନ୍ତ ଜାରି ରହିଥିବାରୁ ଏନେଇ ବନ ବିଭାଗର ପ୍ରତିକ୍ରିୟା ମିଳିପାରି ନାହିଁ । ସେପଟେ ସୁରକ୍ଷା ଅଭାବରୁ ବିଲୁପ୍ତ ପ୍ରାୟ କଲରାପତରିଆ ବାଘର ମୃତ୍ୟୁ ହେଉଥିବା ନେଇ ଅଭିଯୋଗ ଆଣିଛନ୍ତି ପରିବେଶ ଓ ବନ୍ୟଜନ୍ତୁ ପ୍ରେମୀ ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.