ଯାଦୁଗର ଭେଟଘାଟ ଓ ପ୍ରଶିକ୍ଷଣ ଶିବିର, କଳା ପ୍ରଦର୍ଶନ କଲେ ଅତିରିକ୍ତ ଜିଲ୍ଲାପାଳ

ଯାଦୁଗର ଭେଟଘାଟ ଓ ପ୍ରଶିକ୍ଷଣ ଶିବିର, କଳା ପ୍ରଦର୍ଶନ କଲେ ଅତିରିକ୍ତ ଜିଲ୍ଲାପାଳ
ସୁବର୍ଣ୍ଣପୁର ସଂସ୍କୃତି ଭବନରେ ଯାଦୁଗର ଭେଟଘାଟ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏଥିରେ ନିଜ ଯାଦୁକଳା ପ୍ରଦର୍ଶନ କରିଛନ୍ତି ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାସ । ଅଧିକ ପଢନ୍ତୁ
ସୁବର୍ଣ୍ଣପୁର: ସହରର ସଂସ୍କୃତି ଭବନଠାରେ ଆୟୋଜିତ ଯାଦୁଗର ଭେଟଘାଟ ଓ ପ୍ରଶିକ୍ଷଣ ଶିବିର (Jadugar Bhetghat programme)ରେ ନିଜର ଯାଦୁଗରୀ କଳାର ପ୍ରଦର୍ଶନ କରିଛନ୍ତି ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାସ । ଏଥିରେ ସେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଉପସ୍ଥିତ ଥିବା ଦର୍ଶକଙ୍କୁ ପ୍ରାୟ ୨ରୁ ଅଧିକ ମିନିଟ ଧରି ଯାଦୁ ଦେଖାଇଥିଲେ ।
ଏହା ବି ପଢନ୍ତୁ- ବାରହା ଆକ୍ରମଣରେ ଫରେଷ୍ଟ ଗାର୍ଡ ଗୁରୁତର
ଏହି ଭେଟଘାଟ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଆଖିକୁ ବିଶ୍ବାସ କରାଯାଇ ପାରୁ ନ ଥିବା ପ୍ରାୟ ୫ଟି ଯାଦୁ ଖେଳ ପ୍ରଦର୍ଶନ କରିଛନ୍ତି ।ଏହି ଦୁଇ ଦିନିଆ ସର୍ବଭାରତୀୟ ସ୍ତରୀୟ ଯାଦୁଗର ଭେଟଘାଟ ଓ ପ୍ରଶିକ୍ଷଣ ଶିବିରରେ ବିଭିନ୍ନ ରାଜ୍ୟର ପ୍ରାୟ ୬୦ ଜଣ ଯାଦୁଗର ସାମିଲ ହୋଇଛନ୍ତି । କ୍ରମାନ୍ବୟରେ ଯାଦୁଗରମାନେ ନିଜ ନିଜର ଖେଳ ପ୍ରଦର୍ଶନ କରୁଥିବା ବେଳେ ସଂଧ୍ୟାରେ ପ୍ରଶିକ୍ଷଣ ଶିବିରର ବି ଆୟୋଜନ କରାଯାଇଛି ।
ଏହା ବି ପଢନ୍ତୁ- ସରକାରୀ ଜମି ଉଚ୍ଛେଦରୁ ବାଦ୍ ପଡିବେନି ବଡ଼ବଡ଼ିଆ: ସୁବର୍ଣ୍ଣପୁର ଜିଲ୍ଲାପାଳ
ଖ୍ୟାତି ସମ୍ପନ୍ନ ଯାଦୁଗରମାନେ ଏଥିରେ ସାମିଲ ହୋଇ ନିଜ ନିଜର କୌଶଳ ପ୍ରଦର୍ଶନ କରୁଛନ୍ତି । ତେବେ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳଙ୍କ ଯାଦୁ ପ୍ରଦର୍ଶନ ଦେଖଣାହାରୀଙ୍କୁ ବେଶ ବିମୋହିତ କରିଛନ୍ତି । ନିଜ ଯାଦୁଗରୀ କଳା ପ୍ରଦର୍ଶନ କରି ସେ ଦର୍ଶକଙ୍କୁ ବାନ୍ଧି ରଖିପାରିଥିଲେ । ଅତିରିକ୍ତ ଜିଲ୍ଲାପାଳଙ୍କ ଏଭଳି କଳାକୁ ଜିଲ୍ଲାବାସୀ ବେଶ ପ୍ରଶଂସା କରିଛନ୍ତି ।
ଇଟିଭି ଭାରତ, ସୁବର୍ଣ୍ଣପୁର
