ସୋନପୁରରେ ଯାଦବ ଲୋକେ ଉପେକ୍ଷିତ ହେଉଥିବା ଅଭିଯୋଗ

author img

By

Published : Oct 11, 2021, 7:00 PM IST

ସୋନପୁରରେ ଯାଦବ ଲୋକେ ଉପେକ୍ଷିତ ହେଉଥିବା ଅଭିଯୋଗ

ସୁବର୍ଣ୍ଣପୁରରେ ଯାଦବ ସଂପ୍ରଦାୟର ଲୋକେ ଉପେକ୍ଷିତ ହେଉଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ସୁବର୍ଣ୍ଣପୁର: ଜିଲ୍ଲାରେ ଯାଦବ ଲୋକଙ୍କୁ ଉପେକ୍ଷିତ କରାଯାଉଥିବା ଅଭିଯୋଗ ହୋଇଛି । ଏହା ବିରୋଧରେ ଉତ୍କଳ ଯାଦବ ମହାସଭା ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲା ଶାଖା ସଭାପତି ତପନ ଜୁଆଡିଙ୍କ ନେତୃତ୍ବରେ ଶତାଧିକ ଯାଦବ ସଂପ୍ରଦାୟର ଲୋକ ଏହି ଆନ୍ଦୋଳନରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି ।

ସୋନପୁରରେ ଯାଦବ ଲୋକେ ଉପେକ୍ଷିତ ହେଉଥିବା ଅଭିଯୋଗ

1989-90 ମହିହାରୁ ମଣ୍ଡଳ କମିଶନ ଯାଦବଙ୍କୁ ଅନ୍ୟାନ୍ୟ ପଛୁଆ ବର୍ଗରେ ସାମିଲ କରିବା ପାଇଁ ସୁପାରିଶ କରିଥିଲେ ମଧ୍ୟ ଯାଦବଙ୍କୁ ପଛୁଆବର୍ଗ ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଯାଉ ନ ଥିବା ଅଭିଯୋଗ ହୋଇଛି । ତେବେ ନିକଟରେ ଉଚ୍ଚତମ ନ୍ୟାୟାଳୟ ରାଜ୍ୟ ସରକାରଙ୍କୁ ଏ ଦିଗରେ ପଦକ୍ଷେପ ନେବା ପାଇଁ କହିଥିଲେ । ମାତ୍ର ରାଜ୍ୟ ସରକାର ଓ ଉଚ୍ଚତମ ନ୍ୟାୟାଳୟର ନିର୍ଦ୍ଦେଶରେ ତାଳମେଳ ରହୁ ନ ଥିବା ଅଭିଯୋଗ ହୋଇଛି । ଫଳରେ ଯାଦବ ସଂପ୍ରଦାୟର ଲୋକେ ଶିକ୍ଷା ଓ ବିଭିନ୍ନ ସରକାରୀ ଯୋଜନାରେ ପଛୁଆ ବର୍ଗ ଶ୍ରେଣୀର ସୁଫଳ ପାଇବାରୁ ବଞ୍ଚିତ ହେଉଛନ୍ତି ।

ଯାଦବ ସଂପ୍ରଦାୟର ଲୋକେ ତାଙ୍କ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ହେଉଥିବାବେଳେ ସେମାନେ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଠାରେ ଉପେକ୍ଷିତ ହେଉଥିବା ଅଭିଯୋଗ କରିଛନ୍ତି । ତେବେ ଯାଦବଙ୍କୁ ଅନ୍ୟାନ୍ୟ ପଛୁଆ ବର୍ଗରେ ସାମିଲ କରିବା ସହିତ 2021ରେ ଜାତିଭିତ୍ତିକ ଜନଗଣନା କରିବା ପାଇଁ ଦାବି ଉପସ୍ଥାପନ କରିଛନ୍ତି । ଯାଦବ ସମାଜର ଦାବି ପୂରଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଜିଲ୍ଲା ପ୍ରଶାସନକୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.