ସୁବର୍ଣ୍ଣପୁରରେ ବୁଲା କୁକୁରଙ୍କ ରାଜ, ଜନଜୀବନ ପ୍ରଭାବିତ

author img

By

Published : Sep 20, 2021, 3:40 PM IST

ସୁବର୍ଣ୍ଣପୁର ସହରରେ ବୁଲା କୁକୁରଙ୍କ ଆତଙ୍କ

ସୁବର୍ଣ୍ଣପୁର ସହରରେ ବୁଲା କୁକୁରଙ୍କ ଆତଙ୍କ ଦେଖାଦେଇଛି । ବୁଲା କୁକୁରଙ୍କ ପ୍ରାଦୁର୍ଭାବରେ ସହରବାସୀଙ୍କ ଜନଜୀବନ ବେଶ ପ୍ରଭାବିତ ହେଉଛି । ଅଧିକ ପଢନ୍ତୁ...

ସୁବର୍ଣ୍ଣପୁର: ସହରରେ ବୁଲା କୁକୁରଙ୍କ ଆତଙ୍କ ଦେଖାଦେଇଛି । ବୁଲା କୁକୁରଙ୍କ ପ୍ରାଦୁର୍ଭାବରେ ସହରବାସୀଙ୍କ ଜନଜୀବନ ବେଶ ପ୍ରଭାବିତ ହେଉଛି । ବିଶେଷକରି ସହରର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ବୁଲା କୁକୁରଙ୍କ ଯୋଗୁଁ ବାଇକ ଆରୋହୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନେକ ସମୟରେ ବୁଲା କୁକୁରଙ୍କ ପାଇଁ ଅନେକ ଛୋଟବଡ ଦୁର୍ଘଟଣା ଦେଖିବାକୁ ମିଳୁଛି ।

ସୁବର୍ଣ୍ଣପୁର ସହରରେ ବୁଲା କୁକୁରଙ୍କ ଆତଙ୍କ

ଅନେକ ସମୟରେ ବୁଲା କୁକୁରମାନେ ଲୋକଙ୍କୁ କାମୁଡି ଦେଉଥିବା ଦେଖିବାକୁ ମିଳୁଛି । ସହରରେ ଶହଶହ ବୁଲା କୁକୁର ଖାଦ୍ୟ ଅନ୍ବେଷଣରେ ଏଣେତେଣେ ବୁଲୁଥିବାବେଳେ କୁକୁରଙ୍କ ସଂଖ୍ୟା ନିୟନ୍ତ୍ରଣ କରିବାରେ ସଦର ପୌର ପରିଷଦ ଫେଲ ମାରିଛି ।

ସଦର ପୌର ପରିଷଦ ଅଧିନରେ ପ୍ରାଣୀ ବିଭାଗ ଏଯାଏଁ ଖୋଲାଯାଇ ପାରିନଥିବାବେଳେ ଜିଲ୍ଲା ପ୍ରାଣୀଧନ ଚିକିତ୍ସା ଅଧିକାରୀଙ୍କ ସହାୟତାରେ କୁକୁର ସଂଖ୍ୟା ନିୟନ୍ତ୍ରଣ କରିବାକୁ ସହରବାସୀ ଅନେକ ବାର ଦାବି କରିଛନ୍ତି । ହେଲେ ପୌର ପରିଷଦ କୁକୁର ସଂଖ୍ୟା ନିୟନ୍ତ୍ରଣରେ ବିଫଳ ହୋଇଥିବାବେଳେ ସହରବାସୀଙ୍କ ଅଭିଯୋଗକୁ ଶୁଣୁନାହିଁ ।

ସହରବାସୀ କୁକୁରଙ୍କ ଭୟ ଓ ଆତଙ୍କରେ ଜୀବନଯାପନ କରୁଛନ୍ତି । ଜିଲ୍ଲାପାଳ ପୌର ପରିଷଦକୁ ପରିଦର୍ଶନ ସମୟରେ କୁକୁରଙ୍କ ସଂଖ୍ୟା ନିୟନ୍ତ୍ରଣ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିମାନେ ଦୃଷ୍ଟି ଆକର୍ଷଣ କରିଥିଲେ । ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ କୁକୁରଙ୍କ ଭୟ ଓ ଆତଙ୍କ କଥାକୁ ସ୍ବୀକାର କରିଥିବାବେଳେ ଏଦିଗରେ ବିସ୍ତୃତ ଆଲୋଚନା କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.