ସୁବର୍ଣ୍ଣପୁର ସହରରେ ଶେଷ ହେଲା ମା' ଙ୍କ ଭସାଣ ଉତ୍ସବ

author img

By

Published : Oct 28, 2020, 9:59 PM IST

ସୁବର୍ଣ୍ଣପୁର ସହରରେ ଶେଷ ହେଲା ମା ଙ୍କ ବିସର୍ଜନ ପର୍ଵ

ସୁବର୍ଣ୍ଣପୁରରେ ଶେଷ ହେଲା ଦେବୀ ମା ଦୁର୍ଗାଙ୍କ ବିସର୍ଜନ ପର୍ଵ । କୋଭିଡ କଟକଣା ମଧ୍ଯରେ ଶେଷ ହେଲା ଭସାଣ ଉତ୍ସବ । ପଢନ୍ତୁ ଅଧିକ....

ସୁବର୍ଣ୍ଣପୁର: ସହରରେ ଦେବୀ ମା ଦୁର୍ଗାଙ୍କ ବିସର୍ଜନ ପର୍ଵ ଶେଷ ହୋଇଛି । ଜିଲ୍ଲା ପୋଲିସର ଅନୁରୋଧ କ୍ରମେ ଆଜି ଗୋଟିଏ ଦିନରେ ହିଁ ପୂଜା କମିଟି ଗୁଡ଼ିକ ପକ୍ଷରୁ ନିରାଡ଼ମ୍ବର ଭାବେ ଭସାଣି କରାଯାଇଥିଲା। ପୂଜା କମିଟି ଗୁଡ଼ିକ ପକ୍ଷରୁ ଭସାଣି ଶୋଭାଯାତ୍ରାରେ କେବଳ ଘଣ୍ଟା, ଘଣ୍ଟ ଓ ଶଙ୍ଖର ବ୍ୟବହାର କରାଯାଇଥିଲା । ତେବେ କୋଭିଡ 19 କଟକଣା ପାଇଁ ଏଥର ଭସାଣି ଶୋଭାଯାତ୍ରାରେ କୌଣସି ସାଂସ୍କୃତିକ ଦଳକୁ ସାମିଲ କରାଯାଇ ନ ଥିଲା ।

ସୁବର୍ଣ୍ଣପୁର ସହରରେ ଶେଷ ହେଲା ମା ଙ୍କ ବିସର୍ଜନ ପର୍ଵ

ପ୍ରଶାସନ ପକ୍ଷରୁ ତେଲନଦୀ ଓ ମହାନଦୀର ସ୍ଥିର ଜଳ ରହୁଥିବା ଦୁଇଟି ଘାଟରେ ଦେବୀ ଦୁର୍ଗାଙ୍କ ମୃଣ୍ମୟୀ ପ୍ରତିମାଙ୍କ ବିସର୍ଜନ କରାଯାଇଥିଲା । ତେବେ ବିସର୍ଜନ ଶୋଭାଯାତ୍ରାରେ ସୀମିତ ସଂଖ୍ୟକ ପୂଜା କମିଟି ଗୁଡିକର କାର୍ଯ୍ୟକର୍ତା ସାମିଲ ହୋଇଥିଲେ । ଶାନ୍ତିପୂର୍ଣ୍ଣ ସାର୍ବଜନୀନ ଦୁର୍ଗା ପୂଜା ପାଳନ ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସ ପୂଜା କମିଟି ଗୁଡ଼ିକର କାର୍ଯ୍ୟକର୍ତାଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.