ଜାରି ରହିଛି ଗଡଜାତ ସୋନପୁରର ଐତିହାସିକ ବଳିଯାତ୍ରା

author img

By

Published : Oct 12, 2021, 7:35 PM IST

ଜାରି ରହିଛି ଗଡଜାତର ସୋନପୁରର ଐତିହାସିକ ବଳିଯାତ୍ରା

ସୋନପୁରରେ ଜାରି ରହିଛି ଗଡଜାତର ଐତିହାସିକ ବଳିଯାତ୍ରା । ଦେବୀ ମାଆ ଖମ୍ବେଶ୍ବରୀ ଏହି ଯାତ୍ରାରେ ପୂଜା ପାଆନ୍ତି । ଏହି ଯାତ୍ରାରେ ଲୋକବାଦ୍ୟ ଓ ଲୋକ ସଂଗୀତ ଏକ ପ୍ରମୁଖ ସ୍ଥାନ ଗ୍ରହଣ କରି ଆସିଛି । ଅଧିକ ପଢ଼ନ୍ତୁ...

ସୁବର୍ଣ୍ଣପୁର: ସୋନପୁରରେ ଜାରି ରହିଛି ଗଡଜାତର ଐତିହାସିକ ବଳିଯାତ୍ରା । ଦେବୀ ମାଆ ଖମ୍ବେଶ୍ବରୀ ଏହି ଯାତ୍ରାରେ ପୂଜା ପାଆନ୍ତି । ଏହି ଯାତ୍ରାରେ ଲୋକବାଦ୍ୟ ଓ ଲୋକ ସଂଗୀତ ଏକ ପ୍ରମୁଖ ସ୍ଥାନ ଗ୍ରହଣ କରି ଆସିଛି । ତାନ୍ତ୍ରିକ ପଦ୍ଧତିରେ ଭିନ୍ନ ଭିନ୍ନ ପ୍ରକାରର ଯନ୍ତ୍ର ଓ ରହସ୍ୟମୟ ମନ୍ତ୍ରର ପ୍ରୟୋଗରେ ବଳିଯାତ୍ରା ପାଳନ କରାଯାଏ ।

ଜାରି ରହିଛି ଗଡଜାତର ସୋନପୁରର ଐତିହାସିକ ବଳିଯାତ୍ରା

ଏହି ପର୍ବରେ ଷୋହଳଭର୍ଣ୍ଣି ଢୋଲ ବାଦ୍ୟ ସାଙ୍ଗକୁ ମାଳେଶ୍ରୀ ଗୀତ ଗାଆନ୍ତି ପୁରୋହିତ ଶ୍ରଦ୍ଧାଳୁ । ଦେବୀଙ୍କ ଜୟଗାନ କରି ମାଲେଶ୍ରୀ ରାଗର ମଧୂର ମୂର୍ଛନାର ତାଳ ସାଙ୍ଗକୁ ଘଣ୍ଟଘଣ୍ଟି, ଗିନିର ଗୁଞ୍ଜରଣରେ ବଳିଦେହରେ ଦୈବୀ ଶକ୍ତି ପ୍ରକଟିତ ହୁଅନ୍ତି ।

ରାଜପୁରୋହିତ ବଳି ନାଭିମଣ୍ଡଳରେ ଅଲୌକିକ ଖଉଳମାଟିର ପ୍ରଲେପ ଦେଇ ଯନ୍ତ୍ରାଋଢ ବଳିକୁ ମନ୍ତ୍ରପୂତ କରିବା ପରେ ଦେବୀ ଆବିର୍ଭାବ ହୋଇଥାନ୍ତି । 36 ପାଟକ ବା ସଂପ୍ରଦାୟର ସେବାୟତ ଏହି ଯାତ୍ରାରେ ନିୟୋଜିତ ହୁଅନ୍ତି । ସେବାୟତମାନଙ୍କ ବୁବି ସହିତ ମାଲେଶ୍ରୀ ରାଗରେ ବଳି ପର୍ବ ପାଳନ ହୁଏ । ତେବେ ଗାୟନ ବଳିରେ ମାଲେଶ୍ରୀ ରାଗର ଭଜନ ଜଣେ ସେବାୟତ ବଳିର ଡାହାଣ କର୍ଣ୍ଣରେ ଗାଆନ୍ତି ।

ମାଲେଶ୍ରୀ ଭଜନ, ଗିନିର ଧ୍ୱନି ସହିତ ଢୋଳ ବାଦ୍ୟର ଷୋହଳଭର୍ଣ୍ଣୀ ଧ୍ବନିରେ ଦେବୀ ମାଆ ଖମ୍ବେଶ୍ବରୀଙ୍କ ଏହି ଯାତ୍ରାକୁ ହଜାର ହଜାର ଭକ୍ତମାନଙ୍କୁ ଦର୍ଶନ ପାଇଁ ଟାଣି ଆଣେ । ମାଲେଶ୍ରୀ ରାଗର ଭଜନ ସହ ଷୋହଳଭର୍ଣ୍ଣି ବାଦ୍ୟ ଏହି ଯାତ୍ରାକୁ ବେଶ ଆକର୍ଷଣୀୟ କରିଥାଏ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.