ସ୍ବାସ୍ଥ୍ୟକର୍ମୀଙ୍କ ଦାବିକୁ ସରକାରଙ୍କ ଅଣଦେଖା, ଆନ୍ଦୋଳନ ନିଷ୍ପତ୍ତି

author img

By

Published : Dec 4, 2022, 3:15 PM IST

health workers and visitors preparing for protest in subarnapur over their demands

ସ୍ବାସ୍ଥ୍ୟକର୍ମୀଙ୍କ ଦାବିକୁ ସରକାରଙ୍କ ଅଣଦେଖା । ବିଭିନ୍ନ ଦାବି ନେଇ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେଉଛନ୍ତି ରାଜ୍ୟ ସ୍ବାସ୍ଥ୍ୟ କର୍ମୀ ଓ ସ୍ବାସ୍ଥ୍ୟ ପରିଦର୍ଶକ ମିଳିତ ମହାସଂଘ । ଅଧିକ ପଢ଼ନ୍ତୁ

ସୁବର୍ଣ୍ଣପୁର: ସ୍ବାସ୍ଥ୍ୟକର୍ମୀଙ୍କ ଦାବିକୁ ସରକାରଙ୍କ ଅଣଦେଖା । ବିଭିନ୍ନ ଦାବି ନେଇ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେଉଛନ୍ତି ରାଜ୍ୟ ସ୍ବାସ୍ଥ୍ୟ କର୍ମୀ ଓ ସ୍ବାସ୍ଥ୍ୟ ପରିଦର୍ଶକ ମିଳିତ ମହାସଂଘ । ଡିସେମ୍ବର 6 ତାରିଖରେ ମହାସଂଘ ଓ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ସହିତ କର୍ମଚାରୀଙ୍କ ଦାବି ପୂରଣ କରିବାକୁ ନେଇ ବୈଠକ ହେବ । ଏଥିରେ ମହାସଂଘର ଦାବି ପୂରଣ କରା ନଗଲେ ସ୍ବାସ୍ଥ୍ୟ କର୍ମଚାରୀମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ନିଷ୍ପତ୍ତି ନିଆଯାଇଛି ।

ସ୍ବାସ୍ଥ୍ୟକର୍ମୀଙ୍କ ଦାବିକୁ ସରକାରଙ୍କ ଅଣଦେଖା

ସ୍ବାସ୍ଥ୍ୟ କର୍ମୀ ଓ ସ୍ବାସ୍ଥ୍ୟ ପରିଦର୍ଶକଙ୍କ ଅଭିଯୋଗ ଅନୁଯାୟୀ, ଅନ୍ୟୁନ ଚାରୋଟି ପଦବୀ ସୃଷ୍ଟି କରିବା, ପଦୋନ୍ନତି ପ୍ରଦାନ କରିବା, 2004 ମସିହାରୁ 2013 ମସିହା ପର୍ଯ୍ୟନ୍ତ ସ୍ବାସ୍ଥ୍ୟ କର୍ମୀଙ୍କ କାର୍ଯ୍ୟକୁ ସରକାରୀ ମାନ୍ୟତା (ରେଗୁଲାର ) ପ୍ରଦାନ କରିବା, ପୋଷାକ ଭତ୍ତା ପ୍ରଦାନ କରିବା ତଥା ସରକାର ଗତ 3 ନଭେମ୍ବର 2020ରେ ଜାରି କରିଥିବା ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର କରିବା ପାଇଁ ଦୀର୍ଘ ଦିନଧରି ଦାବି କରି ଆସୁଛନ୍ତି । ହେଲେ ରାଜ୍ୟ ସରକାର ମହାସଂଘ ଦାବିକୁ କର୍ଣ୍ଣପାତ କରୁ ନଥିବା ଅଭିଯୋଗ ହେଉଛି । ଦାବି ପୂରଣ କରା ନଗଲେ ଆଗାମୀ ଦିନରେ ସ୍ବାସ୍ଥ୍ୟ ସେବାରେ ଅସହଯୋଗ କରିବା ସହିତ ଦୁର୍ବାର ଆନ୍ଦୋଳନ କରିବେ ବୋଲି ସହରର ଏନଜିଓସିସି ସମ୍ମିଳନୀ କକ୍ଷରେ ଆୟୋଜିତ ଜିଲ୍ଲା ସଂଘର ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.