ଦଶହରାରେ ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଉଛନ୍ତି ମା' ସୁରେଶ୍ୱରୀ

author img

By

Published : Oct 15, 2021, 3:33 PM IST

ଦଶହରାରେ ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଉଛନ୍ତି ମା' ସୁରେଶ୍ୱରୀ

ସୋନପୁର ଗଡଜାତର ଇଷ୍ଟଦେବୀ ମା' ସୁରେଶ୍ବରୀ । ଦଶହରା ଅବସରରେ ମା' ରାଜରାଜେଶ୍ୱରୀ ବେଶ ଧାରଣ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି । ଅଧିକ ପଢନ୍ତୁ...

ସୁବର୍ଣ୍ଣପୁର: ସୋନପୁର ଗଡଜାତର ଇଷ୍ଟଦେବୀ ମା' ସୁରେଶ୍ବରୀ । ଦଶହରା ଅବସରରେ ମା' ରାଜରାଜେଶ୍ୱରୀ ବେଶ ଧାରଣ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି । ଦେବୀ ମା' ସୁରେଶ୍ବରୀ ଆଶ୍ବିନ ମହାଳୟା ଠାରୁ ଆରମ୍ଭ କରି ଦଶମୀ ତିଥି ଯାଏଁ ଭିନ୍ନ ଭିନ୍ନ ବେଶ ଧାରଣ କରିଥାନ୍ତି ।

ଦଶହରାରେ ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଉଛନ୍ତି ମା' ସୁରେଶ୍ୱରୀ

ମହାଳୟାରେ ଦେବୀ ମା' ଧବଳମୁଖୀ ବେଶ ଧାରଣ କରୁଥିବାବେଳେ ପରବର୍ତ୍ତୀ ଦଶମୀ ତିଥି ଯାଏଁ ତାରା, ଷୋଡ଼ଶୀ, ଭୈରବୀ, ଭୂବନେଶ୍ବରୀ, ମହାଲକ୍ଷ୍ମୀ, ବଗଳାମୁଖୀ, ଜୟଦୁର୍ଗା, ମହିଷ ମର୍ଦ୍ଧିନି, ଧୂମାବତୀ ଓ ରାଜରାଜେଶ୍ବରୀ ଆଦି ବେଶ ଧାରଣ କରିବାର ପରମ୍ପରା ରହିଛି । ବର୍ଷ ତମାମ ରକ୍ତମୁଖା ଦେବୀଙ୍କ ଶରୀରରେ ସିନ୍ଦୁର ପ୍ରଲେପ କରାଯିବା ସହିତ ଗାଢ ନାଲି ରଙ୍ଗର ବସ୍ତ୍ର ପ୍ରଦାନ କରାଯାଉ ଥିବାବେଳେ ଆଜି କିନ୍ତୁ ଦେବୀ ମା' ସୁନା ଓ ରୁପା ଆଭୂଷଣରେ ସଜ୍ଜିତ ହୋଇ ହଳଦିଆ ରଙ୍ଗର ପାଟ ବସ୍ତ୍ର ପରିଧାନ କରିଛନ୍ତି ।

ମହାଳୟାରେ ସେବାୟତମାନେ ଗଙ୍ଗାଜଳ, ଅଗୁର, ଚନ୍ଦନ, କର୍ପୂର ଆଦି ପ୍ରଲେପ କରି ଶ୍ବେତ ବସ୍ତ୍ର ପ୍ରଦାନ କରୁଥିବାବେଳେ ଅନ୍ୟ ଦିନରେ ଦେବୀ ମା' କଳା, ହଳଦିଆ, ସବୁଜ ବସ୍ତ୍ର ପରିଧାନ କରିଥାନ୍ତି । ପୀଠରେ ଆରତୀ ଦର୍ଶନ କରି ଦେବୀ କୃପା ଲାଭ କରିବାକୁ ଏହି ଶକ୍ତି ପୀଠରେ ଶ୍ରଦ୍ଧାଳୁଙ୍କ ବେଶ ସମାଗମ ହେଉଛି । ଶୃଙ୍ଖଳିତ ଦେବୀ ଦର୍ଶନ ଓ କୋଭିଡ ନିୟମ ଅନୁପାଳନ କରିବାକୁ ସେବାୟତ ଓ ମନ୍ଦିର କମିଟିକୁ ଦେବୋତ୍ତର ବିଭାଗ ଆବଶ୍ୟକ ନିର୍ଦ୍ଦେଶ ଦେଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.