ବାଘପାଲି ଜଙ୍ଗଲରେ ବାଘ ଶିକାର ଘଟଣା : ଆଉ ୬ ଅଭିଯୁକ୍ତ ଗିରଫ

author img

By

Published : Sep 17, 2022, 9:46 PM IST

Updated : Sep 17, 2022, 10:06 PM IST

ବାଘପାଲି ଜଙ୍ଗଲରେ ବାଘ ଶିକାର ଘଟଣା : ୬ ଅଭିଯୁକ୍ତ ଗିରଫ

ବାଘ ମୃତ୍ୟୁ ଘଟଣାରେ ୬ ଜଣଙ୍କୁ ଗିରଫ କରିଛି ବନବିଭାଗ । ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ଶାବଳ, କାତି, କିଛି ବନ୍ୟଜନ୍ତୁଙ୍କ ଅଂଶବିଶେଷ ଜବତ ହୋଇଛି । ବନ ବିଭାଗ ଏହି ଘଟଣାରେ ପୂର୍ବରୁ ୨ଜଣଙ୍କୁ ଗିରଫ କରିଥିଲା । ଅଧିକ ପଢ଼ନ୍ତୁ

ସୁବର୍ଣ୍ଣପୁର : ବାଘପାଲିରୁ ବାଘର ମୃତ ଦେହ ଉଦ୍ଧାର ଘଟଣା । ଜିଲ୍ଲାର ଉଲୁଣ୍ଡା ରେଞ୍ଜ ଅନ୍ତର୍ଗତ ବାଘପାଲି ଜଙ୍ଗଲରେ ଏକ କଲରାପତରିଆ ବାଘର ମୃତ ଦେହ ଠାବ ହୋଇଥିଲା । ଏନେଇ କଲରାପତରିଆ ବାଘର ମୃତଦେହ ଉଦ୍ଧାର ଘଟଣାରେ ବନ ବିଭାଗ ପୂର୍ବରୁ ୨ଜଣଙ୍କୁ ଗିରଫ କରିଥିବା ବେଳେ ଆଜି ଆଉ ୬ଜଣଙ୍କୁ ଗିରଫ କରିଛି । ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ମୋଟ ୮ଜଣଙ୍କୁ ଗିରଫ କରିଛି ବନ ବିଭାଗ ।

ବାଘପାଲି ଜଙ୍ଗଲରେ ବାଘ ଶିକାର ଘଟଣା : ୬ ଅଭିଯୁକ୍ତ ଗିରଫ

ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି । ସୂଚନାନୁଯାୟୀ ଗତ ୧୩ ତାରିଖରେ ସୁବର୍ଣ୍ଣପୁର ଜିଲ୍ଲାର ବାଘପାଲି ସଂରକ୍ଷିତ ଜଙ୍ଗଲରେ ଏକ କଲରାପତରିଆ ବାଘର ଗଳିତ ମୃତଦେହ ଠାବ ହୋଇଥିଲା । ଜଙ୍ଗଲର ଆଭ୍ୟନ୍ତରୀଣ ଅଞ୍ଚଳରେ ବାଘର ମୃତ ଦେହ ପଡିଥିବା ସ୍ଥାନୀୟ ଲୋକେ ଲୋକେ ଦେଖିବାକୁ ପାଇଥିଲେ । ତେବେ ବାଘର ବ୍ୟବଛେଦ ପରେ ବାଘର ପଞ୍ଝା, ବାଘର ନଖ ଓ ଦାନ୍ତ ନଥିବା ଜଣା ପଡିଥିଲା । ଏହା ବାଘ ଶିକାର ବୋଲି ସ୍ପଷ୍ଟ ହେବା ପରେ ବନ ବିଭାଗ ତଦନ୍ତ ଆରମ୍ଭ କରିଥିଲା । ବନ ବିଭାଗ ଏହି ଘଟଣାରେ ପୂର୍ବରୁ ୨ଜଣଙ୍କୁ ଗିରଫ କରିଥିଲା । ତେବେ ଆଜି ଆଉ ଛଅ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଏହି ମାମଲାରେ ସହରର ପଟାଭାଡିର ସତ୍ୟ ନାରାୟଣ ମେହେର, ବାଘ ପାଲିର ଦାନ ବିିିହାରୀ ଶରଣ ଓ ପୁରନ୍ଦର ଥାଟି, ନାକଡେଇଁ ଗାଁର ରାମଚନ୍ଦ୍ର ପୁରୋହିତ, କୋଟସମଲାଇ ଗାଁର ସୁରେନ୍ଦ୍ର ପଧାନ ଓ ବିଜୁଗୁରୁଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି । ଏଥିରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଏସିଏଫ ପ୍ରଫୁଲ୍ଲ ଧାରୁଆ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ବାଘପାଲିର ବାଘ ମୃତ୍ୟୁ ଘଟଣା, ୨ଜଣ ଗିରଫ

ଗତ ୧୩ ତାରିଖରେ ସୁବର୍ଣ୍ଣପୁର ଜିଲ୍ଲାର ବାଘପାଲି ସଂରକ୍ଷିତ ଜଙ୍ଗଲରେ ଏକ କଲରାପତରିଆ ବାଘର ଗଳିତ ମୃତଦେହ ଠାବ ହୋଇଥିଲା । ଜଙ୍ଗଲର ଆଭ୍ୟନ୍ତରୀଣ ଅଞ୍ଚଳରେ ବାଘର ମୃତ ଦେହ ପଡିଥିବା ସ୍ଥାନୀୟ ଲୋକେ ଲୋକେ ଦେଖିବାକୁ ପାଇଥିଲେ । ଏନେଇ ଉଲୁଣ୍ଡା ବନବିଭାଗର ଅଧିକାରୀ ଖବରପାଇ ଘଟଣାସ୍ଥଳକୁ ଯାଇ ବାଘଟିର ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିଲେ । ଘଟଣା ସ୍ଥଳରେ ବାଘର ମୃତଦେହ ବ୍ୟବଚ୍ଛେଦ କରାଯାଇ ସେହି ସ୍ଥାନରେ ମୃତଦେହ ପୋତି ଦିଆଯାଇ ଥିଲା । ବନ ବିଭାଗୀୟ ଅଧିକାରୀଙ୍କ ତଦନ୍ତ ବେଳେ ମୃତ ବାଘଟିର ଦାନ୍ତ ଓ ନଖ ଗୁଡିକ କେହି କାଟି ଫେରାର ମାରିଥିବା ଜଣାପଡ଼ିଥିଲା । ଏହାପରେ ସ୍ଥାନିୟ ଅଞ୍ଚଳରେ ସକ୍ରିୟ ଥିବା ଶିକାରୀଙ୍କ ଉପରେ କଡ଼ା ନଜର ରଖିଥିଲେ ବନ କର୍ମଚାରୀ । ଏହି ଘଟଣାରେ କୋଟସମଲାଇ ଗାଁର ୨ଜଣ ଶିକାରୀଙ୍କୁ ଗିରଫ କରିଥିଲା ବନବିଭାଗ । ବାରାହା ଶିକାର ପାଇଁ ବିଚ୍ଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏହି କଲରା ପତରିଆ ବାଘଟିର ମୃତ୍ୟୁ ହୋଇଥିଲା ।

ଇଟିଭି ଭାରତ, ସୁବର୍ଣ୍ଣପୁର

Last Updated :Sep 17, 2022, 10:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.