ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ କରୁଛି ପୌର ପରିଷଦ

author img

By

Published : Sep 21, 2022, 11:08 PM IST

ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ କରୁଛି ପୌର ପରିଷଦ

ସୁବର୍ଣ୍ଣପୁର ପୌର ପରିଷଦ ଓ ରାଜସ୍ବ ବିଭାଗ ପକ୍ଷରୁ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ କରାଯାଉଛି । ପୂର୍ବରୁ ଏନେଇ ଜବରଦଖଲକାରୀଙ୍କୁ ସରକାରୀ ଜମି ଛାଡି ଦେବା ପାଇଁ ନୋଟିସ ଜାରି କରାଯାଇଥିଲା । ଅଧିକ ପଢ଼ନ୍ତୁ

ସୁବର୍ଣ୍ଣପୁର: ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ କରୁଛି ପୌର ପରିଷଦ । ସହରର ପଟାଭାଡିର ଡାହାଣ ପାର୍ଶ୍ବରେ ସରକାରୀ ଜମି ଜବରଦଖଲ କରି ରଖିଥିବା ଲୋକଙ୍କୁ ସୁବର୍ଣ୍ଣପୁର ପୌର ପରିଷଦ ଆଜି (ମଙ୍ଗଳବାର) ଉଚ୍ଛେଦ କରୁଛି । ପୂର୍ବରୁ ଏନେଇ ଜବରଦଖଲକାରୀଙ୍କୁ ସରକାରୀ ଜମି ଛାଡି ଦେବା ପାଇଁ ନୋଟିସ ଜାରି କରାଯାଇଥିଲା ।

ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ କରୁଛି ପୌର ପରିଷଦ

ଆକ୍ସନ ମୋଡରେ ସୁବର୍ଣ୍ଣପୁର ପୌର ପରିଷଦ । ସହରର ପଟାଭାଡିର ଡାହାଣ ପାର୍ଶ୍ବରେ ସରକାରୀ ଜମି ଜବରଦଖଲ କରି ରଖିଥିବା ଲୋକଙ୍କୁ ଆଜି (ମଙ୍ଗଳବାର) ଉଚ୍ଛେଦ କରୁଛି ପୌର ପରିଷଦ । ଏନେଇ ରାଜସ୍ବ ବିଭାଗ ପକ୍ଷରୁ ଜବରଦଖଲକାରୀଙ୍କୁ ବେଆଇନ ଭାବେ ରଖିଥିବା ସରକାରୀ ଜମି ଛାଡି ଦେବା ପାଇଁ ନୋଟିସ ଜାରି କରାଯାଇଥିଲା । ତୁରନ୍ତ ସରକାରୀ ଜାଗା ଖାଲି କରିବା ପାଇଁ ପୌର ପରିଷଦ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ମଧ୍ୟ ଘୋଷଣା କରାଯାଇଥିଲା । ତେବେ ଜବର ଦଖଲକାରୀଙ୍କ ମଧ୍ୟରୁ ୬ ଟି ପରିବାର କିଛି ସମୟ ଦେବା ପାଇଁ ଅନୁରୋଧ କରିଥିଲେ । କିନ୍ତୁ ସମୟ ସୀମା ଭିତରେ ଜାଗା ଖାଲି ନକରିବାରୁ ଆଜି ସେହି ଜାଗାରୁ ଉଚ୍ଛେଦ କରାଯାଉଛି ।

ତେବେ ଉଭୟ ପୌର ପରିଷଦ ଓ ରାଜସ୍ବ ବିଭାଗ ମିଳିତ ଭାବେ ଉଚ୍ଛେଦ କରୁଥିବା ବେଳେ ଉଚ୍ଛେଦ ସ୍ଥାନରେ ବିଦ୍ୟୁତ କର୍ମଚାରୀ ଉପସ୍ଥିତ ରହିଛନ୍ତି । ଏମାନଙ୍କ ସହିତ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଗୋଟିଏ ପ୍ଲାଟୁନ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଛି । ପଟାଭାଡିର ସୁରେନ୍ଦ୍ର ସାଏ ପ୍ରତିମୂର୍ତ୍ତିରୁ ଆରମ୍ଭ କରି ନାମ ମଣ୍ଡପ ଯାଏଁ ଲୋକେ ବେଆଇନ ଭାବେ ଘର ଓ ଦୋକାନ ଘର କରିଥିଲେ । ଏବେ ରାସ୍ତା ପ୍ରଶସ୍ତି କରଣ ଓ ଡ୍ରେନ କାର୍ଯ୍ୟ ପାଇଁ ଜାଗାର ଆବଶ୍ୟକତାକୁ ଆଖି ଆଗରେ ରଖି ଏହି ଉଚ୍ଛେଦ ପ୍ରକ୍ରିୟା ଚାଲିଛି । ପୂର୍ବରୁ ଜୁଲାଇ ମାସରେ ମଧ୍ୟ ଏଠାରେ ସମାନ ଭାବରେ ପୌର ପରିଷଦ ଓ ରାଜସ୍ବ ବିଭାଗ ମିଳିତ ଭାବେ ଜବରଦଖଲ ଉଚ୍ଛେଦ କରିଥିଲେ ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.