ଧାନ ବିକ୍ରି ସମସ୍ୟା ନେଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଚାଷୀ

author img

By

Published : Sep 21, 2021, 7:44 PM IST

ଧାନ ବିକ୍ରି ପାଇଁ ସମସ୍ୟା ନେଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଚାଷୀ

ଚଳିତ ଖରିଫ ୠତୁରେ ଧାନ ବିକ୍ରି ପାଇଁ ସମସ୍ୟା ନେଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଚାଷୀ । ପଞ୍ଜିକରଣରେ ସରଳୀକରଣ କରିବା ସହ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ପରିବର୍ତ୍ତନ କରିବାକୁ ଦେଲେ ଦାବିପତ୍ର । ଅଧିକ ପଢନ୍ତୁ...

ସୁବର୍ଣ୍ଣପୁର: ଚଳିତ ଖରିଫ ୠତୁ ଧାନ ବିକ୍ରି ପାଇଁ ପଞ୍ଜିକରଣରେ ହେଉଥିବା ସମସ୍ୟା ଯୋଗୁଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ଚାଷୀମାନେ । ଏନେଇ ସୁବର୍ଣ୍ଣପୁର ଜିଲ୍ଲା ଦୁର୍ଜନତୈଲା ପଞ୍ଚାୟତର ଚାଷୀମାନେ ପଞ୍ଜିକରଣ ସମସ୍ୟାର ସମାଧାନ କରିବା ସହିତ ଏହାକୁ ସରଳୀକରଣ କରିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି ।

ଧାନ ବିକ୍ରି ପାଇଁ ସମସ୍ୟା ନେଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଚାଷୀ

ସୂଚନାନୁଯାୟୀ ଗତ ବର୍ଷ ଦୁର୍ଜନତୈଲା ପଞ୍ଚାୟତରେ ଧାନ ସଂଗ୍ରହ ପାଇଁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଦାୟିତ୍ବ ଦିଆଯାଇଥିଲା । ତେବେ କୌଣସି କାରଣରୁ ସଂପୃକ୍ତ ଗୋଷ୍ଠୀଙ୍କୁ ପୁଣି ବିରତ କରିବା ସହ ବୀରମହାରାଜପୁର ନିକଟ ନୁଆଁଗଡର ଏକ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ଧାନ ସଂଗ୍ରହ ପାଇଁ ଦାୟିତ୍ବ ଦିଆଯାଇଛି ।

ତେବେ ସଂପୃକ୍ତ ଗୋଷ୍ଠୀର କର୍ମକର୍ତ୍ତା ସେଠାରେ ରହୁ ନ ଥିବାବେଳେ ଦୁର୍ଜନତୈଲାରୁ ବୀରମହାରାଜପୁରକୁ ୩୦ କିଲୋମିଟର ରାସ୍ତା ଚାଷୀମାନେ ପଞ୍ଜିକରଣ ପାଇଁ ଆସୁଛନ୍ତି । ଫଳରେ ଚାଷୀମାନଙ୍କୁ ଅନେକ କଷ୍ଟ ସ୍ବୀକାର କରିବାକୁ ପଡୁଛି । ସେନେଇ ସ୍ଥାନୀୟ ଅଞ୍ଚଳରେ କୌଣସି ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ଧାନ ସଂଗ୍ରହ ନେଇ ଦାୟିତ୍ବ ଦେବାକୁ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ମାଧ୍ୟମରେ ଚାଷୀମାନେ ଦାବି କରିଛନ୍ତି ।

ସେପେଟେ ଏହାର ତୁରନ୍ତ ଏହାର ସମାଧାନ କରିବା ସହ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ପରିବର୍ତନ କରିବାକୁ ଚାଷୀମାନେ ଜିଲ୍ଲା ପ୍ରଶାସନକୁ ନିବେଦନ କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.