କୋଭିଡ କଟକଣାରେ ଦୁର୍ଗାଙ୍କ ପୂଜାର୍ଚ୍ଚନା, ଭକ୍ତ ଶୂନ୍ୟ ପୀଠ

author img

By

Published : Oct 13, 2021, 1:48 PM IST

କୋଭିଡ କଟକଣାରେ ଦୁର୍ଗାଙ୍କ ପୂଜାର୍ଚ୍ଚନା, ଭକ୍ତ ଶୂନ୍ୟ ପୀଠ

ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶରେ କୋଭିଡ କଟକଣା ଭିତରେ ଦେବୀ ଦୁର୍ଗାଙ୍କ ପୂଜାର୍ଚ୍ଚନା କରାଯାଉଛି । ସହରର ବ୍ଳକ ଛକ, ଘୋଡାଘାଟ ପଡା ,ଗୁଣ୍ଡିଚା ଗୁଡିପଡା, ବଡବଜାର, ପଟାଭାଡି ଆଦି ସ୍ଥାନରେ ବେଶ ଜାକଜମକରେ କୋଭିଡ କଟକଣା ମାନି ଦୁର୍ଗାଙ୍କ ପୂଜା ଚାଲିଛି । ଅଧିକ ପଢନ୍ତୁ...

ସୁବର୍ଣ୍ଣପୁର: ସହରର ବିଭିନ୍ନ ପୂଜା ମଣ୍ଡପରେ ଚାଲିଛି ଦେବୀ ଦୁର୍ଗାଙ୍କ ଆରଧନା । ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶରେ କୋଭିଡ କଟକଣା ଭିତରେ ଦେବୀ ଦୁର୍ଗାଙ୍କ ପୂଜାର୍ଚ୍ଚନା କରାଯାଉଛି । ସହରର ବ୍ଳକ ଛକ,ଘୋଡାଘାଟ ପଡା ,ଗୁଣ୍ଡିଚା ଗୁଡିପଡା, ବଡବଜାର,ପଟାଭାଡି ଆଦି ସ୍ଥାନରେ ବେଶ ଜାକଜମକରେ କୋଭିଡ କଟକଣାମାନି ଦୁର୍ଗାଙ୍କ ପୂଜା ଚାଲିଛି ।

କୋଭିଡ କଟକଣାରେ ଦୁର୍ଗାଙ୍କ ପୂଜାର୍ଚ୍ଚନା, ଭକ୍ତ ଶୂନ୍ୟ ପୀଠ

ପୂଜା କମିଟି ଓ ଶ୍ରଦ୍ଧାଳୁଙ୍କୁ କୋରୋନା ନିୟମ ମାନିବାକୁ ପରାମର୍ଶ ଦିଆଯାଇଛି । ପୂଜା ମଣ୍ଡପ ଗୁଡିକରେ ସେତେ ଶ୍ରଦ୍ଧାଳୁଙ୍କ ସମାଗମ ହେଉନାହିଁ । ପୂଜା କମିଟି ଗୁଡିକ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ସବୁ ବାତିଲ କରି ଦିଆଯାଇଛି । କେବଳ ବିଧି ରକ୍ଷା ପାଇଁ ମଣ୍ଡପ ଗୁଡିକରେ ଯଥା ରୀତିନୀତି ପୂଜା ଆରାଧନା କରାଯାଉଛି । ଆଜି ମଣ୍ଡପ ଗୁଡିକରେ ଦେବୀ ଦୁର୍ଗାଙ୍କ ଅଷ୍ଟମୀ ପୂଜା ଚାଲିଥିବା ବେଳେ ଚଣ୍ଡୀପାଠ କରାଯାଉଛି ।

କୋଭିଡ କଟକଣା ସଂପୂର୍ଣ୍ଣ ହଟି ନ ଥିବାରୁ ଏଥର ସହରର ଦୁର୍ଗାପୂଜା ଫିକା ପଡିଛି । ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଗୋଟିଏ ଦିନରେ ବିସର୍ଜନ ପର୍ବ ପାଳନ କରିବା ସହିତ ବିସର୍ଜନ ଶୋଭାଯାତ୍ରା ନିରାଡମ୍ବର ଭାବେ ପାଳନ କରିବା ପାଇଁ ନିର୍ଦ୍ଦେଶ ରହିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.