ବ୍ରିଜ ଉପରେ ଆଣ୍ଠୁଏ ପାଣି, ଯାତାୟତ ବାଧାପ୍ରାପ୍ତ

author img

By

Published : Sep 16, 2021, 1:09 PM IST

ସୂବର୍ଣ୍ଣପୁର ମହାନଦୀର ବ୍ରିଜ ଉପରେ ଆଣ୍ଠୁଏ ପାଣି, ଯାତାୟତ ବାଧାପ୍ରାପ୍ତ

ହୀରାକୁଦ ଜଳଭଣ୍ଡାରର ୨୪ଟି ଗେଟରେ ଏବେ ଜଳ ନିଷ୍କାସନ ହେଉଥିବା ବେଳେ ସୂବର୍ଣ୍ଣପୁର ମହାନଦୀର ଜଳସ୍ତର ବଢିଛି । ବିଜେପୁର ଧର୍ମଶାଳା ବ୍ରିଜ ଉପରେ ଆଣ୍ଠୁଏ ପାଣି ଚାଲୁଥିବାରୁ ଯାତାୟତରେ ବାଧା ପ୍ରାପ୍ତ ହୋଇଛି । ଅଧିକ ପଢନ୍ତୁ...

ସୁବର୍ଣ୍ଣପୁର: ଉପରମୁଣ୍ଡରେ ଜଳ ସ୍ତର ବଢିବାରୁ ହୀରାକୁଦ ଜଳଭଣ୍ଡାରର ୨୪ଟି ଗେଟରେ ଏବେ ଜଳ ନିଷ୍କାସନ ହେଉଛି । ଫଳରେ ଭୟ ଓ ଆତଙ୍କରେ ନଦୀ କୂଳିଆ ଲୋକେ । ଜଳ ନିଷ୍କାସନ ଯୋଗୁଁ ଏବେ ଅନେକ ନଦୀରେ ଜଳସ୍ତର ବଢିଛି । ଅନେକ ଅଞ୍ଚଳର ବ୍ରିଜ ଉପରେ ଏବେ ପାଣି ଚାଲୁଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି ।

ସୂବର୍ଣ୍ଣପୁର ମହାନଦୀର ବ୍ରିଜ ଉପରେ ଆଣ୍ଠୁଏ ପାଣି, ଯାତାୟତ ବାଧାପ୍ରାପ୍ତ

ଜଳ ନିଷ୍କାସନ ଯୋଗୁଁ ସୂବର୍ଣ୍ଣପୁର ମହାନଦୀର ଜଳସ୍ତର ବଢିଛି । ଫଳରେ ଜିଲ୍ଲାର ବିଜେପୁର ଧର୍ମଶାଳା ବ୍ରିଜ ଉପରେ ଆଣ୍ଠୁଏ ପାଣି ଚାଲୁଥିବାରୁ ଯାତାୟତରେ ବାଧା ପ୍ରାପ୍ତ ହୋଇଛି । ଫଳରେ ଯାତ୍ରୀମାନେ ସୁବର୍ଣ୍ଣପୁର ସମ୍ବଲପୁର ରାଜ୍ୟ ରାଜପଥରେ ବାଘଲପୁର ଛକ ଦେଇ ଧର୍ମଶାଳା ,ବୀରମହାରାଜପୁର ,ରେଢାଖୋଲ ଆଦି ଅଞ୍ଚଳକୁ ଯାଉଛନ୍ତି । ବଢି ପାଣି ଯୋଗୁଁ ନଦୀକୂଳିଆ ଅଞ୍ଚଳ ବିଜେପୁର ,ହିକୁଡି ,ନିମ୍ନା ,ଦଶରାଜପୁର ପରି ପ୍ରାୟ 20 ଖଣ୍ଡରୁ ଅଧିକ ମୌଜାର ଚାଷଜମି ଏବେ ଜଳମଗ୍ନ ହୋଇଛି ।

ସେହିପରି ତେଲନଦୀର ବଢିପାଣି ଯୋଗୁଁ ତରଭା ବ୍ଳକର ଅନେକ ଅଞ୍ଚଳର ଚାଷଜମିରେ ପାଣି ଜମି ରହିଛି । ବର୍ଷା ଥମି ଥିବାରୁ ଲୋକେ ନିଜର ଦୈନନ୍ଦିନ କାର୍ଯ୍ୟ କରି ପାରୁଥିବା ବେଳେ ନଦୀ କୂଳିଆ ଲୋକେ କିନ୍ତୁ ମହାନଦୀ ଓ ତେଲନଦୀର ବଢିପାଣି ଯୋଗୁଁ ଭୟ ଓ ଆତଙ୍କରେ ରହିଛନ୍ତି । ଚାଷୀମାନେ ନିଜ ଚାଷ ଜମିକୁ ସୁରକ୍ଷା ଦେବା ପାଇଁ କେବେ ବଢିପାଣି କମିବ ସେହି ଆଶାରେ ରହିଛନ୍ତି । ତେବେ ଛୋଟ ଚାଷୀମାନଙ୍କ ପାଇଁ ମହାନଦୀ ଓ ତେଲନଦୀର ବଢିପାଣି ଏବେ ଦୁଃଖ ସାଜିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.