ଲାଞ୍ଚ ନେବା ଅଭିଯୋଗରେ ବନ୍ଧାହେଲେ ଡାକ୍ତର, ଭିଜିଲାନ୍ସ ଟିମର ତଦନ୍ତ ଜାରି

author img

By

Published : Sep 14, 2021, 8:09 PM IST

ଲାଞ୍ଚ ନେବା ଅଭିଯୋଗରେ ବନ୍ଧାହେଲେ ଡାକ୍ତର, ଭିଜିଲାନ୍ସ ଟିମର ତଦନ୍ତ ଜାରି

ଲାଞ୍ଚ ନେଇ ବନ୍ଧାହେଲେ ଲାଞ୍ଚୁଆ ଡାକ୍ତର । ସ୍ବାସ୍ଥ୍ୟ ବିଭାଗର କର୍ମଚାରୀଙ୍କ ଠାରୁ ୧୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କାବୁ କରିଛି ଭିଜିଲାନ୍ସ ଟିମ୍ । ଅଧିକ ପଢନ୍ତୁ...

ସୁବର୍ଣ୍ଣପୁର: ଲାଞ୍ଚ ନେଇ ବନ୍ଧାହେଲେ ଡାକ୍ତର ବାବୁ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ । ସୂଚନାନୁସାରେ ଚିକିତ୍ସାଳୟରେ ମ୍ୟାଲେରିଆ ବିଭାଗରେ ଅଫିସର ଭାବେ କାର୍ଯ୍ୟ କରୁଥିବା ନେତ୍ରାନନ୍ଦ ବେହେରା ଆଜି (ମଙ୍ଗଳବାର) ଲାଞ୍ଚନେବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।

ଲାଞ୍ଚ ନେବା ଅଭିଯୋଗରେ ବନ୍ଧାହେଲେ ଡାକ୍ତର, ଭିଜିଲାନ୍ସ ଟିମର ତଦନ୍ତ ଜାରି

ତେବେ ସ୍ବାସ୍ଥ୍ୟ ବିଭାଗର ଜଣେ କର୍ମଚାରୀଙ୍କ ଠାରୁ ୧୬ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ କାବୁ କରିବାରେ ସଫଳ ହୋଇଛି । ବର୍ତ୍ତମାନ ଭିଜିଲାନ୍ସ କର୍ମଚାରୀମାନେ ନେତ୍ରାନନ୍ଦଙ୍କୁ ନିଜ କାର୍ଯ୍ୟାଳୟକୁ ନେଇ ଅଧିକ ପଚରାଉଚୁରା ଜାରି ରଖିଛନ୍ତି ।

ସେପଟେ ଲାଞ୍ଚ ନେଉଥିବା ଅଭିଯୋଗରେ ସାକ୍ଷୀମାନଙ୍କ ଉପସ୍ଥିତିରେ ଲାଞ୍ଚ ଟଙ୍କା ଜବତ କରିବା ସହିତ ଡାକ୍ତରଙ୍କୁ ଗିରଫ କରିଛି । ତେବେ ଏହି ଘଟଣା ସମ୍ପର୍କରେ ସମ୍ବଲପୁର ଭିଜିଲାନ୍ସ ଏସପିଙ୍କ ପାଖରେ ଚିକିତ୍ସାଳୟର ଜଣେ କର୍ମଚାରୀ ଅଭିଯୋଗ କରିଥିଲେ ଆଉ ଏହି ଘଟଣାକୁ ଆଧାର କରି ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ଅଭିଯୁକ୍ତ ଡାକ୍ତର ନେତ୍ରାନନ୍ଦଙ୍କୁ ଭିଜିଲାନ୍ସ ଟିମ୍ ଲାଞ୍ଚ ଟଙ୍କା ସହିତ ଗିରଫ କରିଥିବାବେଳେ ଏନେଇ ଭିଜିଲାନ୍ସ ବିଭାଗର ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.