ବାଘପାଲି ଜଙ୍ଗଲରୁ ବାଘର ମୃତଦେହ ଉଦ୍ଧାର

author img

By

Published : Sep 13, 2022, 9:25 PM IST

ବାଘପାଲି ଜଙ୍ଗଲରୁ ବାଘର ମୃତଦେହ ଉଦ୍ଧାର

ବାଘପାଲି ଜଙ୍ଗଲରୁ ବାଘର ମୃତଦେହ ଉଦ୍ଧାର । ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ରେଞ୍ଜ ଅନ୍ତର୍ଗତ ବାଘପାଲି ଜଙ୍ଗଲରେ ଏକ କଲରାପତରିଆ ବାଘର ମୃତଦେହ ଉଦ୍ଧାର କରାଯାଇଛି । ଅଧିକ ପଢନ୍ତୁ

ସୁବର୍ଣ୍ଣପୁର: ବାଘପାଲିରୁ ବାଘର ମୃତ ଦେହ ଉଦ୍ଧାର । ଜିଲ୍ଲାର ଉଲୁଣ୍ଡା ରେଞ୍ଜ ଅନ୍ତର୍ଗତ ବାଘପାଲି ଜଙ୍ଗଲରେ ଏକ କଲରାପତାରିଆ ବାଘର ମୃତ ଦେହ ଠାବ କରାଯାଇଛି । ପ୍ରାୟ ଦୁଇ ସପ୍ତାହ ହେଲା ବାଘର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି ।

ବାଘପାଲି ଜଙ୍ଗଲରୁ ବାଘର ମୃତଦେହ ଉଦ୍ଧାର

ତେବେ ସୂଚନା ଅନୁଯାୟୀ, ସୁବର୍ଣ୍ଣପୁର ଜିଲ୍ଲାର ବାଘପାଲି ନିକଟ ଜଙ୍ଗଲରେ ବାଘର ଗଳିତ ମୃତଦେହ ପଡିରହିଥିବା ଦେଖିବାକୁ ମିଳିଥିଲା । ଜଙ୍ଗଲର ଆଭ୍ୟନ୍ତରୀଣ ଅଞ୍ଚଳରେ ବାଘର ମୃତ ଦେହ ପଡିଥିବା ଆଜି ଲୋକେ ଦେଖିବାକୁ ପାଇଥିଲେ । ବାଘର ମୃତଦେହ ଦେଖି ସ୍ଥାନୀୟ ଲୋକମାନେ ବନବିଭାଗକୁ ଖବର ଦେଇଥିଲେ । କେଉଁ କାରଣରୁ ବାଘର ମୃତ୍ୟୁ ହୋଇଛି ତାହା ଏଯାଏଁ ବନ ବିଭାଗ ସ୍ପଷ୍ଟ କରିପାରି ନାହିଁ । ତେବେ ଘଟଣା ସ୍ଥଳରେ ବନ ବିଭାଗ ପହଞ୍ଚି ବାଘର ମୃତଦେହ ବ୍ୟବଚ୍ଛେଦ କରିବା ପାଇଁ ପ୍ରାଣୀ ଚିକିତ୍ସିକଙ୍କୁ ନେଇ ବନ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ବାଘର ମୃତଦେହ ବ୍ୟବଚ୍ଛେଦ କାର୍ଯ୍ୟ ଶେଷ ହେବା ପରେ ତାକୁ ସେହି ଯାଗାରେ ପୋତି ଦିଆଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ଏନେଇ ବାଘଟିର ଦାନ୍ତ ଓ ନଖ ଗୁଡିକ କାଟି ଦିଆଯାଇଥିବା ଅନୁମାନ କରାଯାଉଛି । ବାଘଟିର ସ୍ବଭାବିକ ମୃତ୍ୟୁ ହୋଇଛି ଅବା ନଖ ଦାନ୍ତ ଆଦି ପାଇଁ କେହି ତାକୁ ମାରି ଦେଇଥିବା ଅନୁମାନ କରାଯାଉଛି । ଏନେଇ ବନ ବିଭାଗ ଘଟଣାର ତଦନ୍ତ କରୁଛି ।

ଏହା ମଧ୍ୟ ପଢ଼ନ୍ତୁ: ଚିତାବାଘ ସହ ଫଟୋ ଉଠାଇବା ପଡିଲା ମହଙ୍ଗା, ୪ ବର୍ଷ ପରେ ଯୁବକଙ୍କୁ ବାନ୍ଧିଲା ବନ ବିଭାଗ

ଜଙ୍ଗଲରେ ସୁରକ୍ଷିତ ନୁହଁନ୍ତି ବନ୍ୟଜନ୍ତୁ । ବେଧଡକ ଚାଲିଛି ବନ୍ୟଜନ୍ତୁଙ୍କ ଶିକାର । ବନ୍ୟଜନ୍ତୁର ମୃତ୍ୟୁ ହେଉ ଥିବାରୁ ବନ ବିଭାଗର କାର୍ଯ୍ୟ କଳାପକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିଭିନ୍ନ ସମୟରେ ପୋଲିସ ଏବଂ ଏସଟିଏଫ ପକ୍ଷରୁ ଚଢ଼ାଉ କରାଯାଇ ରାଜ୍ୟର ବିଭିନ୍ନ ସ୍ଥାନରୁ ବାଘଛାଲ ଉଦ୍ଧାର କରାଯାଇଛି । ନିକଟରେ ବାଘ ସହ ଶିକାରୀର ଫଟୋ ଭାଇରାଲ ହେବା ପରେ ନୟାଗଡ଼ରେ ହଇଚଇ ସୃଷ୍ଟି ହୋଇଥିଲା । ଘଟଣାର ଦୀର୍ଘ ୪ ବର୍ଷ ପରେ ଅଭିଯୁକ୍ତକୁ ଗିରଫ କରିଥିଲା ପୋଲିସ । ଅଭିଯୁକ୍ତ ଶିକାରୀ ଜଣକ ନୟାଗଡ଼ ଜିଲ୍ଲା ପଞ୍ଚୀରିଡା ବନାଞ୍ଚଳ ଅନ୍ତର୍ଗତ ଗୋଡିପଲ୍ଲୀ ଗାଁର ସଞ୍ଜୟ ସ୍ବାଇଁ । ସଞ୍ଜୟକୁ ଭୁବନେଶ୍ବରରୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଥିଲା ନୟାଗଡ଼ ବନ ବିଭାଗ । ସଞ୍ଜୟକୁ ଗିରଫ କରିବାକୁ ବନ ବିଭାଗ ଫୋନ କଲ ଟ୍ରାକ କରିଥିଲା । ୪ବର୍ଷ ପୂର୍ବେ ବାଣୀଝରୀ ଜଙ୍ଗଲରୁ ଛୁଆ ଚିତାବାଘଟିକୁ ସଞ୍ଜୟ ସହ ୪ଜଣ ମିଶି ଶିକାର କରିଥିଲେ ବୋଲି ଡିଏଫଓ DFO ସୂଚନା ଦେଇଥିଲେ । ସୂଚନା ଥାଉ କି ନୟାଗଡ଼ରେ ଏଭଳି ଘଟଣା ନୂଆ ନୁହେଁ । ୨୦୨୦ ମସିହାରେ ରଣପୁର ବନଖଣ୍ଡରେ ଏପରି ସମାନ ଦୃଶ୍ୟ ସାମ୍ନାକୁ ଆସିଥିଲା । ଠିକ ଏହିପରି ଏକ ଲାଇଭ ଫଟୋକୁ ଭିତ୍ତିକରି କ୍ରାଇମବ୍ରାଞ୍ଚ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.