ନୂଆଁଖାଇ ଭେଟଘାଟ, ଲୋକନୃତ୍ୟରେ ଦୁଲୁକିଲା ମଞ୍ଚ

author img

By

Published : Sep 6, 2022, 10:32 PM IST

ନୂଆଁଖାଇ ଭେଟଘାଟ: ଲୋକନୃତ୍ୟରେ ଦୁଲୁକିଲା ମଞ୍ଚ

ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ପଶ୍ଚିମ ଓଡିଶା ଲୋକନୃତ୍ୟରେ ଦୁଲୁକିଲା ମଞ୍ଚ । ସୁବର୍ଣ୍ଣପୁର ସହରର ସଂସ୍କୃତି ଭବନ ମଞ୍ଚରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଅବୋଲୀ ସୁନୀଲ ନରୱଣେ ଯୋଗଦେଇ ସାଂସ୍କୃତିକ ଦଳଗୁଡିକୁ ସମ୍ମାନୀତ କରିଥିଲେ । ଅଧିକ ପଢ଼ନ୍ତୁ

ସୁବର୍ଣ୍ଣପୁର: ଜିଲ୍ଲା ସ୍ତରୀୟ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ପଶ୍ଚିମ ଓଡିଶା ଲୋକନୃତ୍ୟରେ ଦୁଲୁକିଲା ମଞ୍ଚ । ସୁବର୍ଣ୍ଣପୁର ସହରର ସଂସ୍କୃତି ଭବନ ମଞ୍ଚରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଅବୋଲୀ ସୁନୀଲ ନରୱଣେ ଯୋଗଦେଇ ସାଂସ୍କୃତିକ ଦଳଗୁଡିକୁ ନୃତ୍ୟ ପରିବେଷଣ ପାଇଁ ସମ୍ମାନୀତ କରିଥିଲେ ।

ନୂଆଁଖାଇ ଭେଟଘାଟ: ଲୋକନୃତ୍ୟରେ ଦୁଲୁକିଲା ମଞ୍ଚ

ସୁବର୍ଣ୍ଣପୁର ଜିଲ୍ଲା ସଂସ୍କୃତି ପରିଷଦ ଓ ଜିଲ୍ଲା କଳା ସଂସ୍କୃତି ସଙ୍ଘ ପକ୍ଷରୁ ସହରର ସଂସ୍କୃତି ଭବନ ଠାରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ଜିଲ୍ଲାର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ଦ୍ବାରା ଡାଲଖାଇ, ରସରକେଲି, ମାଏଲାଜଡ, ଚୁଟକୁଚୁଟା ସାଙ୍ଗକୁ ବଜାଶାଲ ଆଦି ଲୋକନୃତ୍ୟ ପରିବେଷଣ କରାଯାଇଥିଲା । ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜିଲ୍ଲାପାଳ ଅବୋଲୀ ସୁନୀଲ ନରୱଣେ ସାଧାରଣଙ୍କୁ ସାଂସ୍କୃତିକ ବାର୍ତ୍ତା ଦେଇଥିଲେ । ଏହାପରେ ଢୋଲ, ନିଶାନ, ତାସା, ମହୁରୀ ଆଦି ପଶ୍ଚିମ ଓଡିଶାର ଲୋକବାଦ୍ୟର ଧ୍ବନି ଦର୍ଶକଙ୍କୁ ବିମୋହିତ କରିଥିଲା ।

ଜିଲ୍ଲାପାଳଙ୍କ ନୂଆଁଖାଇ ବାର୍ତ୍ତା ପରେ ନୃତ୍ୟାଙ୍ଗନାମାନେ ମଞ୍ଚକୁ ଓହ୍ଲାଇଥିଲେ । ଭଳିକି ଭଳି ଲୋକଗୀତ ଓ ଲୋକବାଦ୍ୟର ତାଳେ ତାଳେ ଧାଙ୍ଗିରୀ ନୃତ୍ୟାଙ୍ଗନାମାନେ ନୃତ୍ୟ ପରିବେଷଣ କରିଥିଲେ । ସାଂସ୍କୃତିକ ଦଳଗୁଡିକୁ ନୃତ୍ୟ ପରିବେଷଣ ପାଇଁ ଜିଲ୍ଲାପାଳ ଅବୋଲୀ ସୁନୀଲ ନରୱଣେ, ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାସ ପ୍ରମୁଖ ସମ୍ମାନୀତ କରିଥିଲେ । ସେହିଭଳି ନୃତ୍ୟ ଓ ଗୀତ ମାଧ୍ୟମରେ ପଶ୍ଚିମ ଓଡ଼ିଶାର କଳା ଓ ସଂସ୍କୃତିର ପ୍ରଚାର ପ୍ରସାର କରିବା ପ୍ରୟାସକୁ ଆୟୋଜକ ଜିଲ୍ଲା ସଂସ୍କୃତି ପରିଷଦ ଓ ଜିଲ୍ଲା କଳା ସଂସ୍କୃତି ସଙ୍ଘ ପ୍ରଶଂସା କରିଥିଲେ ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.