ବିକାଶମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି, ତଦନ୍ତ ଦାବି କଲା ବିଜେପି

author img

By

Published : Sep 22, 2021, 2:12 PM IST

ବିକାଶମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି, ତଦନ୍ତ ଦାବି କଲା ବିଜେପି

ସୁବର୍ଣ୍ଣପୁର ସହର ସଦର ପୌର ପରିଷଦରେ ବିକାଶମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହେଉଥିବା ନେଇ ଅଭିଯୋଗ କରିଛି ବିଜେପି । ରାସ୍ତାଟିର ମରାମତି କାର୍ଯ୍ୟ ତୁରନ୍ତ ସଂପୂର୍ଣ୍ଣ କରିବା ସହ ପ୍ରଶାସନ ଏ ଦିଗରେ ଯଦି ଧ୍ୟାନ ନ ଦଇନ୍ତି, ତେବେ ଆନ୍ଦୋଳନ ତୀବ୍ରତାର ହେବ ବୋଲି ଚେତାବନୀ ଦେଇଛି ବିଜେପି । ଅଧିକ ପଢନ୍ତୁ...

ସୁବର୍ଣ୍ଣପୁର: ସହର ସଦର ପୌର ପରିଷଦରେ ବିକାଶମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହେଉଥିବା ନେଇ ଅଭିଯୋଗ କରିଛି ବିଜେପି । ସହରର ଜନଗହଳିପୂର୍ଣ୍ଣ ବିଜୁ ପଟ୍ଟନାୟକ ଛକରୁ ଗଙ୍ଗାଧର ମେହେର ଛକ ପର୍ଯ୍ୟନ୍ତ ରାସ୍ତା କାମ ଅଧାରେ ଅଟକି ଯାଇଛି । ଫଳରେ ସହରବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଦୀର୍ଘ ଦିନର ଦାବି ଆପତ୍ତି ପରେ ଏହି ଜନଗହଳିପୂର୍ଣ୍ଣ ରାସ୍ତାଟି ନୂତନ ଭାବେ ତିଆରି କରାଯାଇଥିଲା । ପ୍ରାୟ 48 ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି ରାସ୍ତାର ପ୍ରଶସ୍ତିକରଣ କାର୍ଯ୍ୟ କରାଯିବା ସହିତ ରାସ୍ତାର ଉଭୟ ପାର୍ଶ୍ବରେ ଡ୍ରେନ ତିଆରି କରାଗଲା । ହେଲେ ରାସ୍ତାଟି ମାସେ ନ ପୂରୁଣୁ ପୁଣି ଅନେକ ଯାଗାରେ କଂକ୍ରିଟ ଉଠିଗଲାଣି । ସହରବାସୀଙ୍କ ଅଭିଯୋଗ ଉପରେ ଜିଲ୍ଲାପାଳ ରାସ୍ତାଟିକୁ ପୁଣି ମରାମତି କରିବା ପାଇଁ ନିର୍ଦ୍ଦେଶ ଦେବା ସହିତ ଏହି କାର୍ଯ୍ୟରେ ନିୟୋଜିତ ହୋଇଥିବା ବୈଷୟିକ ଟିମଙ୍କ କାର୍ଯ୍ୟର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ବିକାଶମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି, ତଦନ୍ତ ଦାବି କଲା ବିଜେପି

ସେପଟେ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ ହେବା ସହିତ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ରାସ୍ତା ଉପର ପୁଣି କଂକ୍ରିଟ କରାଗଲା । ହେଲେ ତଦନ୍ତ ନାଲିଫିତା ଫାଇଲ ଭିତରେ ଚାପି ହୋଇ ଯାଇଥିବା ବେଳେ ରାସ୍ତା ମରାମତି କାର୍ଯ୍ୟ ବି ଅଧାରେ ରହିଯାଇଛି । ତୁରନ୍ତ ସଂପୃକ୍ତ ଠିକାଦାରଙ୍କ ଲାଇସେନ୍ସ ରଦ୍ଦ କରିବା ସହିତ କନିଷ୍ଠ ଯନ୍ତ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଜେପି ଦାବି କରିଛି । ସେହିପରି ରାସ୍ତାଟିର ମରାମତି କାର୍ଯ୍ୟ ତୁରନ୍ତ ସଂପୂର୍ଣ୍ଣ କରିବାକୁ ବି ଦାବି ହୋଇଛି । ପ୍ରଶାସନ ଏ ଦିଗରେ ଧ୍ୟାନ ନ ଦେଲେ ଆନ୍ଦୋଳନ ତୀବ୍ରତାର ହେବ ବୋଲି ବିଜେପି ନେତା ବଳଦେବ ବେଦବାଗ ଚେତାବନୀ ଦେଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.