ତେଲନଦୀରେ ବୁଡ଼ି ଛାତ୍ର ମୃତ

author img

By

Published : Nov 14, 2022, 4:22 PM IST

ତେଲନଦୀରେ ବୁଡ଼ି ଛାତ୍ର ମୃତ୍ୟୁ

ତେଲନଦୀରେ ବୁଡ଼ି ଛାତ୍ର ମୃତ୍ୟୁ । ଗାଧୋଉଥିବା ବେଳେ ଅସାବଧାନତା ଯୋଗୁଁ ବୁଡ଼ିଗଲେ ଛାତ୍ର । ଅଧିକ ପଢ଼ନ୍ତୁ

ସୁବର୍ଣ୍ଣପୁର: ତେଲନଦୀରେ ବୁଡ଼ି ଛାତ୍ର ମୃତ । ଗାଧୋଉଥିବା ବେଳେ ଅସାବଧାନତା ଯୋଗୁଁ ବୁଡ଼ିଗଲେ ଛାତ୍ର (Boys dies after drowning in a Telanadi river )। ଏଭଳି ଅଭିଯୋଗ ଆସିଛି ସୁବର୍ଣ୍ଣପୁର ଜିଲ୍ଲା ଆମ୍ବଗହନା ଗାଁରୁ। ତେବେ ଛାତ୍ର ଜଣକୁ ପୋଖରୀରୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ଛାତ୍ରଙ୍କୁ ମୃତ ବୋଲି ଘୋଷଣା କରିଛନ୍ତି । ମୃତ ଛାତ୍ର ଜଣକ ହେଲେ ବୌଦ୍ଧ ଜିଲ୍ଲା ଆମ୍ବଗହନା ଗାଁର ବାବୁଲୁ ବଗର୍ତ୍ତି ।

ତେଲନଦୀରେ ବୁଡ଼ି ଛାତ୍ର ମୃତ୍ୟୁ

ସୂଚନାନୁସାରେ ବାବୁଲୁ ବଗର୍ତ୍ତି ଆମ୍ବଗହନା ଗାଁ ସ୍ଥିତ ତେଲନଦୀ ଘାଟକୁ ଆଜି ସକାଳେ ସ୍ନାନ ପାଇଁ ଯାଇଥିଲେ(Telanadi river)। ଗାଧୋଉଥିବା ବେଳେ ତେଲନଦୀର ଗଭୀରତା ତଥା ପାଣିର ସ୍ରୋତ ସମ୍ପର୍କରେ ଜାଣିପାରିନଥିଲେ ଛାତ୍ର ଜଣକ । ଫଳରେ ପାଣି ଭିତରେ ବୁଡ଼ି ଯାଇ କିଛି ଦୂର ଭାସିଯାଇ ଯାଇଥିଲେ । ଏହାଦେଖି ଘାଟରେ ଗାଧୋଉଥିବା ଲୋକେ ବାବୁଲୁଙ୍କୁ ବୁଡ଼ି ଯାଉଥିବାର ଦେଖି ନଦୀ ଭିତରୁ ଉଦ୍ଧାର କରିଥିଲେ ।

ଏହାପରେ ତୁରନ୍ତ ବାବୁଲୁଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ ଗ୍ରାମବାସୀ । ଖବରପାଇ ପରିବାର ଲୋକେ ତେଲନଦୀ ଘାଟରେ ପହଞ୍ଚି ତୁରନ୍ତ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ବାବୁଲୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ଛାତ୍ର ସୁବର୍ଣ୍ଣପୁର ଡିଗ୍ରୀ ମହାବିଦ୍ୟାଳୟରେ ଯୁକ୍ତ ତିନି ଦ୍ବିତୀୟ ବର୍ଷରେ ଅଧ୍ୟୟନ କରୁଥିଲେ। ସେ ଜଣେ ଶାନ୍ତ ସ୍ୱଭାବର ଛାତ୍ର ଥିବାରୁ ତାଙ୍କ ଅସମୟର ମୃତ୍ୟୁରେ ତାଙ୍କ ଗାଁ ଓ ମହାବିଦ୍ୟାଳୟରେ ଶୋକର ଛାୟା ଖେଳିଯାଇଛି । ସେପଟେ ପୁଅକୁ ହରାଇ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ।

ଯେଉଁ ବୟସରେ ପରିବାର ବୋଝ ସମ୍ଭାଳିବା କଥା ସେ ବୟସରେ ପୁଅର ଏଭଳି ଅକସ୍ମାତ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ଘର ଲୋକେ । ପୁଅ ଆଉ ଫେରିବନି ଭାବି ମାଆ ମଧ୍ୟ ଚେତା ହରାଇ ବସୁଛି । ସମସ୍ତଙ୍କ ଗେହ୍ଲାଥିବା ବାବୁଲ ଆଉ ଏ ଦୁନିଆରେ ନାହାଁନ୍ତି । ପାଠ ପଢ଼ାଇ ପୁଅକୁ ବଡ଼ ମଣିଷ କରିବାର ଲକ୍ଷ୍ୟ ନେଇ ଅନେକ ସ୍ବପ୍ନ ଦେଖିଥିଲେ। ହେଲେ ସେ ସବୁ ଧୂଳିସାତ ହୋଇଯାଇଛି । କାରଣ ବାବୁଲ ଆଉ ତା ବାପାଙ୍କ ପାଖରେ ନାହିଁ । ସାଙ୍ଗ ସାଥୀ ମଧ୍ୟ ବାବୁଲକୁ ହରାଇ ଦୁଃଖ ପ୍ରକାଶ କରିଛନ୍ତି । କେହି କିଛି ବୁଝିବା ଆଗରୁ ସବୁ କିଛି ଶେଷ ହୋଇଯାଇଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.