ହତ୍ୟାକାଣ୍ଡ ଘଟଣାରେ ବିନିକା ପୋଲିସକୁ ମିଳିଛି ସଫଳତା, ୩ ଅଭିଯୁକ୍ତ ଗିରଫ

author img

By

Published : Sep 24, 2021, 9:26 PM IST

ହତ୍ୟାକାଣ୍ଡ ଘଟଣାରେ ବିନିକା ପୋଲିସକୁ ମିଳିଛି ସଫଳତା, ୩ ଅଭିଯୁକ୍ତ ଗିରଫ

ବିନିକା ପୋଲିସକୁ ମିଳିଛି ଆଉ ଏକ ସଫଳତା । ହତ୍ୟାକାଣ୍ଡ ଘଟଣାର ୧୧ ଦିନ ପରେ ଘଟଣାପ ପର୍ଦ୍ଦାଫାସ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ...

ସୁବର୍ଣ୍ଣପୁର: ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ଆଉ ଏହି ଘଟଣାରେ ବିନିକା ଥାନା ପୋଲିସକୁ ମିଳିଛି ଆଉ ଏକ ସଫଳତା । ସୂଚନାନୁସାରେ ସେପ୍ଟେମ୍ବର ୧୪ରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ମାରବାଡି ପଡାର ସନ୍ଦିପ ସାହୁ ନିଖୋଜ ଥିବା ନେଇ ବିନିକା ଥାନାରେ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା ।

ହତ୍ୟାକାଣ୍ଡ ଘଟଣାରେ ବିନିକା ପୋଲିସକୁ ମିଳିଛି ସଫଳତା, ୩ ଅଭିଯୁକ୍ତ ଗିରଫ

ପରେ ପୋଲିସ ଅଭିଯୋଗ ପାଇବା ପରେ ସନ୍ଦୀପକୁ ଖୋଜାଖୋଜି ଆରମ୍ଭ କରିଥିଲା । ତେବେ ପୋଲିସ ସନ୍ଦୀପକୁ ଖୋଜୁ ଥିବା ବେଳେ ୧୮ ତାରିଖରେ ବୌଦ୍ଧ ମହାନଦୀରେ ତାଙ୍କ ମୃତଦେହ ପାଇଥିଲା । ତେବେ ଉଦ୍ଧାର ହୋଇଥିବା ସନ୍ଦୀପଙ୍କ ଶରୀରରେ ଅନେକ ଗଭୀର କ୍ଷତ ଥିବାରୁ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଅନୁସନ୍ଧାନ କରିଥିଲା । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ୩ ଜଣ ଏହି ହତ୍ୟାକାଣ୍ଡରେ ସାମିଲ ଥିବା ନେଇ ପୋଲିସ ଜାଣିବାକୁ ପାଇଥିବା ବେଳେ ସାଇଣ୍ଟିଫିକ୍ ଦଳ ସହାୟତାରେ ଅଭିଯୁକ୍ତମାନଙ୍କୁ ଧରିବାରେ ପୋଲିସ ସଫଳ ହୋଇଛି ।

ତେବେ ପୋଲିସ ସୂଚାନାନୁସାରେ ବିନିକାର ଚିକେନ୍ ବ୍ୟବସାୟୀ କାର୍ତ୍ତିକ ନାଗ ମହାନଦୀ କୂଳରେ ଥିବା ଏକ ପୁରୁଣା ପମ୍ପ ହାଉସରେ ଛୁରୀ ସାହାଯ୍ୟରେ ସନ୍ଦୀପଙ୍କୁ ହତ୍ୟା କରିଥିବା ବେଳେ ହତ୍ୟାକାଣ୍ଡରେ କାର୍ତ୍ତିକର ବନ୍ଧୁ ନରେନ୍ଦ୍ର ବେହେରା ଓ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ମହାନଦୀରେ ଭସାଇ ଦେଇଥିବା ନେଇ ଉଲୁଣ୍ଡାର ଦିବ୍ୟ ଜଗଦଲ ସହଯୋଗ କରିଥିବା ନେଇ ପୋଲିସ ତଦନ୍ତରୁ ଜଣାପଡିଛି ।

ଏନେଇ ଆଜି (ଶୁକ୍ରବାର) ଅଭିଯୁକ୍ତ କାର୍ତ୍ତିକ ନାଗ ଓ ତାର ୨ ସହଯୋଗୀ ମାନଙ୍କୁ କୋର୍ଟ ଚାଲାମ କରାଯିବା ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.