ସଡକ ଦୁର୍ଘଟଣା ରୋକିବାରେ ସହାୟ ହେଉଛି 'ଗୋ ଶ୍ରଦ୍ଧା' କାର୍ଯ୍ୟକ୍ରମ

author img

By

Published : Sep 21, 2021, 12:45 PM IST

ସଡକ ଦୁର୍ଘଟଣା ରୋକିବାରେ ସହାୟ ହେଉଛି 'ଗୋ ଶ୍ରଦ୍ଧା' କାର୍ଯ୍ୟକ୍ରମ

ଦୁର୍ଘଟଣା ଜନିତ ମୃତ୍ୟୁସଂଖ୍ୟା ହ୍ରାସ କରିବାରେ ରାଜ୍ୟରେ ପ୍ରଥମ ସୁବର୍ଣ୍ଣପୁର । ଜିଲ୍ଲା ପ୍ରଶାସନ ବ୍ୟାପକ ପ୍ରଚେଷ୍ଟା ଓ 'ଗୋ ଶ୍ରଦ୍ଧା' କାର୍ଯ୍ୟକ୍ରମ ଜରିଆରେ କମୁଛି ସଡକ ଦୁର୍ଘଟଣା । ଅଧିକ ପଢନ୍ତୁ...

ସୁବର୍ଣ୍ଣପୁର: ଜିଲ୍ଲାରେ ଅହେତୁକ ଭାବେ ହ୍ରାସ ପାଇଛି ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା । ଗତ ଆର୍ଥିକ ବର୍ଷରେ ଏହି ମୃତ୍ୟୁହାର ୫୪.୫ ଥିବାବେଳେ ଚଳିତ ବର୍ଷ କିନ୍ତୁ ତାହା -୧୧.୧୧କୁ ଖସି ଆସିଛି । ଏହି ସଫଳତା ସହ ରାଜ୍ୟରେ ଦୁର୍ଘଟଣା ଜନିତ ମୃତ୍ୟୁସଂଖ୍ୟା ହ୍ରାସ କରିବାରେ ପ୍ରଥମ ସ୍ଥାନ ଅଧିକୃତ କରିଛି ସୁବର୍ଣ୍ଣପୁର ।

ଚଳିତ ବର୍ଷ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶରେ ଜିଲ୍ଲା ପୋଲିସ ଓ ପରିବହନ ବିଭାଗ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛି । ହେଲମେଟ ଚେକିଂ, ସ୍ପିଡ ଚେକିଂ, ଗାଡି ଚଳାଇବା ସମୟରେ ମୋବାଇଲ ବ୍ୟବହାର ରୋକିବା ସାଙ୍ଗକୁ 'ଗୋ ଶ୍ରଦ୍ଧା' କାର୍ଯ୍ୟକ୍ରମ ଯୋଗୁଁ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ଆଶାତୀତ ଭାବେ ହ୍ରାସ ପାଇଛି ।

ସଡକ ଦୁର୍ଘଟଣା ରୋକିବାରେ ସହାୟ ହେଉଛି 'ଗୋ ଶ୍ରଦ୍ଧା' କାର୍ଯ୍ୟକ୍ରମ

ଉଲ୍ଲେଖଯୋଗ୍ୟ, ସହରର ରାସ୍ତାଗୁଡିକରେ ବୁଲା ଗାଈଗୋରୁଙ୍କ ଉପଦ୍ରବ ବଢିବାରେ ଲାଗିଛି । ଫଳରେ ରାସ୍ତା ଉପରେ ଟ୍ରାଫିକ ଭଳି ସମସ୍ୟା ସୃଷ୍ଟି ହେବା ସହ ଅନେକ ସମୟରେ ଛୋଟ ବଡ ଦୁର୍ଘଟଣାମାନ ଘଟୁଛି । ଯେଉଁଥିରେ କିଛି ଲୋକଙ୍କ ଜୀବନ ହାନି ମଧ୍ୟ ହେଉଛି । ଏହାକୁ ରୋକିବାକୁ ସୁବର୍ଣ୍ଣପୁରରେ ସଦର ପୌର ପରିଷଦ, ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ଏବଂ ସାଂସ୍କୃତିକ ସଂଗଠନ ସହାୟତାରେ 'ଗୋ ଶ୍ରଦ୍ଧା' କାର୍ଯ୍ୟକ୍ରମ ଚାଲିଛି । କାର୍ଯ୍ୟକ୍ରମ ଅଧିନରେ ବୁଲା ଗାଈଗୋରୁଙ୍କୁ କାଞ୍ଜି ହାଉସରେ ରଖାଯାଇ ସେମାନଙ୍କର ଯତ୍ନ ନିଆଯାଉଛି । ଗାଈ ମାଲିକମାନେ ନିଜ ଗାଈଗୋରୁଙ୍କୁ କାଞ୍ଜି ହାଉସରୁ ଫାଇନ ଦେଇ ଘରକୁ ନେଉଛନ୍ତି ।

ସେପଟେ ଦୁର୍ଘଟଣାକୁ ହ୍ରାସ କରିବା ପାଇଁ ଜିଲ୍ଲାପାଳ ଅବୋଲୀ ସୁନୀଲ ନରୱଣେ ଗୋ ମାଲିକମାନଙ୍କୁ ଗାଈଗୋରୁଙ୍କୁ ଗୁହାଳରେ ରଖି ଯତ୍ନ ନେବା ପାଇଁ ଅନୁରୋଧ କରିଛନ୍ତି । ସେହିପରି ଗୋ ଶ୍ରଦ୍ଧା କାର୍ଯ୍ୟକ୍ରମ ଓ ନୋ ହେଲମେଟ ନୋ ପେଟ୍ରୋଲ ଆଦି କାର୍ଯ୍ୟକ୍ରମ ପାଇଁ ଜନଜୀବନକୁ ସୁରକ୍ଷା ଦିଆଯାଇ ପାରୁଛି ବୋଲି କହିଛନ୍ତି ଜିଲ୍ଲାପାଳ । ଏଥିସହ ସେ ଜିଲ୍ଲା ପୋଲିସ ବିଭାଗ, ଜିଲ୍ଲା ଅବକାରୀ ବିଭାଗ, ପରିବହନ ବିଭାଗ ତଥା ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ଜନସାଧାରଣଙ୍କ ଭିତରେ ସଚେତନତା ସୃଷ୍ଟି କରିବା ସହିତ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟାକୁ ଆହୁରି ହ୍ରାସ କରିବା ପାଇଁ ନିବେଦନ କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.