22 ବୋତଲ କଫ ସିରପ ସହ ବେପାରୀ ଗିରଫ

author img

By

Published : Sep 23, 2021, 10:50 PM IST

22 ବୋତଲ କଫ ସିରପ ସହ ବେପାରୀ ଗିରଫ

ସୁବର୍ଣ୍ଣପୁରରେ ଗିରଫ ହେଲା କଫ ସିରପ ବେପାରୀ । ଜବତ ହୋଇଛି 22 ବୋତଲ କଫ ସିରପ । ତଦନ୍ତ କରୁଛି ପୋଲିସ । ଅଧିକ ପଢନ୍ତୁ....

ସୁବର୍ଣ୍ଣପୁର: ଜିଲ୍ଲା ଟାଉନ ଥାନା ପୋଲିସ ଆଜି ଜଣେ କଫ ସିରଫ ବେପାରୀକୁ ଗିରଫ କରିବା 22 ବୋତଲ କଫ ସିରଫ ସହିତ ଏକ ବାଇକ ଜବତ କରିଛି । ଅଭିଯୁକ୍ତ ଜଣଙ୍କ ନିଜ ବାଇକରେ କଫ ସିରଫ ନେଇ ବିକ୍ରି ପାଇଁ ଯାଇଥିବାବେଳେ ସହରର କୁଷ୍ଠାଶ୍ରମ ନିକଟରେ ସୂଚନା ପାଇ ପୋଲିସ ଚଢ଼ାଉ କରି ଗିରଫ କରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତ ଝୁପୁଡି ପଡାର ଅନିଲ ପରୁଆ ବୋଲି ଜଣାପଡିଛି ।

22 ବୋତଲ କଫ ସିରପ ସହ ବେପାରୀ ଗିରଫ

ପୋଲିସ ଗାଡି ଦେଖି ଯୁବକ ଜଣକ ଫେରାର ହେବାକୁ ଚେଷ୍ଟା କରିଥିବାବେଳେ ବେଶ କିଛି ସମୟ ଲୁଚକାଳି ଖେଳ ପରେ ପୋଲିସ ତାକୁ ଧରିବାରେ ସଫଳ ହୋଇଛି । ଅଭିଯୁକ୍ତର ବାଇକ ତଲାସୀ କରିବାରୁ ଗାଡି ଡିକିରୁ 22ଟି ବୋତଲ କଫ ସିରଫ ପୋଲିସ ଜବତ କରିଥିଲା । ପୂର୍ବରୁ ମଧ୍ୟ ଅଭିଯୁକ୍ତ ଅନିଲ ଉପରେ କଫ ସିରପ ବିକ୍ରି ଅଭିଯୋଗରେ ପୋଲିସ ଏକ କେଶ ଦାୟର କରିଥିବା ସୂଚନା ରହିଛି।

ପଡୋଶୀ ବଲାଙ୍ଗୀର ଜିଲ୍ଲାର 2ଜଣ ଯୁବକ ଏହି ବେଆଇନ ବ୍ୟବସାୟ ଅଭିଯୋଗରେ ଧରା ପଡିଛନ୍ତି । ପଡୋଶୀ ଜିଲ୍ଲାରୁ ସୁବର୍ଣ୍ଣପୁର ସହରକୁ କଫ ସିରପ ବ୍ୟବସାୟର ଚେର ଲମ୍ବିଥିବାବେଳେ ପୋଲିସ ବି ଏହି ବେଆଇନ କାରବାର କରୁଥିବା ଯୁବକଙ୍କୁ ଧରିବାରେ ନାକେଦମ ହୋଇ ପଡ଼ୁଛି । ଆଜି ଅଭିଯୁକ୍ତ ଅନିଲକୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.