ଟଙ୍କା ଲୁଟ ଘଟଣାରେ ୭ ଲୁଟେରା ଗିରଫ

author img

By

Published : Sep 14, 2022, 8:58 AM IST

ଟଙ୍କା ଲୁଟ୍ ଘଟଣାରେ ୭ ଲୁଟେରା ଗିରଫ

ଟଙ୍କା ଲୁଟ ଘଟଣାରେ ସାତ ଜଣ ଅଭିଯୁକ୍ତ ଗିରଫ । ଗତ 26 ତାରିଖରେ ଭାରତ ଫାଇନାନ୍ସ କମ୍ପାନୀର ଦୁଇଜଣ କର୍ମଚାରୀଙ୍କ ପାଖରୁ ଏକ ଲକ୍ଷ 83 ହଜାର ଟଙ୍କା ଲୁଟ୍ ହୋଇଥିଲା । ଏନେଇ ପୋଲିସ ଏହି ଘଟଣାର ତଦନ୍ତ କରି ଆଠ ଜଣଙ୍କୁ ଅଟକ ରଖି ପଚରାଉଚରା କରିଥିଲା । ଅଧିକ ପଢ଼ନ୍ତୁ

ସୁବର୍ଣ୍ଣପୁର: ଜିଲ୍ଲାର ତରଭା ପୋଲିସ ଟଙ୍କା ଲୁଟ ଘଟଣାରେ ସାତ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଗତ 26 ତାରିଖରେ ଭାରତ ଫାଇନାନ୍ସ କମ୍ପାନୀର ଦୁଇଜଣ କର୍ମଚାରୀଙ୍କ ପାଖରୁ ଏକ ଲକ୍ଷ 83 ହଜାର ଟଙ୍କା ଲୁଟ୍ ହୋଇଥିଲା । ଏନେଇ ପୋଲିସ ଏହି ଘଟଣାର ତଦନ୍ତ କରି ଆଠ ଜଣଙ୍କୁ ଅଟକ ରଖି ପଚରାଉଚୁରା କରିଥିଲା ।

ଟଙ୍କା ଲୁଟ୍ ଘଟଣାରେ ୭ ଲୁଟେରା ଗିରଫ

ଏହାପରେ ଜଣେ ନାବାଳକ ସହିତ କମସରା ଅଞ୍ଚଳର ଛଅ ଜଣ ବ୍ୟକ୍ତି ସମ୍ପୃକ୍ତ ଥିବା ଜାଣିବାକୁ ପାଇଥିଲା । ଅଭିଯୁକ୍ତମାନଙ୍କ ପାଖରୁ ପୋଲିସ ପାଖାପାଖି ୨୪ ହଜାର ଟଙ୍କା ସହିତ ଟଙ୍କା ବ୍ୟାଗ, ଡାଇରୀ ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଶ୍ରୀରାମ ରଣା, ସୀତାରାମ ରଣା, ଅଶ୍ବିନୀ ରଣା, ଅର୍ଜୁନ ଷଣ୍ଢ, ଜିତେଶ କୁମ୍ଭାର, ସୁଶୀଲ ରଣା ଓ ଜଣେ ନାବାଳକ ଥିବା ପୋଲିସ ସୂଚନା ଦେଇଛି ।

ଏହି ଅଭିଯୁକ୍ତମାନଙ୍କ ଭିତରୁ ଚାରି ଜଣ ଅଭିଯୁକ୍ତ ସୁବଳୟା ପୋଲିସ ଷ୍ଟେସନ ଅଧିନରେ ହୋଇଥିବା ଅନ୍ୟ ଏକ ଲୁଟ ଘଟଣାରେ ସମ୍ପୃକ୍ତ ଥିବା ପୋଲିସ ଜାଣିବାକୁ ପାଇଛି । ସୁଶୀଳ ରଣା ବଲାଙ୍ଗୀର ଜିଲ୍ଲା ପୁଇଁତଳା ଥାନା ଅଧୀନର ଜଣେ ବାସିନ୍ଦା ହୋଇଥିବା ବେଳେ ଅନ୍ୟ ଅଭିଯୁକ୍ତମାନେ କମସରା ଅଞ୍ଚଳର ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ କହିଛନ୍ତି । ମଙ୍ଗଳବାର ସମସ୍ତ ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଆରକ୍ଷୀ ଅଧିକ୍ଷକ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.