ଘର ଭାଙ୍ଗିଥିବା ଅଭିଯୁକ୍ତଙ୍କୁ ଗିରଫ ଦାବି, ଏସପିଙ୍କୁ ଭେଟିଲା ପଶ୍ଚିମ ଓଡିଶା ଆଦିବାସୀ ମହାସଂଘ

author img

By

Published : Sep 30, 2022, 1:50 PM IST

ଏସପିଙ୍କୁ ଭେଟିଲା ପଶ୍ଚିମ ଓଡିଶା ଆଦିବାସୀ ମହାସଂଘ

ବନ୍ଧୁପାଲିରେ ଜଣେ ନିରୀହ ଆଦିବାସୀ ମହିଳାଙ୍କ ଘର ଉପରକୁ ଟେକା ପଥର ମାଡ କରିବା ସହ ତାଙ୍କ ଚାଷ ଜମିରେ କରିଥିବା ବିରି, ହରଡ ଓ ବାଦାମ ଗଛକୁ ନଷ୍ଟ କରି ଦେଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାକୁ ନେଇ ଏସପିଙ୍କୁ ଭେଟିଲା ପଶ୍ଚିମ ଓଡିଶା ଆଦିବାସୀ ମହାସଂଘ l ଅଧିକ ପଢନ୍ତୁ

ସମ୍ବଲପୁର: ଜଣେ ଅସହାୟ ଆଦିବାସୀ ମହିଳାଙ୍କ ଘର ଭାଙ୍ଗିଥିବା ଅଭିଯୁକ୍ତକୁ ଗିରଫ ଦାବିରେ ଏସପିଙ୍କୁ ଭେଟିଲା ପଶ୍ଚିମ ଓଡିଶା ଆଦିବାସୀ ମହାସଂଘ । ପୀଡିତାଙ୍କୁ ନ୍ୟାୟ ନ ମିଳିଲେ ଆଗାମୀ ଦିନରେ ସମଗ୍ର ପଶ୍ଚିମ ଓଡିଶାରେ ପଶ୍ଚିମ ଓଡିଶା ଆଦିବାସୀ ମହାସଂଘ ତୀବ୍ର ଆନ୍ଦୋଳନ କରିଵାକୁ ଚେତାବନୀ ଦେଇଛି ସଂଘ ।

ଏସପିଙ୍କୁ ଭେଟିଲା ପଶ୍ଚିମ ଓଡିଶା ଆଦିବାସୀ ମହାସଂଘ

ସୂଚନାଅନୁସାରେ, ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ନାକଟିଦେଉଳ ବ୍ଲକ ଶରଧାପୁର ଗାଁ ବନ୍ଧୁପାଲିରେ ଜଣେ ନିରୀହ ଆଦିବାସୀ ମହିଳାଙ୍କ ଘର ଉପରକୁ ଟେକା ପଥର ମାଡ କରିବା ସହ ତାଙ୍କ ଚାଷ ଜମିରେ କରିଥିବା ବିରି, ହରଡ ଓ ବାଦାମ ଗଛକୁ ନଷ୍ଟ କରି ଦେଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣା ନେଇ ପଡ଼ିତା ମହିଳା ମାର୍ଥା ଲାକରା ରେଡାଖୋଲ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପୋଲିସ ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତ ଲମ୍ବୋଦର ମଟିଆରି ଏବଂ ଭାସ୍କର ପ୍ରଧାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ।

ଏହା ମଧ୍ୟ ପଢନ୍ତୁ: ଫରେଷ୍ଟ ଗାର୍ଡ ନେଉଥିଲେ ଲାଞ୍ଚ, ମାଡିବସିଲା ଭିଜିଲାନ୍ସ

ତେବେ ଏହାକୁ ନେଇ ଗୁରୁବାର ସମ୍ବଲପୁର ଏସପି କାର୍ଯ୍ୟାଳୟକୁ ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘ ସହଯୋଗରେ ପୀଡିତା ମହିଳା ମାର୍ଥା ଲାକରା ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି l ଅଭିଯୋଗ ପତ୍ରରେ ମାର୍ଥା ଲାକରା ଉଲ୍ଲେଖ କରିଛନ୍ତି ଯେ," ମୋ ସ୍ୱାମୀ ମାନସିକ ବିକାରଗ୍ରସ୍ତ ହୋଇଥିବାର ସୁଯୋଗ ନେଇ ଗତ ୨୫ ତାରିଖ ରାତି ୧୨.୩୦ରେ ଅଭିଯୁକ୍ତ ଲମ୍ବୋଦର ମଟିଆରି ଏବଂ ଭାସ୍କର ପ୍ରଧାନ ତାଙ୍କ ଘର ଉପରକୁ ଟେକା ପଥର ମାଡ କରି ଘରର ଆଜବେଷ୍ଟର ଭାଙ୍ଗି ଦେଇଛନ୍ତି l ଏହାସହ ଘର ପୋଡି ଦେବାକୁ ମଧ୍ୟ ଧମକ ଚମକ ଦେଇଥିଲେ ।"

ଏହି ଘଟଣା ପରେ ରେଡାଖୋଲ ଥାନାରେ ଅଭିଯୁକ୍ତ ଲମ୍ବୋଦର ମାଟିଆରୀ ଏବଂ ଭାସ୍କର ପ୍ରଧାନ ବିରୋଧରେ ଲିଖିତ ଅଭିଯୋଗ ହେବା ପରେ ବି ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିବା ଅଭିଯୋଗ ହୋଇଛି l ଏନେଇ ପଶ୍ଚିମ ଓଡିଶା ଆଦିବାସୀ ମହାସଂଘର ସଭାପତି ପ୍ରଶାନ୍ତ ହାଓ ଓ ମହାସଚିବ ଶ୍ୟାମସୁନ୍ଦର ମୁଣ୍ଡାଙ୍କ ନେତୃତ୍ୱରେ ଏସପିଙ୍କୁ ସାକ୍ଷାତ କରି ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ନେଇ ଦାବି କରାଯାଇଛି । ପୀଡିତାଙ୍କୁ ନ୍ୟାୟ ନ ମିଳିଲେ ଆଗାମୀ ଦିନରେ ସମଗ୍ର ପଶ୍ଚିମ ଓଡିଶାରେ ପଶ୍ଚିମ ଓଡିଶା ଆଦିବାସୀ ମହାସଂଘ ତୀବ୍ର ଆନ୍ଦୋଳନ କରିଵାକୁ ଚେତାବନୀ ଦେଇଛି ସଂଘ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.