ONE RUPEE CLINIC: ପୁଣି ଚର୍ଚ୍ଚାରେ ଡାକ୍ତର ରାମଚନ୍ଦାନୀ, ଏଥର ଟଙ୍କାକରେ ଦେବେ ମେଡିସିନ୍‌

author img

By

Published : Feb 13, 2022, 1:06 PM IST

ONE RUPEE CLINIC: ବୁର୍ଲା ଡାକ୍ତରଙ୍କ ମହତ କାର୍ଯ୍ୟ, ୨ ଟଙ୍କାରେ କରୁଛନ୍ତି ରୋଗୀ ସେବା

ସମ୍ବଲପୁର ବୁର୍ଲା ଡାକ୍ତର ଶଙ୍କର ରାମଚନ୍ଦାନୀଙ୍କ ନିଆରା ଢଙ୍ଗରେ ରୋଗୀ ସେବା । ମାତ୍ର ୧ ଟଙ୍କା ଖର୍ଚ୍ଚରେ ସେ ରୋଗୀଙ୍କୁ ସେବା ଯୋଗାଉଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ସମ୍ବଲପୁର: ମାତ୍ର ଦୁଇ ଟଙ୍କା ଖର୍ଚ୍ଚ କଲେ ସୁସ୍ଥ ହେବେ ରୋଗୀ । ଶୁଣିବାକୁ ଆଶର୍ଯ୍ୟ ଲାଗୁଥିଲେ ବି କଥାଟି ସତ । ଜିଲ୍ଲାରେ ଥିବା ବୁର୍ଲା ଡାକ୍ତରଖାନାର ଡାକ୍ତର ନିଜ କ୍ଲିନିକରେ ଆରମ୍ଭ କରିଛନ୍ତି ଏପରି ନିଆରା ସେବା । ଏକ ଟଙ୍କା କ୍ଲିନିକର ଏକ ବର୍ଷ ପୂର୍ତ୍ତି ପରେ ଏବେ ପୁଣି ଆରମ୍ଭ ହୋଇଛି ଏକ ଟଙ୍କାରେ ଔଷଧ । ତାହା ପୁଣି ସବୁ ରୋଗ ପାଇଁ ଲାଗୁଥିବା ଗୁରୁତ୍ବପୂର୍ଣ୍ଣ ଦାମୀ ଔଷଧ । ଜଣେ ରୋଗୀଙ୍କ ଦ୍ବାରା ଏହି ଏକ ଟଙ୍କିକିଆ ଔଷଧ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ବୁର୍ଲା ଡାକ୍ତର ଶଙ୍କର ରାମଚନ୍ଦାନୀ ।

ONE RUPEE CLINIC: ବୁର୍ଲା ଡାକ୍ତରଙ୍କ ମହତ କାର୍ଯ୍ୟ, ୨ ଟଙ୍କାରେ କରୁଛନ୍ତି ରୋଗୀ ସେବା

ସମ୍ବଲପୁରର ବୁର୍ଲା ସହରରେ ଡାକ୍ତର ଶଙ୍କର ଗତ ବର୍ଷ ଆରମ୍ଭ କରିଥିବା ୧ ଟଙ୍କିଆ କ୍ଲିନିକର ସଫଳତା ପରେ ଏବେ ପୁଣି ଏକ ଟଙ୍କିକିଆ ମେଡ଼ିସିନ ରୋଗୀଙ୍କ ପାଇଁ ଆଣିଛନ୍ତି । ଯେଉଁ ଗରିବ ରୋଗୀ ମାନେ ଅଧିକ ଟଙ୍କା ଦେଇ ଦାମିକା ଔଷଧ କିଣିବାରେ ଅସମର୍ଥ ସେମାନେ ମାତ୍ର ୧ ଟଙ୍କା ବିନିମୟରେ ପାଇପାରିବେ ସମସ୍ତ ଔଷଧ । ବିଭିନ୍ନ ସମୟରେ ଔଷଧ କିଣି ନପାରୁଥିବାରୁ ଅନେକ ରୋଗୀ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ଏହାକୁ ଦୃଷ୍ଟିରେ ରଖି ଡାକ୍ତର ରାମଚନ୍ଦାନନୀ ଏଭଳି ଏକ କାର୍ଯ୍ୟ ଆରମ୍ଭ କରିଛନ୍ତି।

ଏହି କ୍ଲିନିକରେ ଚିକିତ୍ସା ଓ ଔଷଧ କିଣିବା ନିମନ୍ତେ ଅନେକ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ପହଞ୍ଚିଥିଲେ। ଏହି ୧ ଟଙ୍କିଆ କ୍ଲିନିକରେ ଲୋକଙ୍କୁ ଚିକିତ୍ସା ପାଇଁ ବୁର୍ଲା କିଛି ପିଜି ଛାତ୍ର ମଧ୍ୟ ସାମିଲ ହୋଇଥିଲେ। ସେପଟେ ୧ ଟଙ୍କାରେ ଔଷଧ ମିଳିବା କଥା ଜାଣିବା ପରେ ଖୁସିରେ ଅନେକ ରୋଗୀ ଏହି କ୍ଲିନିକକୁ ପହଞ୍ଚିଥିଲେ। ମଧୁମେହ, ଥାଇରଏଡ଼, ହାର୍ଟ, କିଡ଼ନୀ ,ବିଭିନ୍ନ ପ୍ରକାର ଜ୍ବର ଭଳି ଅନେକ ରୋଗର ଔଷଧ ଦିଆଯାଉଛି ଏକ ଟଙ୍କାରେ।

ଏହି ୧ ଟଙ୍କିଆ ମେଡ଼ିସିନ କିଛିଦିନ ପରେ ପଦ୍ମପୁରରେ ମଧ୍ୟ ଆରମ୍ଭ ହେବ ବୋଲି କହିଛନ୍ତି ଡାକ୍ତର ରାମଚନ୍ଦାନୀ । ଏହି ଔଷଧ ଗୁଡିକ ନିଜ ଦରମା ଟଙ୍କାରେ ଓ ଆଉ କିଛି ବଦାନ୍ୟ ବ୍ୟକ୍ତିଙ୍କ ଦ୍ବାରା ଅଣାଯାଇଛି । ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ମାନେ ସମସ୍ତ ରୋଗ ପାଇଁ ୧ ଟଙ୍କାରେ ଔଷଧ ପାଇ ଅନେକ ଖୁସି ପ୍ରକଟ କରିଛନ୍ତି । କେତେବେଳେ ୧ ଟଙ୍କାରେ ରୋଗୀ ଚିକିତ୍ସା ତ ଆଉ କେତେବେଳେ ଏକ ଟଙ୍କାରେ ଔଷଧ । ଏଭଳି ମହତ କାର୍ଯ୍ୟ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି ଡାକ୍ତର ରାମଚନ୍ଦାନୀ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.