ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ, ଜନ୍ମ ମାଟିରେ ଶ୍ରଦ୍ଧାଞ୍ଜଳି ଦେଲେ ମନ୍ତ୍ରୀ ଓ ବିଜେଡି ନେତା

ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ, ଜନ୍ମ ମାଟିରେ ଶ୍ରଦ୍ଧାଞ୍ଜଳି ଦେଲେ ମନ୍ତ୍ରୀ ଓ ବିଜେଡି ନେତା
ଆଜି ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନ ହୋଇଥିବା ବେଳେ ବିଜେଡି ପକ୍ଷରୁ ସମ୍ବଲପୁର ଜିଲ୍ଲା ଖିଣ୍ଡା ଗ୍ରାମରେ ସୁରେନ୍ଦ୍ର ସାଏଙ୍କ ଜନ୍ମ ମାଟିରେ ଜୟନ୍ତୀ ପାଳନ କରାଯାଇଛି। ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ନେତୃତ୍ୱରେ ବିଜେଡି ପକ୍ଷରୁ ଏହା ପାଳନ ହୋଇଛି। ଖିଣ୍ଡା ଗ୍ରାମରେ ବିଜେଡି ପକ୍ଷରୁ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମାହାଙ୍ଗା ବିଧାୟକ ପ୍ରତାପ ଜେନା,ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ସିଦ୍ଧାର୍ଥ ଦାସ, ସାଂସଦ ନିରଞ୍ଜନ ବିଶି, ସମ୍ବଲପୁର ଜିଲ୍ଲା ଯୁବ ବିଜେଡି ସଭାପତି ଲକ୍ଷ୍ମୀ ପ୍ରସାଦ ମହାପାତ୍ର, ଯୁବ ବିଜେଡି ନେତା ସଞ୍ଜିତ ମହାନ୍ତି ଙ୍କ ସମେତ ବହୁ ନେତା ଓ କାର୍ଯ୍ୟକର୍ତା ସାମିଲ ହୋଇଥିଲେ। ଅଧିକ ପଢନ୍ତୁ
ସମ୍ବଲପୁର: ଗତ ସୋମବାର ସୁରେନ୍ଦ୍ର ସାଏଙ୍କ 215ତମ ଜନ୍ମ ଜୟନ୍ତୀ ଥିଲା । ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ସ୍ଥିତ ସୁରେନ୍ଦ୍ର ସାଏ ଜନ୍ମ ମାଟିରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ, ମହଙ୍ଗା ବିଧାୟକ ପ୍ରତାପ ଜେନା ଙ୍କ ସହ ପ୍ରମୁଖ ବିଜେଡି ନେତା ଓ କାର୍ଯ୍ୟକର୍ତା ମାନେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି । ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ନେତୃତ୍ୱରେ ସମ୍ବଲପୁର ଓ ଝାରସୁଗୁଡାର ବିଜେଡି ନେତୃ ବୃନ୍ଦ ଓ କାର୍ଯ୍ୟକର୍ତା ସୁରେନ୍ଦ୍ର ସାଏ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇ ସୁରେନ୍ଦ୍ର ସାଏଙ୍କ ସ୍ମୃତିଚାରଣ କରିଥିଲେ।
ଆଜି ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନ ହୋଇଥିବା ବେଳେ ବିଜେଡି ପକ୍ଷରୁ ସମ୍ବଲପୁର ଜିଲ୍ଲା ଖିଣ୍ଡା ଗ୍ରାମରେ ସୁରେନ୍ଦ୍ର ସାଏଙ୍କ ଜନ୍ମ ମାଟିରେ ଜୟନ୍ତୀ ପାଳନ କରାଯାଇଛି । ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ନେତୃତ୍ୱରେ ବିଜେଡି ପକ୍ଷରୁ ଏହା ପାଳନ ହୋଇଛି । ଖିଣ୍ଡା ଗ୍ରାମରେ ବିଜେଡି ପକ୍ଷରୁ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମାହାଙ୍ଗା ବିଧାୟକ ପ୍ରତାପ ଜେନା, ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ସିଦ୍ଧାର୍ଥ ଦାସ, ସାଂସଦ ନିରଞ୍ଜନ ବିଶି, ସମ୍ବଲପୁର ଜିଲ୍ଲା ଯୁବ ବିଜେଡି ସଭାପତି ଲକ୍ଷ୍ମୀ ପ୍ରସାଦ ମହାପାତ୍ର, ଯୁବ ବିଜେଡି ନେତା ସଞ୍ଜିତ ମହାନ୍ତିଙ୍କ ସମେତ ବହୁ ନେତା ଓ କାର୍ଯ୍ୟକର୍ତା ସାମିଲ ହୋଇଥିଲେ। ଏହି ଅବସରରେ ସୁରେନ୍ଦ୍ର ସାଏଙ୍କ ଉଦ୍ଦେଶ୍ୟରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଆଗକୁ ସୁରେନ୍ଦ୍ର ସାଏଙ୍କ ଜନ୍ମ ପୀଠର ଉନ୍ନତିକରଣ ହେଉନଥିବାରୁ କେତେକ ବିଜେଡି ନେତା ଏନେଇ ପ୍ରଶ୍ନ କରିଥିଲେ ।
ତେବେ ଏନେଇ ଆଗକୁ ମିଳିତ ଭାବେ ବିଜେଡି ପକ୍ଷରୁ ଚେଷ୍ଟା ଜାରି ରହିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ସୂଚନା ଦେଇଥିଲେ । ଏହି ଅବସରରେ ସାଂସଦ ନିରଞ୍ଜନ ବିଶି ମଧ୍ୟ ସୁରେନ୍ଦ୍ର ସାଏଙ୍କ ଗୋରିଲା ଯୁଦ୍ଧ କୌଶଳ ଓ ତାଙ୍କର ଜେଲ ଜୀବନ ନେଇ ଅଭିଭାଷଣ ରଖିଥିଲେ । ସ୍ୱାଧୀନତା ସଂଗ୍ରାମରେ ସୁରେନ୍ଦ୍ର ସାଏଙ୍କ ଅବଦାନ ଅତୁଳନୀୟ ବୋଲି କହିଥିଲେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା । ସୁରେନ୍ଦ୍ର ସାଏ ଜୀବନୀ ଆଜିର ଯୁବପୀଢ଼ିଙ୍କ ପାଇଁ ପ୍ରେରଣାଦାୟୀ ବୋଲି କହିଥିଲେ ପ୍ରତାପ ଜେନା । ଏହି କାର୍ଯ୍ୟକ୍ରମ ଶେଷ ଭାଗରେ ଛାତ୍ରଛାତ୍ରୀଙ୍କୁ ନେଇ ଦେଶାତ୍ମବୋଧକ ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହାସହ ସ୍ୱତନ୍ତ୍ର ପୂଜାର୍ଚ୍ଚନାର ଆୟୋଜନ ମଧ୍ୟ ହୋଇଥିଲା ।
ଇଟିଭି ଭାରତ, ସମ୍ବଲପୁର
