ଆଜି କୃଷିଭିତ୍ତିକ ପର୍ବ ନୂଆଁଖାଇ, ଉତ୍ସବମୁଖର ପଶ୍ଚିମ ଓଡିଶା

author img

By

Published : Sep 11, 2021, 8:10 AM IST

ଆଜି କୃଷିଭିତ୍ତିକ ପର୍ବ ନୂଆଁଖାଇ, ଉତ୍ସବମୁଖର ପଶ୍ଚିମ ଓଡିଶା

ଆଜି ପଶ୍ଚିମ ଓଡିଶାର କୃଷିଭିତ୍ତିକ ପର୍ବ ବା ଗଣପର୍ବ ନୂଆଁଖାଇ । ନିର୍ଦ୍ଧାରିତ ଲଗ୍ନ ଅନୁଯାୟୀ ଆଜି ମା' ସମଲେଶ୍ବରୀଙ୍କ ନିକଟରେ ନବାନ୍ନ ଲାଗି ହେବ । ଅଧିକ ପଢନ୍ତୁ....

ହାଇଦ୍ରାବାଦ: ଆଜି ପଶ୍ଚିମ ଓଡିଶାର କୃଷିଭିତ୍ତିକ ପର୍ବ ବା ଗଣପର୍ବ ନୂଆଁଖାଇ । ଏନେଇ ପୁରଠୁ ପଲ୍ଲୀ ଉତ୍ସବର ମାହୋଲ । ପ୍ରତି ବର୍ଷ ଏହି ଦିନଟିକୁ ବେଶ ଉତ୍ସାହର ସହ ଅନାଇ ବସିଥାନ୍ତି ପଶ୍ଚିମ ଓଡିଶାବାସୀ । ଆଜିର ଦିନରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ବରୀଙ୍କ ପାଖରେ ବିଶେଷ ପୂଜାର୍ଚ୍ଚନା କରାଯିବା ପରେ ନବାନ୍ନ ଲାଗି ହୁଏ । ପାଞ୍ଜି ଅନୁସାରେ ଏହି ପର୍ବ ଭାଦ୍ରକ ଶୁକ୍ଲ ପକ୍ଷ ପଞ୍ଚମୀ ତିଥିରେ ପାଳିତ ହୋଇଥାଏ ।

ବିଭିନ୍ନତା ମଧ୍ୟରେ ଏକତା ସୃଷ୍ଟି କରୁଥିବା ଏହି ପର୍ବ ସମସ୍ତଙ୍କୁ ଏକତାର ସୁତ୍ରରେ ବାନ୍ଧି ରଖିବାର ବାର୍ତ୍ତା ଦେବା ସହ ଶ୍ରଦ୍ଧା , ସମ୍ମାନ ଏବଂ ଭାଇଚାରା ଭାବନାକୁ ସମୃଦ୍ଧ କରେ । ଯିଏ ଯେତେ ଦୂରରେ ଥାଉନା କାହିଁକି ନୂଆଖାଇ ଆସିଲେ ନିଜ ଜନ୍ମମାଟି ମୁହାଁ ହୋଇଥାନ୍ତି ପଶ୍ଚିମ ଓଡିଶାବାସୀ । ଆଉ ନିଜ ଜନ୍ମମାଟିକୁ ଆସି ନୂଆଖାଇକୁ ବେଶ ଉତ୍ସାହ ଓ ଉଦିପନାର ସହ ପାଳନ କରିଥାନ୍ତି ।

ତେବେ ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ କୋରୋନା କଟକଣାରେ ନୂଆଁଖାଇକୁ ପାଳନ କରିବେ ପଶ୍ଚିମ ଓଡିଶାବାସୀ । ଆଜି ନିର୍ଦ୍ଧାରିତ ଲଗ୍ନ ଅନୁଯାୟୀ ଆଜି ମା' ସମଲେଶ୍ବରୀଙ୍କ ନିକଟରେ ନବାନ୍ନ ଲାଗି ହେବ । ଏହା ପରେ ଲୋକେ ଅନ୍ୟ ଦେବା ଦେବୀଙ୍କ କୁଳ ଦେବତାଙ୍କୁ ନବାନ୍ନ ଭୋଗ ଲାଗି କରିବେ । ଏହା ପରେ ପ୍ରତି ପରିବାରରେ ଇଷ୍ଟଦେବୀଙ୍କ ଠାରେ ନବାନ୍ନଲାଗି ହେବ ।ପୂଜା ବିଧି ସମାପ୍ତ ହେବା ପରେ ପରିବାରର ମୁଖ୍ୟଙ୍କ ହାତରୁ ସମସ୍ତେ ନବାନ୍ନ ଭୋଗ ଗ୍ରହଣ କରିଥାନ୍ତି ଓ ପରିବାରର ସମସ୍ତ ବ୍ୟକ୍ତି ନିଜର ବୟସ୍କମାନଙ୍କୁ ଭୂମିଷ୍ଠ ପ୍ରମାଣ ସହ ଆର୍ଶୀବାଦ ନେଇଥାନ୍ତି । ଏହାପରେ ଆରମ୍ଭ ବୟୋଜ୍ୟଷ୍ଠ ମାନଙ୍କୁ ଭୋଟି ନୂଆଁଖାଇ ଜୁହାର କରିଥାନ୍ତି । ଏହାକୁ ନୂଆଁଖାଇ ଭେଟଘାଟ ମଧ୍ୟ କହିଥାନ୍ତି ।

ଆଜିର ଦିନରେ ଚାଷୀ ବର୍ଷ ତମାମ କଠିନ ପରିଶ୍ରମ କରି ଯାହା ଅମଳ କରିଥାଏ ସେହି ଶସ୍ୟକୁ ନିଜେ ଆହରଣ କରିବା ପୂର୍ବରୁ ଭଗବାନଙ୍କ ଠାରେ ଲାଗି କରିଥାଏ । ଯାହାକୁ ନୂଆଁଖାଇ ଭାବରେ ସେ ପାଳନ କରିଥାଏ। ସେ ଧନୀ ହେଉ କି ଗରିବ , ଆଜିର ଦିନରେ ପୁରା ପଶ୍ଚିମ ଓଡିଶାବାସୀ ପରସ୍ପରକୁ ଶୁଭେଚ୍ଛା ଜଣାଇବା ସହ ପୁର ପଲ୍ଲୀ ଉତ୍ସବ ମୁଖର ହୋଇ ଉଠିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.