ପାର୍ବଣ ବେଳେ ସତର୍କ ସମ୍ବଲପୁର ପୋଲିସ, ଜାରି ରହିଛି ସ୍ବତନ୍ତ୍ର ଡ୍ରାଇଭ

author img

By

Published : Sep 20, 2021, 5:07 PM IST

Sambalpur police

ପାର୍ବଣ ବେଳେ ଯେମିତି କୌଣସି, ଲୁଟ, ଅପହରଣ, ନିଶା କାରବାର ସହ କୌଣସି ଅଘଟଣ ନଘଟେ ତାହାକୁ ନେଇ ପୋଲିସ ଜୋରଦାର ଚଢାଉ କରୁଛି । ଗତ ୧୬ ତାରିଖରୁ ଆରମ୍ଭ ହୋଇଛି ଏହି ମଦୁଆ ଓ ନିଶା କାରବାର କରୁଥିବା ବ୍ୟକ୍ତିଙ୍କୁ କାବୁ ଅଭିଯାନ। ଅଧିକ ପଢନ୍ତୁ...

ସମ୍ବଲପୁର: ଆରମ୍ଭ ହୋଇସାରିଛି ପାର୍ବଣ । ଆଗକୁ ଆସୁଛି ଆହୁରି ବଡବଡ ମେଳା ପର୍ବପର୍ବାଣୀ ସମେତ ଦେବୀ ପୂଜା। ଆହୁରି ଉତ୍ସବ ମୁଖର ହେବ ଗାଁରୁ ସହର । ମନ୍ତ୍ର ଧ୍ବନୀରି ପ୍ରକମ୍ପିତ ହେବ ପୂଜା ମଣ୍ଡପ । କୋଭିଡ କଟକଣା ମଧ୍ୟରେ ଲାଗିବ ଗହଳି । ଏହାକୁ ସୁଯୋଗ ଭାବି ଅସାଧୁ, ଲୁଟେରା ଓ ବିଭିନ୍ନ ଅସାମାଜିକ ଲୋକ ରଚି ପାରନ୍ତି ଉତ୍ପାତ । ତା ପୂର୍ବରୁ ସଜାଗ ସତର୍କ ସମ୍ବଲପୁର ପୋଲିସ । ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ ଅନୁସାରେ ଜିଲ୍ଲାର ସମସ୍ତ ଥାନା ଅଧିକାରୀ ଆରମ୍ଭ କରିଛନ୍ତି ସ୍ପେଶାଲ ଡ୍ରାଇଭ ।

ପାର୍ବଣ ବେଳେ ସତର୍କ ସମ୍ବଲପୁର ପୋଲିସ; ଜାରି ରହିଛି ସ୍ବତନ୍ତ୍ର ଡ୍ରାଇଭ

ପାର୍ବଣ ବେଳେ ଯେମିତି କୌଣସି, ଲୁଟ, ଅପହରଣ, ନିଶା କାରବାର ସହ କୌଣସି ଅଘଟଣ ନଘଟେ ତାହାକୁ ନେଇ ପୋଲିସ ଜୋରଦାର ଚଢାଉ କରୁଛି । ଗତ ୧୬ ତାରିଖରୁ ଆରମ୍ଭ ହୋଇଛି ଏହି ମଦୁଆ ଓ ନିଶା କାରବାର କରୁଥିବା ବ୍ୟକ୍ତି ଧରା ଅଭିଯାନ। ସମ୍ବଲପୁର ସହରର ଟାଉନ ଥାନା, ଅଇଁଠାପାଲି ଥାନା, ଧନୁପାଲି ଥାନା, ବୁର୍ଲା ଥାନା, ହୀରାକୁଦ ଥାନା ଅଞ୍ଚଳରେ ପ୍ରତ୍ୟେକ ଦିନ ସନ୍ଧ୍ୟାରୁ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ପୋଲିସର ସ୍ବତନ୍ତ୍ର ସ୍କ୍ବାଡ ବିଭିନ୍ନ ରାସ୍ତା ଗଳି କନ୍ଦିରେ ମଦ ପିଇଉଥିବା ତଥା ନିଶା କାରବାର କରୁଥିବା ଲୋକଙ୍କୁ ଉଠାଇ ଆଣୁଛି। ଉଠାଇ ଆଣୁଥିବା ଲୋକଙ୍କର ପ୍ରଥମେ ଆଲକୋହଲ ଟେଷ୍ଟ କରାଯାଉଛି। ପରୀକ୍ଷାରେ ଆଲକୋହଲ ଯଦି ୩୦ ପ୍ରତିଶତରୁ ଅଧିକ ଥାଏ, ଉକ୍ତ ଲୋକଙ୍କୁ କୋର୍ଟ ଚାଲାଣ କରାଯାଉଛି।

ସେପଟେ ପୋଲିସର ଏଭଳି କାର୍ଯ୍ୟାନୁଷ୍ଠାନକୁ ଦେଖି ଏବେ ମଦୁଆ ତଥା ଅସାମାଜିକ ଲୋକଙ୍କ ଚିନ୍ତା ବଢିଯାଇଛି। କେବଳ ଯେ ମଦୁଆ ନୁହଁନ୍ତି ବିନା କାରଣରେ ମଧ୍ୟ କୌଣସି ବ୍ୟକ୍ତି କିମ୍ବା ଯୁବକ ସହରରେ ରାତିରେ ବୁଲନ୍ତି ତାଙ୍କୁ ମଧ୍ୟ ପୋଲିସ ଥାନାକୁ ଆଣି ପଚରା ଉଚରା କରୁଛି। କେବଳ ଏତିକି ନୁହେଁ କେତେକ ନିଶାଶକ୍ତ ଯୁବକଙ୍କ ପାରିବାର ଲୋକଙ୍କୁ ଥାନାକୁ ପୋଲିସ ଡକାଇ କାଉନସେଲିଂ କରି ପରିବାର ଲୋକଙ୍କ ଜିମାରେ ଛାଡୁଛି।

ଅନ୍ୟପଟେ ପୋଲିସର ଏହି ସ୍ବତନ୍ତ୍ର ଡ୍ରାଇଭରେ ଆଜି ପର୍ଯ୍ୟନ୍ତ ସହରର ବିଭିନ୍ନ ଥାନା ଅଞ୍ଚଳରୁ ମୋଟ 150 ଜଣଙ୍କୁ ପୋଲିସ ଉଠାଇ ଆଣିଛି। କିଛି ଲୋକଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ କିଛି ଲୋକଙ୍କୁ ପରିବାରର ଜିମାରେ ଛାଡିଛି । ତେବେ ପୋଲିସର ଏହି ଡ୍ରାଇଭ କେତେ ସଫଳ ହେଉଛି ଓ ସମ୍ବଲପୁର ସହର ସମେତ ଜିଲ୍ଲା ବାସୀ କେତେ ନିରାପଦ ରହୁଛନ୍ତି ଏବେ ତାକୁ ଅପେକ୍ଷା ।

ସମ୍ବଲପୁରରୁ ବାଦଶାହା ଜୁଷ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.