ଏକଜିକ୍ୟୁଟିଭ ଏମବିଏ କୋର୍ସ ଲଞ୍ଚ କଲା ସମ୍ବଲପୁର IIM

author img

By

Published : Aug 28, 2021, 10:57 PM IST

ଏକଜିକ୍ୟୁଟିଭ ଏମବିଏ କୋର୍ସ ଲଞ୍ଚ କଲା ସମ୍ବଲପୁର IIM

2 ବର୍ଷିୟା ଏକଜିକ୍ୟୁଟିଭ ଏମବିଏ କୋର୍ସ ଲଞ୍ଚ କଲା ସମ୍ବଲପୁର ଆଇଆଇଏମ। ପ୍ରଥମ ଥର ପାଇଁ ସମ୍ବଲପୁର ଆଇଆଇଏମ ଏହି କୋର୍ସ ଲଞ୍ଚ କରିଛି। ଆଜି ବୁର୍ଲାସ୍ଥିତ ସମ୍ବଲପୁର ଆଇଆଇଏମର ଅସ୍ଥାୟୀ କ୍ୟାମ୍ପସରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି କୋର୍ସର ଶୁଭାରମ୍ଭ ହୋଇଛି । ଅଧିକ ପଢନ୍ତୁ...

ସମ୍ବଲପୁର: 2 ବର୍ଷିୟା ଏକଜିକ୍ୟୁଟିଭ ଏମବିଏ କୋର୍ସ ଲଞ୍ଚ କଲା ସମ୍ବଲପୁର ଆଇଆଇଏମ। ପ୍ରଥମ ଥର ପାଇଁ ସମ୍ବଲପୁର ଆଇଆଇଏମ ଏହି କୋର୍ସ ଲଞ୍ଚ କରିଛି। ଆଜି ବୁର୍ଲାସ୍ଥିତ ସମ୍ବଲପୁର ଆଇଆଇଏମର ଅସ୍ଥାୟୀ କ୍ୟାମ୍ପସରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି କୋର୍ସର ଶୁଭରମ୍ଭ ହୋଇଛି । ଏନେଇ ସମ୍ବଲପୁର ଆଇ ଆଇ ଏମ ନିର୍ଦ୍ଦେଶକ ମହାଦେବ ପ୍ରସାଦ ଜଏସ୍ୱାଲ ସୂଚନା ଦେଇଛନ୍ତି।

ଏକଜିକ୍ୟୁଟିଭ ଏମବିଏ କୋର୍ସ ଲଞ୍ଚ କଲା ସମ୍ବଲପୁର IIM
ସାଧରଣ ଏମବିଏରେ ଫ୍ରେସର ମାନେ ଆଡମିଶନ କରୁଥିବା ବେଳେ ଏହି କୋର୍ସରେ କେବଳ ଅଭିଜ୍ଞତା ସମ୍ପନ୍ନ ବ୍ୟକ୍ତି ଆଡ଼ମିଶନ କରିପାରିବେ । ଏହି ଏକଜିକ୍ୟୁଟିଭ କୋର୍ସରେ ଆଡମିଶନ ପାଇଁ ଜଣେ ବ୍ୟକ୍ତିର କୌଣସି ଇଣ୍ଡଷ୍ଟ୍ରିରେ ଅତି କମରେ 3 ବର୍ଷର ଏକଜିକ୍ୟୁଟିଭ ଭାବେ କାର୍ଯ୍ୟ କରିଥିବାର ଅଭିଜ୍ଞତା ଥିବା ଦରକାର।
ଏକଜିକ୍ୟୁଟିଭ ଏମବିଏ କୋର୍ସ ଲଞ୍ଚ କଲା ସମ୍ବଲପୁର IIM
ଏକଜିକ୍ୟୁଟିଭ ଏମବିଏ କୋର୍ସ ଲଞ୍ଚ କଲା ସମ୍ବଲପୁର IIM
ଏକଜିକ୍ୟୁଟିଭ ଏମବିଏ କୋର୍ସ ଲଞ୍ଚ କଲା ସମ୍ବଲପୁର IIM
ଏକଜିକ୍ୟୁଟିଭ ଏମବିଏ କୋର୍ସ ଲଞ୍ଚ କଲା ସମ୍ବଲପୁର IIM

ପ୍ରଥମ ବ୍ୟାଚରେ 120 ଜଣ ଆବେଦନ କରିଥିବାବେଳେ 54 ଜଣ ଆଡ଼ମିଶନ କରିଛନ୍ତି। ଏଥରେ 3 ବର୍ଷରୁ 25 ବର୍ଷର ଅଭିଜ୍ଞତା ସମ୍ପନ୍ନ ଛାତ୍ରଛାତ୍ରୀ ଅଛନ୍ତି। ଏପରିକି ଦେଶ ତଥା ଦେଶ ବାହାରର ଛାତ୍ରଛାତ୍ରୀ ଅଛନ୍ତି। ଚଳିତ ବର୍ଷ ପ୍ରଥମ ବ୍ୟାଚରେ 2 ଜଣ ଜର୍ମାନୀର ଛାତ୍ର ଅଛନ୍ତି । ଏହା ଏକ ଗ୍ଲୋବାଲ କୋର୍ସ ଅଟେ, ଆଉ ଏଥିରେ ବିଦେଶର ଫ୍ୟାକଲ୍ଟି ଅଛନ୍ତି ବୋଲି କହିଛନ୍ତି ନିର୍ଦ୍ଦେଶକ ମହାଦେବ ପ୍ରସାଦ ଜଏସ୍ୱାଲ।

ଏକଜିକ୍ୟୁଟିଭ ଏମବିଏ କୋର୍ସ ଲଞ୍ଚ କଲା ସମ୍ବଲପୁର IIM
ଏକଜିକ୍ୟୁଟିଭ ଏମବିଏ କୋର୍ସ ଲଞ୍ଚ କଲା ସମ୍ବଲପୁର IIM



ଆଗକୁ ଏହି କୋର୍ସ ପାଇଁ ବହୁ ବିଦେଶୀ ଫ୍ୟାକଲ୍ଟି ଅସ୍ଥାୟୀ ଭାବେ ନିଯୁକ୍ତ ହେବେ ବୋଲି ସୂଚନା ଦିଆଯାଇଛି । ଏହା ସମ୍ବଲପୁର ଆଇଆଇଏମର ବଡ଼ ସଫଳତା। ଏହାର କୋର୍ସ ଫି 9 ଲକ୍ଷ ଟଙ୍କା ରହିଛି ।

ଏକଜିକ୍ୟୁଟିଭ ଏମବିଏ କୋର୍ସ ଲଞ୍ଚ କଲା ସମ୍ବଲପୁର IIM
ଏକଜିକ୍ୟୁଟିଭ ଏମବିଏ କୋର୍ସ ଲଞ୍ଚ କଲା ସମ୍ବଲପୁର IIM



ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.