ଆମାଜନର ମଡେଲ ହେଲେ ସମ୍ବଲପୁରର କୁନି ଝିଅ ସାଇ ଅଂଶିକା

author img

By

Published : Sep 21, 2022, 6:59 PM IST

ଆମାଜନର ମଡେଲ ହେଲେ ସମ୍ବଲପୁରର କୁନି ଝିଅ ସାଇ ଅଂଶିକା

ଆମାଜନର ମଡେଲ ହେଲେ ସମ୍ବଲପୁରର କୁନି ଝିଅ ସାଇ ଅଂଶିକା । କୁନି ଝିଅଟିକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଅଧିକ ପଢନ୍ତୁ

ସମ୍ବଲପୁର: ଅନ୍ତରାଷ୍ଟ୍ରୀୟ କମ୍ପାନୀ "ଆମାଜନ"ର ମଡେଲ ହେଲେ ଓଡିଆ ଝିଅ (Odia Girl Sai Anshika) । ପଙ୍କରୁ ପଦ୍ମ ଫୁଟିବା ଭଳି ସମ୍ବଲପୁରର ଜଣେ କୁନି ଝିଅ ଦେଶର ସବୁଠୁ ବଡ ଇ-କମର୍ସ କମ୍ପାନୀର ମଡେଲ ହୋଇଛନ୍ତି । ଏହି କୁନି ପ୍ରତିଭା ହେଉଛନ୍ତି ସମ୍ବଲପୁର ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ବାମରା ବ୍ଲକ ଗୋବିନ୍ଦପୁର ପଣ୍ଡରିପଥର ଗାଁର ଅନିଲ କୁମାର ବେସନଙ୍କ ୮ ବର୍ଷର ଝିଅ ସାଇ ଅଂଶିକା । ସେ ଅନ୍ତରାଷ୍ଟ୍ରୀୟ କମ୍ପାନୀ ଆମାଜନ ଇ-କମର୍ସ ଆପର ଶିଶୁ ମଡେଲ ଭାବେ ଚୟନ ହୋଇଛନ୍ତି । ସାଇ ଅଂଶିକାଙ୍କ ଏହି ସଫଳତା ପାଇଁ ଏବେ ସମଗ୍ର ଅଞ୍ଚଳରେ ଖୁବ୍ ଚର୍ଚ୍ଚା ହେଉଛି ।

ଆମାଜନର ମଡେଲ ହେଲେ ସମ୍ବଲପୁରର କୁନି ଝିଅ ସାଇ ଅଂଶିକା

ଗତ ଅଗଷ୍ଟ ମାସରେ ଆମାଜନ କମ୍ପାନୀ ପକ୍ଷରୁ ଶିଶୁ ମଡେଲ ପରିପ୍ରେକ୍ଷୀରେ ଆବେଦନ ପାଇଁ ଆହ୍ବାନ କରାଯାଇଥିଲା । ଏ ସମ୍ପର୍କରେ ଜାଣିବା ପରେ ଏଥିପାଇଁ ସାଇ ଅଂଶିକା ଅନଲାଇନରେ ଆବେଦନ କରିଥିଲେ । ତେବେ ପ୍ରଥମ ପର୍ଯ୍ୟାୟ ଚୟନ ପ୍ରକ୍ରିୟାରେ ସେ ମନୋନୀତ ହୋଇ ଛତିଶଗଡ଼ ରାଜ୍ୟର ରାଜଧାନୀ ରାୟପୁରକୁ ଯାଇଥିଲେ । ସେଠାରେ ବିଭିନ୍ନ ବିଷୟରେ ସମୂହ ସାକ୍ଷାତକାର ସହିତ ଶତାଧିକ ଶିଶୁମାନଙ୍କୁ ନେଇ ଏକ ଫ୍ୟାସନ ଶୋ' ଆୟୋଜିତ ହୋଇଥିଲା । ଯେଉଁଥିରେ ସାଇ ଅଂଶିକା ନିଜର ବ୍ୟକ୍ତିତ୍ବ, କଳା ପ୍ରଦର୍ଶନ ଓ ସାକ୍ଷାତକାରରେ ଉତ୍କର୍ଷତା ଦେଖାଇ କୃତକାର୍ଯ୍ୟ ହୋଇ ଶିଶୁ ମଡେଲ ଭାବେ ବିବେଚିତ ହୋଇଥିଲେ ।

ଏହାମଧ୍ୟ ପଢନ୍ତୁ: ସମ୍ବଲପୁରରେ ଡାକ୍ତରଙ୍କୁ ଚପଲରେ ପିଟିଲେ ବ୍ୟବସାୟୀ

ଚଳିତ ମାସ ସେଠାରେ ତାଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ଗୋଟିଏ ବର୍ଷ ପାଇଁ ସାମୟିକ ଚୁକ୍ତି କରାଯାଇଛି । ଅଂଶିକାଙ୍କ ଏହି ସଫଳତା ପାଇଁ ତାଙ୍କର ବାପାମାଆଙ୍କ ସମେତ ସ୍ଥାନୀୟ ଲୋକେ ବେଶ୍ ଖୁସି ପ୍ରକଟ କରିଛନ୍ତି । ଏହି ସଫଳତା ପାଇଁ ଉଭୟ ଅଂଶିକା ଓ ତାଙ୍କ ବାପାମାଆଙ୍କୁ ବହୁ ପ୍ରସ୍ତୁତି ଓ ପରିଶ୍ରମ କରିବାକୁ ପଡିଥିଲା ବୋଲି ସେମାନେ କହିଛନ୍ତି । ତେବେ ଏହି କୁନି ପ୍ରତିଭା ଆଗକୁ ଏକ ମଡେଲ ହେବାର ଲକ୍ଷ୍ୟ ରଖିଛନ୍ତି । ସମ୍ବଲପୁର ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ବାମରା ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଭଳି ଏକ ଛୋଟିଆ ଗାଁରୁ ଜଣେ ଶିଶୁ ଏକ ଅନ୍ତର୍ରାଷ୍ଟ୍ରୀୟ କମ୍ପାନୀର ଶିଶୁ ମଡେଲ ଭାବେ ଚୟନ ହେବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.