ହୀରାକୁଦରେ 28 ଗେଟ୍‌ ଖୋଲା, ସମ୍ଭାବ୍ୟ ବନ୍ୟା ପାଇଁ ପ୍ରଶାସନର ଆଗୁଆ ପ୍ରସ୍ତୁତି

author img

By

Published : Sep 16, 2021, 6:24 PM IST

ହୀରାକୁଦରେ 28 ଗେଟ୍‌ ଖୋଲା, ସମ୍ଭାବ୍ୟ ବନ୍ୟା ପାଇଁ ପ୍ରଶାସନର ଆଗୁଆ ପ୍ରସ୍ତୁତି

ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ପ୍ରବଳ ବର୍ଷା ଜାରି ରହିଛି । ଫଳରେ ହୀରାକୁଦ ଡ୍ୟାମ୍‌ର ଜଳସ୍ତର ବଢ଼ିବାରେ ଲାଗିଛି । ସମ୍ବଲପୁର ସହରରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି । ଅଧିକ ପଢ଼ନ୍ତୁ...

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ପ୍ରବଳ ବର୍ଷା ଜାରି ରହିଛି । ଫଳରେ ହୀରାକୁଦ ଡ୍ୟାମ୍‌ର ଜଳସ୍ତର ବଢ଼ିବାରେ ଲାଗିଛି । ହୀରାକୁଦର ସର୍ବୋଚ୍ଚ ଜଳ ଧାରଣ କ୍ଷମତା 630 ଫୁଟ ହୋଇଥିବାବେଳେ ବର୍ତ୍ତମାନ ଏହା 628.75 ଫୁଟରେ ପହଞ୍ଚିଛି । ଜଳସ୍ତର ବଢ଼ିବା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ତଳ ମୁଣ୍ଡରେ ଥିବା ସମ୍ବଲପୁର ସହରରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି । ଏହାକୁ ନେଇ ଥିବା ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଜୟଶ୍ରୀ ପାଢ଼ୀ ସୂଚନା ଦେଇଛନ୍ତି।

ହୀରାକୁଦରେ 28 ଗେଟ୍‌ ଖୋଲା, ସମ୍ଭାବ୍ୟ ବନ୍ୟା ପାଇଁ ପ୍ରଶାସନର ଆଗୁଆ ପ୍ରସ୍ତୁତି
ପ୍ରବଳ ବର୍ଷା ଯୋଗୁଁ ବର୍ତ୍ତମାନ ହୀରାକୁଦ ଜଳ ଭଣ୍ଡାରର 28ଟି ଗେଟ୍‌ ଖୋଲାଯାଇଛି । ଏହି ଗେଟ୍‌ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଥିବାବେଳେ ସମ୍ବଲପୁର ସହରରେ ବନ୍ୟା ହେବାର ସମ୍ଭାବନା ରହିଛି । ମୁଖ୍ୟତଃ ହୀରାକୁଦର 30 ଗେଟ୍ ଖୋଲାଥିବାବେଳେ ସମ୍ବଲପୁର ସହରରେ ବର୍ଷା ହୋଇଯାଏ ତେବେ ସହରର ବର୍ଷା ପାଣି ମହାନଦୀକୁ ନିଷ୍କାସନ ହୋଇପାରି ନଥାଏ । ଏଭଳି ସ୍ଥିତିରେ ବର୍ତ୍ତମାନ ସହରର ବର୍ଷା ପାଣିକୁ 2ଟି ପମ୍ପିଂ ଷ୍ଟେସନ ଜରିଆରେ ମହାନଦୀରେ ଛଡ଼ା ଯାଉଛି । ସମ୍ଭାବ୍ୟ ବନ୍ୟାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ 32ଟି ଅସ୍ଥାୟୀ ରିଲିଫ କେନ୍ଦ୍ର ଓ 2ଟି ମଲ୍ଟି ପରପସ ଫ୍ଲଡ଼ ସେଣ୍ଟର ପ୍ରସ୍ତୁତ କରି ରଖାଯାଇଛି ।ଆବଶ୍ୟକ ହେଲେ ସହରର ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ । ରିଲିଫ ସେଣ୍ଟରରେ ଲୋକଙ୍କୁ ଶୁଖିଲା ଖାଦ୍ୟ ଓ ରନ୍ଧାଖାଦ୍ୟ ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଇଛି। ଏହି କାର୍ଯ୍ୟ ପାଇଁ 3ଟି ଏନଜିଓ(NGO) ମଧ୍ୟ ନିୟୋଜିତ କରାଯାଇଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.