ନୂଆଁଖାଇରେ ସମଲେଶ୍ବରୀ ମନ୍ଦିରରେ ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ': ଲାଇଟ୍‌ରେ ଆପତ୍ତିଜନକ ଦୃଶ୍ୟ ନେଇ ଅଭିଯୋଗ

author img

By

Published : Sep 13, 2021, 9:16 PM IST

ସମଲେଶ୍ୱରୀ ଲାଇଟ ଆଣ୍ଡ ସାଉଣ୍ଡ ପ୍ରୋଜେକ୍ଟ: ଲାଇଟରେ ଆପତ୍ତିଜନକ ଦୃଶ୍ୟ ଆସୁଥିବା ଅଭିଯୋଗ

ଲାଇଟ ଆଣ୍ଡ ସାଉଣ୍ଡ ପ୍ରୋଜେକ୍ଟ ପ୍ରଦର୍ଶିତ ହେବା ସମୟରେ ମନ୍ଦିର ଉପରେ ଏକ ଜୋତାର ଚିତ୍ର ପ୍ରଦର୍ଶିତ ହେଉଛି । ଏହା ସହ ଆହୁରି କେତେକ ଆପତ୍ତିଜନକ ଦୃଶ୍ୟ ପ୍ରଦର୍ଶିତ ହେଉଥିବାର ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ସମ୍ବଲପୁର: ଗତ 11 ତାରିଖ ନୂଆଁଖାଇ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁରର ସମଲେଶ୍ୱରୀ ମନ୍ଦିରରେ ଲାଇଟ ଆଣ୍ଡ ସାଉଣ୍ଡ ପ୍ରୋଜେକ୍ଟର ଶୁଭ ଉଦଘାଟନ କରିଥିବାବେଳେ ବର୍ତ୍ତମାନ ଏହାକୁ ନେଇ ଏକ ବିବାଦ ସୃଷ୍ଟି ହୋଇଛି ।

ସମଲେଶ୍ୱରୀ ଲାଇଟ ଆଣ୍ଡ ସାଉଣ୍ଡ ପ୍ରୋଜେକ୍ଟ: ଲାଇଟରେ ଆପତ୍ତିଜନକ ଦୃଶ୍ୟ ଆସୁଥିବା ଅଭିଯୋଗ
ସମଲେଶ୍ୱରୀ ଲାଇଟ ଆଣ୍ଡ ସାଉଣ୍ଡ ପ୍ରୋଜେକ୍ଟ: ଲାଇଟରେ ଆପତ୍ତିଜନକ ଦୃଶ୍ୟ ଆସୁଥିବା ଅଭିଯୋଗ

ଲାଇଟ ଆଣ୍ଡ ସାଉଣ୍ଡ ପ୍ରୋଜେକ୍ଟ ପ୍ରଦର୍ଶିତ ହେବା ସମୟରେ ମନ୍ଦିର ଉପରେ ଏକ ଜୋତାର ଚିତ୍ର ପ୍ରଦର୍ଶିତ ହେଉଛି । ଏହାସହ ଆହୁରି କେତେକ ଆପତ୍ତିଜନକ ଦୃଶ୍ୟ ପ୍ରଦର୍ଶିତ ହେଉଥିବାର ଅଭିଯୋଗ କରି ଆଜି ଏହି ସମସ୍ୟା ନେଇ ସମ୍ବଲପୁର ବଜରଙ୍ଗ ଦଳ ପକ୍ଷରୁ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ସମଲେଶ୍ୱରୀ ଲାଇଟ ଆଣ୍ଡ ସାଉଣ୍ଡ ପ୍ରୋଜେକ୍ଟ: ଲାଇଟରେ ଆପତ୍ତିଜନକ ଦୃଶ୍ୟ ଆସୁଥିବା ଅଭିଯୋଗ

ଏହାର ସମାଧାନ ପାଇଁ ସମ୍ବଲପୁର ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହାସହ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତିଙ୍କୁ ମଧ୍ୟ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଲାଇଟ ଆଣ୍ଡ ସାଉଣ୍ଡରୁ ଏହି ଆପତ୍ତିଜନକ ଦୃଶ୍ୟ ଗୁଡିକୁ ହଟେଇ ଦିଆଯାଉ ବୋଲି ବଜରଙ୍ଗ ଦଳ ଦାବି କରିଛି । ଅନ୍ୟପଟେ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଏହି ସମସ୍ୟାର ସମାଧାନ କରାଯିବ ବୋଲି କୁହାଯାଇଛି ।


ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.