ଗଡ଼ପୋଷ ଷ୍ଟେସନରେ ରେଳ ରହଣୀ ଦାବିରେ ରେଳରୋକ

author img

By

Published : Sep 15, 2021, 4:11 PM IST

ଗଡ଼ପୋଷ ଷ୍ଟେସନରେ ରେଳ ସଂଘର୍ଷ କମିଟିର ରେଳରୋକ

ଜିଲ୍ଲାର ବମରା ବ୍ଲକ ଗଡପୋଷ ଷ୍ଟେସନ ଠାରେ ବିଭିନ୍ନ ରେଳ ରହଣୀ ଦାବି ନେଇ ଆଜି(ବୁଧବାର) ରେଳ ସଙ୍ଘର୍ଷ ସମିତିର ରେଳରୋକ। କୋଭିଡ ଜନିତ ଲକଡାଉନ ପୂର୍ବରୁ ଏହି ଷ୍ଟେସନରେ ଯେଉଁସବୁ ଟ୍ରେନ ଅଟକୁଥିଲା ତାହା ବର୍ତ୍ତମାନ ବନ୍ଦ ହୋଇଯାଇଛି। ଅଧିକ ପଢନ୍ତୁ...

ସମ୍ବଲପୁର: ଜିଲ୍ଲାର ବମରା ବ୍ଲକ ଗଡପୋଷ ଷ୍ଟେସନ ଠାରେ ବିଭିନ୍ନ ରେଳ ରହଣୀ ଦାବି ନେଇ ଆଜି(ବୁଧବାର) ରେଳ ସଙ୍ଘର୍ଷ ସମିତିର ରେଳରୋକ। କୋଭିଡ ଜନିତ ଲକଡାଉନ ପୂର୍ବରୁ ଏହି ଷ୍ଟେସନରେ ଯେଉଁସବୁ ଟ୍ରେନ ଅଟକୁଥିଲା ତାହା ବର୍ତ୍ତମାନ ବନ୍ଦ ହୋଇଯାଇଛି। ତେଣୁ, ଏହି ଟ୍ରେନ ଗୁଡ଼ିକର ପୁନଃ ରହଣି ଦାବି ନେଇ ଆଜି ଏହି ରେଳରୋକ ଆନ୍ଦୋଳନ ହୋଇଛି।

ଗଡ଼ପୋଷ ଷ୍ଟେସନରେ ରେଳ ସଂଘର୍ଷ କମିଟିର ରେଳରୋକ

ସମ୍ବଲପୁର ଜିଲ୍ଲାର ୫ ଏବଂ ସୁନ୍ଦରଗଡ଼ ଜିଲ୍ଲାର ୪ ପଞ୍ଚାୟତବାସୀଙ୍କ ଗମନାଗମନ ପାଇଁ ଗଡପୋଷ ରେଳ ଷ୍ଟେସନ ଉପରେ ନିର୍ଭର କରିଥାନ୍ତି । କୋଭିଡ଼ ପୂର୍ବରୁ ଗଡପୋଷ ଠାରେ ବିଭିନ୍ନ ଟ୍ରେନର ଷ୍ଟପେଜ ଥିବାବେଳେ, ପରେ ଏହି ଟ୍ରେନ୍ ଗୁଡିକର ଷ୍ଟପେଜ ବାତିଲ କରିଦିଆଯାଇଛି। ଯାହାଫଳରେ ହଜାର ହଜାର ଲୋକ ଯାତାୟତ ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛି ରେଳ ସଂଘର୍ଷ ସମିତି।

ବାତିଲ ହୋଇଥିବା ସମସ୍ତ ଟ୍ରେନ୍ ଗୁଡିକ ପୁନଃ ରହଣି ଦାବି ନେଇ ଆଜି ଏହି ରେଳରୋକ ଅନୁଷ୍ଠିତ ହୋଇଛି । ଏଥିରେ ସ୍ଥାନୀୟ ୫ଟି ପଞ୍ଚାୟତବାସୀଙ୍କ ସମେତ କୁଚିଣ୍ଡାର ପୂର୍ବତନ ବିଧାୟକ ରବି ନାଏକ, ଜିଲ୍ଲା ପରିଷଦ, ବ୍ଲକ ଅଧ୍ୟକ୍ଷ ସାମିଲ ହୋଇଛନ୍ତି। ଘଟଣା ସ୍ଥଳରେ କୁଚିଣ୍ଡା ଏସଡିପିଓ, ଜିଆରପି ଘଟଣା ସ୍ଥଳରେ ଉପସ୍ଥିତ ଅଛନ୍ତି। ଏହି ଆନ୍ଦୋଳନ ଫଳରେ ଗଡପୋଷ ଷ୍ଟେସନ ନିକଟରେ ଅଟକିଛି ହାଓ୍ବଡା-ଅହମଦାବାଦ ସୁପରଫାଷ୍ଟ ଟ୍ରେନ ।



ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.