ନୂଆଁଖାଇ ସହ ଆସିଛି ପାର୍ବଣ ଋତୁ, କଳାକାରଙ୍କ ହାତରେ ବେଡି ପକାଇଛି କୋରୋନା

author img

By

Published : Sep 10, 2021, 3:45 PM IST

ନୂଆଁଖାଇ ସହ ଅସିଛି ପାର୍ବଣ ଋତୁ, କଳାକାରଙ୍କ ହାତରେ ବେଡି ପକାଇଛି କୋରୋନା

ଆସିଛି ନୂଆଁଖାଇ । ଏହି ପାର୍ବଣର ଋତୁରେ ହାତରେ ବେଡି ପକା ବସିଛି କଳାକାର । କୋରୋନା ରୋଜଗାର ସାଙ୍ଗକୁ ଖୁସି ଛଡାଇ ନେଇଛି । କାହା ପାଇଁ ନୂଆଁଖାଇ ଖୁସି ଆଣି ଦେଇଛି ତ ଆଉ କାହା ପାଇଁ ଗୁରୁତ୍ବ ବହନ କରୁନାହିଁ । ଅଧିକ ପଢନ୍ତୁ...

ସମ୍ବଲପୁର: ଆସିଛି ନୂଆଁଖାଇ, ଆଉ ଆରମ୍ଭ ହୋଇଛି ପାର୍ବଣର ୠତୁ । ଆଉ ମୁଖ୍ୟତଃ ନୂଆଁଖାଇ ଠାରୁ ହିଁ ପଶ୍ଚିମ ଓଡ଼ିଶାରେ ଆରମ୍ଭ ହୋଇଥାଏ ପାର୍ବଣର ୠତୁ । ନୂଆଁଖାଇ ପାଇଁ ବିଭିନ୍ନ ପର୍ବପର୍ବାଣୀ ଗୋଟିଏ ପରେ ଗୋଟିଏ ଅସିଥାଏ । ଆଉ ଏହି ପର୍ବ ପର୍ବାଣୀ ସହ ଅନୁଷ୍ଠିତ ହୋଇଥାଏ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ କଳା ପରିବେଷଣ କରି ସ୍ଥାନୀୟ ଲୋକ କଳାକାରମାନେ ଦୁଇ ପଇସା ରୋଜଗାର କରନ୍ତି । ତେବେ କୋଭିଡ କଟକଣା ଯୋଗୁଁ ବର୍ତ୍ତମାନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉନଥିବାରୁ ରୋଜଗାରର ପନ୍ଥା ହରେଇଛନ୍ତି ସମ୍ବଲପୁର ଜିଲ୍ଲାର 5000 କଳାକାର ।

ନୂଆଁଖାଇ ସହ ଆସିଛି ପାର୍ବଣ ଋତୁ, କଳାକାରଙ୍କ ହାତରେ ବେଡି ପକାଇଛି କୋରୋନା

ତେବେ କୋରୋନା ମହାମାରୀ କଳାକାରଙ୍କ ଠାରୁ ଏହି ପାର୍ବଣ ଋତୁରେ ମଞ୍ଚ ଛଡାଇ ନେଇଛି । ଯେଉଁ ନୂଆଁଖାଇର ଭେଟ୍ ଘାଟ୍ କାର୍ଯ୍ୟକ୍ରମରେ ଶହ ଶହ କଳାକାର ନିଜର କଳା ପରିବେଷଣ କରି ବର୍ଷ ତମାମ ପାଇଁ ରୋଜଗାର କରି ପରିବାର ପ୍ରତିପୋଷଣ କରୁଥିଲା, ଆଜି ସେମାନେ ହାତ ଖାଲି କରି ବସିଛନ୍ତି । ଅନ୍ୟ ପାଇଁ ନୁହେଁ ଅନ୍ତତଃ ନିଜେ ନୂଆଁଖାଇ ଆସିଲେ ଯେଉଁ କଳାକାରମାନେ ନାଚ ଗୀତରେ ମସଗୁଲ ହେଉଥିଲେ ସେମାନଙ୍କ ପାଇଁ ମଧ୍ୟ କୋରୋନା ଦାଉ ସାଜିଛି । ଅଢ଼େଇ ବର୍ଷ ହେଲା ନିଜର ଜୀବିକା ହରାଇଥିବା କଳାକାର ଏହି ନୂଆଁଖାଇରେ ଅନ୍ତତଃ ଦୁଇ ପଇସା ରୋଜଗାରର ଆଶା ରଖିଥିଲେ ତେବେ ତାହା ମଧ୍ୟ ହୋଇପାରିଲା ନାହିଁ । ସେଥିପାଇଁ ଏହି କଳାକାରମାନଙ୍କ ପାଇଁ ଫିକା ପଡିଛି ନୂଆଁଖାଇ ।

ସମ୍ବଲପୁର ଜିଲ୍ଲାର ପ୍ରମୁଖ ସାଂସ୍କୃତିକ ସଙ୍ଗଠନ ଟ୍ରାଇବାଲ ଆଣ୍ଡ ଫୋକ ଆର୍ଟ ସେଣ୍ଟରର ମୁଖ୍ୟ ଆଲୋକ ପଣ୍ଡାଙ୍କ ଅନୁସାରେ ସମ୍ବଲପୁରରେ ରହିଛନ୍ତି 5000 କଳାକାର । ଏଥିରେ ରହିଛନ୍ତି ଗାୟକ, ନୃତ୍ୟଶିଳ୍ପୀ, ଗଣ୍ଡାବାଜା କଳାକାର । ମୁଖ୍ୟତଃ ପଶ୍ଚିମ ଓଡ଼ିଶାରେ ଗଣ୍ଡାବାଜାର ସ୍ୱତନ୍ତ୍ର ପରିଚୟ ରହିଛି । ପ୍ରତ୍ୟେକ ଶୁଭକାର୍ଯ୍ୟ ସେ ବିବାହ ହେଉ କି ବ୍ରତ କିମ୍ବା ନୂଆଁଖାଇ ଅଥବା ଦଶହରା ସବୁଠି ଏହି ଗଣ୍ଡାବାଜା ବାଜିଥାଏ । ଏହାର କଳାକାରମାନେ 2 ପଇସା ରୋଜଗାର କରିଥାନ୍ତି । ମାତ୍ର ବର୍ତ୍ତମାନ ପାର୍ବଣ ଋତୁରେ ମଧ୍ୟ ହାତରେ ବେଡି ପକାଇ ବସିଛନ୍ତି । ଅନ୍ୟପଟେ ଡାନ୍ସ ସ୍କୁଲଗୁଡ଼ିକରେ ମଧ୍ୟ ସମାନ ଅବସ୍ଥା । କୌଣସି ପ୍ରକାର ସରକାରୀ କି ବେସରକାରୀ ସାଂସ୍କୃତିକ କାର୍ଯ୍ୟକ୍ରମ ନହେବାରୁ ଅଧିକାଂଶ ଡାନ୍ସ ସ୍କୁଲ ଭଡା ଦେଇ ନପାରି ଘର ମାଲିକ ଦ୍ୱାରା ବିତାଡିତ ହେଉଛନ୍ତି । ତେବେ ନିଜର ନିଶାକୁ ପେଶା କରିଥିବା ଏହି କଳାକାରମାନେ କଳା ଛାଡି ପାରୁନଥିବା କହିଛନ୍ତି ।


ଏଭଳି ସ୍ଥିତିରେ ନୁଆଁଖାଇ କାହାପାଇଁ ଖୁସି ଅଣିଛି ତ ଆଉ କାହା ପାଇଁ ଏହା କୌଣସି ଗୁରୁତ୍ୱ ରଖୁନାହିଁ । ତେଣୁ କଳାକାରମାନେ ସରକାରୀ ସହାୟତା ପାଇଁ ଦାବି କରିଛନ୍ତି ।


ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.