କତରବଗା ଥାନାର ଗୁଲାମାଲ ଗାଁ ହତ୍ୟାକାଣ୍ଡ ଘଟଣା, 3 ଗିରଫ

author img

By

Published : Sep 18, 2021, 12:44 PM IST

କତରବଗା ଥାନାର ଗୁଲାମାଲ ଗାଁ ହତ୍ୟାକାଣ୍ଡ ଘଟଣା, 3 ଗିରଫ

କତରବଗା ଥାନା ଅନ୍ତର୍ଗତ ଗୁଲାମାଲ ଗାଁରେ ହୋଇଥିବା ହତ୍ୟାକାଣ୍ଡ ଘଟଣା । 3 ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ...

ସମ୍ବଲପୁର: କତରବଗା ଥାନା ଅନ୍ତର୍ଗତ ଗୁଲାମାଲ ଗାଁରେ ହୋଇଥିବା ହତ୍ୟାକାଣ୍ଡ ଘଟଣା । 3 ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ଅଶୋକ ପ୍ରଧାନ, ଭୀଷ୍ମଜିତ ଭୋଇ ଓ ରଞ୍ଜିତ ଭୋଇ । ତେବେ ଗତ ଗୁରୁବାର ରାତିରେ ଗାଁ ପୁରୁଣା ବଜାର ନିକଟରେ ଜମି ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିଲା ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ଘଟଣାରେ ସଙ୍ଘବଦ୍ଧ ଆକ୍ରମଣରେ ପ୍ରକାଶ ପ୍ରଧାନ ନାମକ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା। ଆଉ ଏହି ଆକ୍ରମଣ ସମୟରେ ପ୍ରକାଶକୁ ବଞ୍ଚାଇବାକୁ ଯାଇ ଧନଞ୍ଜୟ ବେହେରା ନାମକ ଜଣେ ବ୍ୟକ୍ତି ମଧ୍ୟ ଆହତ ହୋଇଥିଲେ। ଏହି ହତ୍ୟାକାଣ୍ଡର ମୁଖ୍ୟ କାରଣ ଜମି ବିବାଦ ଜନିତ ପାରିବାରିକ ଶତ୍ରୁତା ବୋଲି ଜଣାପଡିଛି । ହତ୍ୟାକାଣ୍ଡ ଭିଆଇଥିବା ଏହି ୩ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ବେଳେ ଆଉ କିଛି ଫେରାର ହୋଇଯାଇଛନ୍ତି ।

ଭୁଜାଲି ଓ ଟାଙ୍ଗିଆରେ ଗୋଡ଼ାଇ ଗୋଡ଼ାଇ ପ୍ରକାଶଙ୍କୁ ହତ୍ୟା କରାଯାଇଥିଲା ବୋଲି ସୂଚନା ଦେଇଛି ପୋଲିସ । ତେବେ ଗତ ଗୁରୁବାର ବିଳମ୍ବିତ ରାତିରେ ହୋଇଥିବା ଏହି ହତ୍ୟାକାଣ୍ଡର ତଦନ୍ତ କରୁଛନ୍ତି ନିଜେ ଏସପି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.