ହୀରାକୁଦରେ 24 ଗେଟ ଖୋଲା, ମାଳତୀ ଗୁଣ୍ଡେରପୁର ବ୍ରିଜ ଉପରେ ୪ ଫୁଟର ପାଣି

author img

By

Published : Sep 16, 2021, 10:42 AM IST

ହୀରାକୁଦ ଗେଟ ଖୋଲିବା ପରେ ମାଳତୀ ଗୁଣ୍ଡେରପୁର ବ୍ରିଜ ଉପରେ ୪ ଫୁଟର ପାଣି

ହୀରାକୁଦ ଡ୍ୟାମର 24 ଟି ଗେଟ ଯୋଗେ ବନ୍ୟାଜଳ ନିଷ୍କାସନ ହେଉଥିବାରୁ ସୁବର୍ଣ୍ଣପୁର ରାସ୍ତାର ମାଳତୀ ଗୁଣ୍ଡେର ପୁର ସ୍ଥିତ ବ୍ରିଜ ଉପରେ 4 ଫୁଟ ପାଣି ପ୍ରବାଭିତ ହେଉଛି । ଅଧିକ ପଢନ୍ତୁ...

ସମ୍ବଲପୁର: ହୀରାକୁଦ ଡ୍ୟାମର ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ଫଳରେ ବଢୁଛି ହୀରାକୁଦ ଡ୍ୟାମର ଜଳସ୍ତର । ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା 630 ଫୁଟ ଥିବା ବେଳେ ବର୍ତ୍ତମାନ ଏହାର ଜଳସ୍ତର 628.39 ଫୁଟ ରହିଛି। ଉପର ମୁଣ୍ଡରୁ ହୀରାକୁଦ ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି 4ଲକ୍ଷ 35 ହଜାର 794 କ୍ୟୁସେକ ବନ୍ୟା ଜଳ ପ୍ରବେଶ କରୁଥିବା ବେଳେ 24 ଟି ଗେଟ ଯୋଗେ ସେକେଣ୍ଡ ପ୍ରତି 4 ଲକ୍ଷ 23 ହଜାର 089 କ୍ୟୁସେକ ବନ୍ୟାଜଳ ନିଷ୍କାସନ ହେଉଛି। ଏହାର ପ୍ରଭାବରେ ତଳ ମୁଣ୍ଡରେ ଥିବା ସମ୍ବଲପୁର ସହରର କେତେକ ସ୍ଥାନରେ ବ୍ୟାକ ୱାଟର ସମସ୍ୟା ଦେଖିବାକୁ ମିଳିଛି ।

ହୀରାକୁଦ ଗେଟ ଖୋଲିବା ପରେ ମାଳତୀ ଗୁଣ୍ଡେରପୁର ବ୍ରିଜ ଉପରେ ୪ ଫୁଟର ପାଣିହୀରାକୁଦ ଗେଟ ଖୋଲିବା ପରେ ମାଳତୀ ଗୁଣ୍ଡେରପୁର ବ୍ରିଜ ଉପରେ ୪ ଫୁଟର ପାଣି

ଗେଟ ଖୋଲିବା ପରେ ସମ୍ବଲପୁର ସହରର ଧନୁପାଲି ଛକରୁ ସୁବର୍ଣ୍ଣପୁର ରାସ୍ତାର ମାଳତୀ ଗୁଣ୍ଡେର ପୁର ସ୍ଥିତ ବ୍ରିଜ ଉପରେ 4 ଫୁଟ ପାଣି ପ୍ରବାଭିତ ହେଉଛି । ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ସମ୍ଭାବ୍ୟ ବନ୍ୟା ପରିସ୍ଥିତି କୁ ଦେଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବେଚ୍ଛାସେବୀ ଅନୁଷ୍ଠାନ ମାନଙ୍କୁ ନେଇ ପ୍ରସ୍ତୁତି ବୈଠକ ହୋଇଥିବା ବେଳେ ଜିଲ୍ଲା ପ୍ରଶାସନର ପୋଲିସ, ଅଗ୍ନିଶମ ବିଭାଗ ତଥା ସ୍ବେଚ୍ଛାସେବୀ ଅନୁଷ୍ଠାନ ଗୁଡ଼ିକ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ତେବେ ଆଗକୁ ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ବର୍ଷା, ତଳ ମୁଣ୍ଡରେ ହେଉଥିବା ବର୍ଷା ନଦୀ ଗୁଡ଼ିକର ଜଳସ୍ତରକୁ ଦେଖି ହୀରାକୁଦ ଗେଟ ପରିଚାଳନା କରାଯିବ ବୋଲି ସୂଚନା ଦିଆଯାଇଛି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.