ଐତିହାସିକ ରାନୀ ବଖରୀର ରେସ୍ତୋରାଁ ରୂପକୁ ସ୍ଥାନୀୟ ଲୋକଙ୍କ ବିରୋଧ

author img

By

Published : Sep 18, 2021, 7:24 AM IST

ଐତିହାସିକ ରାନୀ ବଖରୀର ରେସ୍ତୋରାଁ ରୂପକୁ ସ୍ଥାନୀୟ ଲୋକଙ୍କ ବିରୋଧ

ରାଜ୍ୟ ସରକାରଙ୍କ ନିମନ୍ତ୍ରଣ ଯୋଜନାରେ ସମ୍ବଲପୁରର ଐତିହାସିକ ରାନୀ ବଖରୀକୁ ଏକ ରେସ୍ତୋରାଁରେ ରୂପାନ୍ତରିତ କରିବାର ଯୋଜନା ରହିଛି । ଏହାକୁ ନେଇ କେତେକ ଅସନ୍ତୋଷ ପ୍ରକାଶ କରିବା ସହ ନିମନ୍ତ୍ରଣ ରେସ୍ତୋରାଁକୁ ଅନ୍ୟତ୍ର କରାଯାଉ ବୋଲି ଦାବି କରିଛନ୍ତି । ଅଧିକ ପଢ଼ନ୍ତୁ...

ସମ୍ବଲପୁର:ରାଜ୍ୟ ସରକାରଙ୍କ ନିମନ୍ତ୍ରଣ ଯୋଜନାରେ ସମ୍ବଲପୁରର ଐତିହାସିକ ରାନୀ ବଖରୀକୁ ଏକ ରେସ୍ତୋରାଁରେ ରୂପାନ୍ତରିତ କରିବାର ଯୋଜନା ରହିଛି । ପର୍ଯ୍ୟଟନର ବିକାଶ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି । ଏନେଇ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଗଲାଣି । ତେବେ ଏହାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

ଐତିହାସିକ ରାନୀ ବଖରୀର ରେସ୍ତୋରାଁ ରୂପକୁ ସ୍ଥାନୀୟ ଲୋକଙ୍କ ବିରୋଧ

ରାନୀ ବଖରୀ ସମ୍ବଲପୁରର ଏକ ଐତିହାସିକ କୀର୍ତ୍ତିରାଜି । ଏହାକୁ ରେସ୍ତୋରାଁରେ ରୂପାନ୍ତରିତ କରାଯାଉଥିବାରୁ ଏହାକୁ ବିରୋଧ କରାଯାଉଛି । ସ୍ଥାନୀୟ ଲୋକେ ରାଜ୍ୟ ସରକାରଙ୍କ ନିନନ୍ତ୍ରଣ ଯୋଜନାକୁ ବିରୋଧ କରୁନାହାନ୍ତି । ତେବେ ଐତିହ୍ୟସମ୍ପନ୍ନ ରାନୀ ବଖରୀକୁ ରେସ୍ତୋରାଁ କରାନଯାଇ ଅନ୍ୟ ସ୍ଥାନରେ ଏହି ରେସ୍ତୋରାଁ କରାଯାଉ ବୋଲି ଦାବି ହୋଇଛି। ସମ୍ବଲପୁର ସମଲେଶ୍ୱରୀ ମନ୍ଦିର ଯିବା ରାସ୍ତାରେ ରହିଥିବା ଶହଶହ ବର୍ଷର ଐତିହାସିକ କୀର୍ତ୍ତିରାଜି ବହନ କରୁଛି ରାନୀ ବଖରୀ । ଏହାକୁ ଜେମା ଦେଇ ମହଲ ମଧ୍ୟ କୁହାଯାଏ ।

ରାନୀ ବଖରୀ 1650ରୁ 1660 ମସିହାରେ ରାଜା ବଳିୟାର ସିଂହଙ୍କ ସମୟରେ ତିଆରି ହୋଇଥିଲା । ତେବେ ସମୟ କ୍ରମେ ଉପେକ୍ଷିତ ହୋଇ ଏହା ବର୍ତ୍ତମାନ ଏକ ଭଗ୍ନସ୍ତୁପରେ ପରିଣତ ହୋଇଛି । ତେବେ 2ବର୍ଷ ପୂର୍ବେ 1 କୋଟି ବ୍ୟୟ ଅଟକଳରେ ଇଣ୍ଟାକ ଏହାର ପୁନରୁଦ୍ଧାର କରିଥିଲା । ଏହାକୁ ନେଇ ସ୍ଥାନୀୟ ଲୋକେ ବେଶ ଉତ୍ସାହିତ ଥିଲେ । କିନ୍ତୁ ବର୍ତ୍ତମାନ ଏହାକୁ ନିମନ୍ତ୍ରଣ ଯୋଜନରେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ଓ OTDCର ମିଳିତ ଆନୁକୂଲ୍ୟ ରେସ୍ତୋରାଁ ରୂପ ଦିଆଯାଉଛି । ଏଥିପାଇଁ OTDC ମାଧ୍ୟମରେ ଦିଆଯାଇଥିବା ଟେଣ୍ଡର ଜରିଆରେ ଦିଲ୍ଲୀର ଏକ ସଂସ୍ଥା ରାନୀ ବଖରୀର ଆଭ୍ୟନ୍ତରୀଣ ସାଜସଜ୍ଜା କରୁଛି ।

ଏହାକୁ ନେଇ କେତେକ ଅସନ୍ତୋଷ ପ୍ରକାଶ କରିବା ସହ ନିମନ୍ତ୍ରଣ ରେସ୍ତୋରାଁକୁ ଅନ୍ୟତ୍ର କରାଯାଉ ବୋଲି ଦାବି କରିଛନ୍ତି । ଏଠାରେ ରେସ୍ତୋରାଁ ହେଲେ ସାଧରଣ ବର୍ଗର ଲୋକଙ୍କ ପାଇଁ ଏହା ଅପହଞ୍ଚ ହୋଇଯିବ ବୋଲି କୁହାଯାଇଛି । ରେସ୍ତୋରାଁ ବଦଳରେ ଏଠାରେ ଏକ ଫଟୋ ଗ୍ୟାଲେରୀ ଅଥବା ମ୍ୟୁଜିୟମ କରାଯାଉ ବୋଲି ଦାବି କରିଛନ୍ତି ଲୋକେ । ଏନେଇ ସମ୍ବଲପୁର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି।



ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.