High Court Bench Demand: ରେଢ଼ାଖୋଲ ଓକିଲ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ

author img

By

Published : Sep 29, 2022, 12:40 PM IST

Updated : Sep 29, 2022, 1:46 PM IST

High Court Bench Demand: ରେଢ଼ାଖୋଲ ଓକିଲ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ

ରେଢ଼ାଖୋଲ ଓକିଲ ସଂଘର ତିନିଦିନ ଧରି କାର୍ଯ୍ୟବନ୍ଦ ଆନ୍ଦୋଳନ, ବନ୍ଦ ରହିବ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ କୋର୍ଟ । ଅଧିକ ପଢନ୍ତୁ

ସମ୍ବଲପୁର: ପଶ୍ଚିମ ଓଡିଶାରେ ହୋଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ତିନି ଦିନ ଧରି ରେଢ଼ାଖୋଲ ଓକିଲ ସଂଘର କାର୍ଯ୍ୟ ବନ୍ଦ ଆନ୍ଦୋଳନ । ବୁଧବାର ଠାରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଥିବା ବେଳେ ଆଉ ଦୁଇ ଦିନ ବନ୍ଦ ରହିବ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ କୋର୍ଟ । ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଆନ୍ଦୋଳନ ପାଇଁ ଭୁବନେଶ୍ୱରରେ ଓକିଲ ସଂଘ ସମୂହ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ଆନ୍ଦୋଳନ କରିଥିବା ବେଳେ ଏହାକୁ ରେଢ଼ାଖୋଲ ଓକିଲ ସଂଘ ସମର୍ଥନ କରି ତିନି ଦିନ କାର୍ଯ୍ୟ ବନ୍ଦ ଡାକରା ଦେଇଛି ।

High Court Bench Demand: ରେଢ଼ାଖୋଲ ଓକିଲ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ

ଏହି ପ୍ରସଙ୍ଗରେ ରାଜ୍ୟର ସରକାର କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରୁନଥିବାରୁ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ହୋଇ ପାରୁନଥିବା ରେଢ଼ାଖୋଲ ଓକିଲ ସଂଘ ଅଭିଯୋଗ କରିଛି । ତେବେ ରେଢ଼ାଖୋଲ ଉପଖଣ୍ଡରେ ବୁଧବାର ସବୁ ସରକାରୀ କାର୍ଯ୍ୟାଳୟ ସ୍ୱାଭାବିକ ରହିଥିଲା । ରେଢ଼ାଖୋଲ ଉପଖଣ୍ଡ ଓକିଲ ସଂଘ ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ହେଉଥିବା ଆନ୍ଦୋଳନକୁ ସମର୍ଥନ କରିଛି ଓ ଆଗକୁ ଏହି ଆନ୍ଦୋଳନ ତୀବ୍ରତର ହେବ ବୋଲି ସଙ୍କେତ ଦେଇଛି ।

ଏହା ମଧ୍ୟ ପଢନ୍ତୁ-ସ୍କୁଲରେ ଛାତ୍ର ବନ୍ଦୀ ମାମଲା, ତଦନ୍ତ ରିପୋର୍ଟ ଦେଉନାହାନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ

ବୁଧବାର ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ଭୁବନେଶ୍ବର ଗାନ୍ଧୀ ମାର୍ଗରେ ଆନ୍ଦୋଳନ କରିଥିଲା ପଶ୍ଚିମ ଓଡିଶା ଓକିଲ ସଂଘ । ଏଥିରେ ପଶ୍ଚିମ ଓଡ଼ିଶାର ଶହ ଶହ ଓକିଲ ସରକାରଙ୍କୁ ସେମାନଙ୍କର ଦାବି ପୂରଣ ପାଇଁ ଅନୁରୋଧ କରିଥିଲେ । ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ମୁଖ୍ୟମନ୍ତ୍ରୀ ଆଲୋଚନା ଓ ପ୍ରତିଶୃତି ଦେଇଥିବା ବେଳେ ଏଯାବତ ଏହି ଦିଗରେ କୌଣସି କାର୍ଯ୍ୟକାରୀ ହୋଇନାହିଁ । ଏହାକୁ ନେଇ ସଂଘ ଉଦବେଗ ପ୍ରକାଶ କରିଥିବା ବେଳେ କାହିଁକି ଆମ ପ୍ରତି ସରକାର ଏଭଳି ବୈମାତୃକ ଭାବ ଦେଖାଉଛନ୍ତି ବୋଲି ପ୍ରଶ୍ନ କରିଥିଲା ସଂଘ। ତେଣୁ ପଶ୍ଚିମ ଓଡ଼ିଶାର ସ୍ବାର୍ଥକୁ ନଜରରେ ରଖି ସରକାର ଏ ଦିଗରେ କ୍ରିୟାଶୀଳ ହୁଅନ୍ତୁ ବୋଲି ଦାବି କରିଛି ସଂଘ । ଏନେଇ ଯଦି ଆଗାମୀ ଦିନରେ ସରକାର ସେମାନଙ୍କ ଦାବି ନ ଶୁଣନ୍ତି ବା ଏନେଇ କୌଣସି ପଦକ୍ଷେପ ନ ନିଅନ୍ତି ତେବେ ପଶ୍ଚିମ ଓଡିଶାରୁ ଆସି ଭୁବନେଶ୍ବରରେ ଆନ୍ଦୋଳନ କରିଥିବା ସଂଘ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରିବ । ଯାହାର ସ୍ବର ପୁରା ଓଡିଶାରେ ଶୁଣା ଯିବା ନେଇ ଚେତାବନୀ ଦେଇଥିଲେ ।

ସେହିପରି ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ବୁଧବାର ସମ୍ବଲପୁରରେ ସମ୍ବଲପୁର ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପ୍ରତିବାଦ ଦିବସ ପାଳନ କରାଯାଇଥିଲା । ସମସ୍ତ ସରକାରୀ କାର୍ଯ୍ୟାଳୟ ସମ୍ମୁଖରେ ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଅବରୋଧ କରାଯାଇଥିଲା ।

Last Updated :Sep 29, 2022, 1:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.