ଏଥର ମହାନଦୀ ଗର୍ଭରେ ଜଳିବ ଇକୋ ଫ୍ରେଣ୍ଡଲି ରାବଣ

author img

By

Published : Sep 28, 2022, 12:45 PM IST

ମହାନଦୀ ଗର୍ଭରେ ଜଳିବ ଇକୋ ଫ୍ରେଣ୍ଡଲି ରାବଣ

2 ବର୍ଷ ଧୁମଧାମରେ ହେବ ରାବଣ ପୋଡି । ସମ୍ବଲପୁର ଦଳେଇପଡା ରାବଣ ପୋଡି କମିଟି ପକ୍ଷରୁ ସମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

ସମ୍ବଲପୁର: ଏଥର ଧୁମଧାମରେ ସମ୍ବଲପୁରରେ ପାଳନ ହେବ ରାବଣ ପୋଡି । କୋଭିଡ କଟକଣା ଯୋଗୁଁ ଗତ 2 ବର୍ଷ ଧରି ରାବଣ ପୋଡି ହୋଇନଥିବା ବେଳେ ଏଥର ଦଶହରାରେ ରାବଣ ପୋଡି ମହାଆଡମ୍ବରରେ କରାଯିବ ବୋଲି ସୂଚନା ଦେଇଛି ସମ୍ବଲପୁର ଦଳେଇପଡା ରାବଣ ପୋଡି କମିଟି l ମହାନଦୀ ଭିତରେ ଜଳିବ 40 ଫୁଟିଆ ଇକୋ ଫ୍ରେଣ୍ଡଲି ରାବଣ l

ମହାନଦୀ ଗର୍ଭରେ ଜଳିବ ଇକୋ ଫ୍ରେଣ୍ଡଲି ରାବଣ

ସମ୍ବଲପୁର ଅଇଁଠାପାଲି ସ୍ଥିତ ଏକ ହୋଟେଲରେ ଅନୁଷ୍ଠିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଧୁମଧାମରେ ରାବଣ ପୋଡି ହେବା ନେଇ ସୂଚନା ଦିଆଯାଇଛି । ଏଥର ସମ୍ବଲପୁର ଦଳେଇପଡା ମହାନଦୀ ଘାଟରେ ଜଳିବ ଗ୍ରୀନ ଓ ଇକୋ ଫ୍ରେଣ୍ଡଲି ରାବଣ । ଏହାସହ ଏଥର ଏହି ରାବଣ ପୋଡି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିବ ମହାନଦୀ ଭିତରେ ଆତସ ବାଜି କାର୍ଯ୍ୟକ୍ରମ। ଏଥିପାଇଁ ଗଞ୍ଜାମ, ଯାଜପୁର ଓ ସୁନ୍ଦରଗଡ଼ରୁ ଏକ୍ସପଟ ଟ୍ରୁପ ଆସିବେ । ଏହି ଟ୍ରୁପ ଇକୋ ଫ୍ରେଣ୍ଡଲି ବାଣ ଫୋଟକା ତିଆରି କରିବେ ।

ଏହା ବି ପଢନ୍ତୁ...ଫିଟୁଛି ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ରହସ୍ୟ, ଅଡିଓ ସାର୍ବଜନୀନ କଲା BJP

ଏହା ସହ ରାବଣ ପୋଡି ଅବସରରେ ଡ଼ଙ୍ଗା ସାହାଯ୍ୟରେ ମହାନଦୀ ଗର୍ଭକୁ ଯାଇ ସେଠାରେ ଥିବା ଟାପୁ ଉପରେ ଏହି ରଙ୍ଗାରଙ୍ଗ ଆତସ ବାଜି କାର୍ଯ୍ୟକ୍ରମ ପରିବେଷଣ କରିବେ । ଏଥର ମହାନଦୀ ଭିତରେ ତିଆରି ହେବ 40 ଫୁଟ ଉଚ୍ଚ ବିଶିଷ୍ଟ ଇକୋ ଫ୍ରେଣ୍ଡଲି ରାବଣ । ମୁଖ୍ୟତଃ ପରିବେଶ ସୁରକ୍ଷା ସଚେତନତା ନେଇ ତିଆରି ହେବ ଏହି ଇକୋ ଫ୍ରେଣ୍ଡଲି ରାବଣ । ରାବଣ ପୋଡି ପୂର୍ବରୁ ଏକ ବିରାଟ ଶୋଭାଯାତ୍ରା ଅନୁଷ୍ଠିତ ହେବ ବୋଲି ଦଳେଇପଡା ରାବଣ ପୋଡି କମିଟି ପକ୍ଷରୁ ସୂଚନା ଦେଇଛି । ଦୀର୍ଘ 2 ବର୍ଷ ପରେ ଧୁମଧାମରେ ରାବଣ ପୋଡି ଅନୁଷ୍ଠିତ ହେବାକୁ ଯାଉଥିବାରୁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.