ସମ୍ବଲପୁରରେ ଦୁର୍ଗାପୂଜା ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ

author img

By

Published : Sep 28, 2022, 10:57 PM IST

ସମ୍ବଲପୁରରେ ଦୁର୍ଗାପୂଜା ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ

ସମ୍ବଲପୁରରେ ଦୁର୍ଗାପୂଜା ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ । ଦୁଇବର୍ଷ ପରେ ପୂର୍ବପରି ମାଙ୍କ ପୂଜା ମହା ଆଡମ୍ବରରେ ପାଳିତ ହେବା ନେଇ ଲକ୍ଷ୍ୟ ରଖିଛନ୍ତି ସମ୍ବଲପୁର ପୂଜା କମିଟି । ଅଧିକ ପଢନ୍ତୁ

ସମ୍ବଲପୁର: ଆଉ ଦିନ କେଇଟା ପରେ ଧରାବତରଣ କରିବେ ଜଗତ ଜନନୀ ମା' ଦୁର୍ଗା । ଏନେଇ ଚାରିଆଡେ ଆରମ୍ଭ ହେଲାଣି ଉତ୍ସବର ମାହୋଲ । ଦୁର୍ଗା ପୂଜା ପାଇଁ ଆରମ୍ଭ ହେଲାଣି ତୋରଣ ସଜ୍ଜା । ଏଥିପାଇଁ ଚଳ ଚଞ୍ଚଳ ହୋଇ ଉଠିଛି ଗାଁ ରୁ ସହର । ସେଥିପାଇଁ ସମ୍ବଲପୁର ସହରର ପୂଜା ମଣ୍ଡପ ଗୁଡିକରେ ଜୋରସୋରରେ ଚାଲିଛି ପ୍ରସ୍ତୁତି l ଏଥର ଅଇଁଠାପାଲି ଦୁର୍ଗାପୂଜା କମିଟି 37 ବର୍ଷରେ ପଦାର୍ପଣ କରିଥିବା ବେଳେ ଧନୁପାଲି ସାର୍ବଜନୀନ ଦୁର୍ଗାପୂଜା କମିଟି 48 ବର୍ଷରେ ପଦାର୍ପଣ କରିଛି । ତେଣୁ ଦୁଇ ବର୍ଷ କରୋନା କଟକଣା ପରେ ଏଥରର ଦୁର୍ଗା ପୂଜାକୁ ନିଆରା ଢଙ୍ଗରେ ପାଳିବାକୁ ଅଣ୍ଟା ଭିଡିଛନ୍ତି ବିଭିନ୍ନ ପୂଜା କମିଟି ।

ସମ୍ବଲପୁରରେ ଦୁର୍ଗାପୂଜା ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ

ଚାଲିଛି ପାର୍ବଣର ଋତୁ । ଦୀର୍ଘ ଦୁଇ ବର୍ଷର ଅପେକ୍ଷା ପରେ ଧୂମ ଧାମରେ ରାଜ୍ୟବାସୀ ପାଳିବେ ଦୂର୍ଗା ପୂଜା । ଚଳିତ ବର୍ଷ ନାହିଁ ମୂର୍ତ୍ତି ଉଚ୍ଚତାର କଟକଣା ନଥିବା ବେଳେ ପୂଜା କମିଟିର ବରାଦ ଅନୁଯାୟୀ ମୂର୍ତ୍ତି ଗଢିବାରେ ବ୍ୟସ୍ତ କାରିଗର । ମୂର୍ତ୍ତି ନିର୍ମାଣ କରି ଜୀବିକା ନିର୍ବାହ କରୁଥିବା କାରିଗରମାନେ ଜୋରସୋରରେ ଲାଗିଛନ୍ତି ମୂର୍ତ୍ତି ଗଢିବାରେ l ଦୁଇବର୍ଷ ପରେ ପୂର୍ବପରି ମାଙ୍କ ପୂଜା ମହା ଆଡମ୍ବରରେ ପାଳିତ ହେବା ନେଇ ଲକ୍ଷ୍ୟ ରଖିଛନ୍ତି ସମ୍ବଲପୁର ପୂଜା କମିଟି । ସମ୍ବଲପୁରର ଅନ୍ୟତମ ପ୍ରମୁଖ ପୂଜା କମିଟି ଅଇଁଠାପାଲି ଓ ଧନୁପାଲି ପୂଜା କମିଟିର ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ।

ସମ୍ବଲପୁର ସହରର ଅନ୍ୟତମ ପ୍ରମୁଖ ଦୁର୍ଗା ପୂଜା କମିଟି ଅଇଁଠାପାଲି ପୂଜା କମିଟି ଏଥର 37 ବର୍ଷ ପଦାର୍ପଣ କରିଛି । ୧୯୮୫ ମସିହାରୁ ଦଶଭୁଜା ପୂଜା ପାଇ ଆସୁଛନ୍ତି । ଏ ବର୍ଷ ପୂଜାର ବ୍ୟୟ ଅଟକଳ ୧୫ ରୁ ୧୭ ଲକ୍ଷ ଟଙ୍କା ରହିଛି । ଚଳିତ ବର୍ଷ ଏହି ପୂଜା କମିଟିର ପୂଜା ମଣ୍ଡପ ଦିଲ୍ଲୀର ଲୋଟସ ଟେମ୍ପୁଲ ଢାଞ୍ଚାରେ ତିଆରି ହେଉଛି । ଏହାକୁ କୋଲକାତାର କାରିଗର ତିଆରି କରୁଛନ୍ତି । ଏହା ସହ ଚଳିତ ବର୍ଷ ଅନଗୁଳରୁ ଆସିଥିବା ଆଲୋକ ସଜ୍ଜା ଚଳିତ ବର୍ଷ ମୁଖ୍ୟ ଆକର୍ଷଣ ହେବ ବୋଲି କହିଛନ୍ତି ଅଇଁଠାପାଲି ପୂଜା କମିଟିର ସଦସ୍ୟ ।

ଅନ୍ୟପଟେ ଧନୁପାଲି ପୂଜା କମିଟି ୧୯୭୪ ମସିହାରୁ ଦୁର୍ଗତି ନାଶିନୀଙ୍କୁ ପୂଜା କରିଆସୁଛି । ଏହି ପୂଜା କମିଟି ଚଳିତ ବର୍ଷ ୪୮ ତମ ବର୍ଷରେ ପଦାର୍ପଣ କରିବାକୁ ଯାଉଛି । ଜଗତ ଜନନୀଙ୍କ ମେଢ଼ ସଜ୍ଜା, ଆଲୋକ ସଜ୍ଜା, ପ୍ରତିଦିନ ପ୍ରସାଦ ବଣ୍ଟନ, ଭସାଣି ଶୋଭାଯାତ୍ରା ଏ ସବୁ ଉପରେ ଏଥର ଅଧିକ ଗୁରୁତ୍ୱ ଦିଆ ଯାଇଛି । ପୂଜାରେ ମୋଟ ବ୍ୟୟ ଅଟକଳ ୧୫ ରୁ ୧୬ ଲକ୍ଷ ଟଙ୍କା ରହିଥିବାର କହିଛନ୍ତି ଧନୁପାଲି ପୂଜା କମିଟି ସଦସ୍ୟ ।


ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.