ଆସନ୍ତାକାଲି ସମ୍ବଲପୁର ଆଇଆଇଏମର ତୃତୀୟ ସମାବର୍ତ୍ତନ ଉତ୍ସବ

author img

By

Published : Apr 7, 2019, 10:56 PM IST

ଆସନ୍ତାକାଲି ସମ୍ବଲପୁର ଆଇଆଇଏମର ତୃତୀୟ ସମାବର୍ତ୍ତନ ଉତ୍ସବ। ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ଆଇଆଇଏମ ଚେୟାରମ୍ୟାନ ଅରୁନ୍ଧତୀ ଭଟ୍ଟାଚାର୍ଯ୍ୟ ,ଅମୁଲର ମ୍ୟାନେଜିଂ ଡ଼ାଇରେକ୍ଟର ଆର ଏସ ସୋଧି ପ୍ରମୁଖଙ୍କ ସହ ଦେଶର ବିଭିନ୍ନ ଆଇଆଇଏମର ବରିଷ୍ଠ ଅଧିକାରୀ, ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନର ଅଧିକାରୀ ମାନେ । ଏହାସହ 60 ଜଣ ଛାତ୍ରଙ୍କୁ ଡିଗ୍ରୀ ପ୍ରଦାନ କରାଯିବ।

ସମ୍ବଲପୁର: ଆସନ୍ତାକାଲି ସମ୍ବଲପୁର ଆଇଆଇଏମର ତୃତୀୟ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହେବ। ଏନେଇ ଆଜି ସମ୍ବଲପୁର ଆଇଆଇଏମର ନିର୍ଦ୍ଦେଶକ ମହାଦେବ ପ୍ରସାଦ ଜୟସ୍ୱାଲ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଆସନ୍ତାକାଲିର ସମାବର୍ତ୍ତନ ଉତ୍ସବରେ ଆଇଆଇଏମ ଚେୟାରମ୍ୟାନ ଅରୁନ୍ଧତୀ ଭଟ୍ଟାଚାର୍ଯ୍ୟ ,ଅମୁଲର ମ୍ୟାନେଜିଂ ଡ଼ାଇରେକ୍ଟର ଆର ଏସ ସୋଧି ପ୍ରମୁଖଙ୍କ ସହ ଦେଶର ବିଭିନ୍ନ ଆଇ ଆଇ ଏମର ବରିଷ୍ଠ ଅଧିକାରୀ, ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନର ଅଧିକାରୀମାନେ ଯୋଗ ଦେବେ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ଏହି କାର୍ଯ୍ୟକ୍ରମରେ 60 ଜଣ ଛାତ୍ରଙ୍କୁ ଡିଗ୍ରୀ ପ୍ରଦାନ କରାଯିବ। 60 ଜଣ ଛାତ୍ର ମଧ୍ୟରୁ 54 ଜଣଙ୍କୁ ବିଭିନ୍ନ ମଲ୍ଟି ନ୍ୟାସନାଲ କମ୍ପାନୀରେ ନିଯୁକ୍ତି ମିଳିସାରିଛି ଓ ଅନ୍ୟ 6 ଜଣଙ୍କ ବିଭିନ୍ନ ସଂସ୍ଥା ସହିତ ନିଯୁକ୍ତି ଚୁକ୍ତି ନେଇ କଥାବାର୍ତ୍ତା ଜାରିଥିବାର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଚଳିତ ବର୍ଷ ସମ୍ବଲପୁର ଆଇଆଇଏମର ଛାତ୍ର ଜିଭା ନାଗା କାର୍ତ୍ତିକ ବାର୍ଷିକ ସର୍ବାଧିକ 58 ଲକ୍ଷ ଟଙ୍କା ପ୍ୟାକେଜରେ ଏକ ସିଙ୍ଗାପୁର ବେସଡ କମ୍ପାନୀରେ ନିଯୁକ୍ତି ପାଇଥିବାର ନିର୍ଦ୍ଦେଶକ କହିଛନ୍ତି। ସମ୍ବଲପୁର ଆଇଆଇଏମ ଏକ ଛୋଟ ସହରରେ ଥାଇ ମଧ୍ୟ ନୂଆ ଆଇଆଇଏମ ମଧ୍ୟରେ ସବୁଠାରୁ ଆଗରେ ଥାଇ ଜାତୀୟ ସ୍ଥରରେ ବହୁତ ବଡ଼ ଉପଲବ୍ଧି ହାସଲ କରିଛି ।

ଏଠାରେ ପ୍ରୋଜେକ୍ଟ ବେସଡ଼ ଡିଜିଟାଲ ଫ୍ଲିପ କ୍ଲାସରୁମ ଭଳି ଅତ୍ୟାଧୁନିକ ବ୍ୟବସ୍ଥା ଯୋଗୁଁ ଏହା ଦେଶର ଅନ୍ୟ ଆଇଆଇଏମ ଠାରୁ ସ୍ଵତନ୍ତ୍ରତା ବଜାୟ ରଖିଛି। ଏହାସହ ପ୍ରତି ବର୍ଷ ଦେଶ ବାହାରର ବିଭିନ୍ନ ଶିକ୍ଷା ଅନୁଷ୍ଠାନ ସହ ଚୁକ୍ତି କରି ପ୍ରତ୍ୟେକ ବର୍ଷ ଛାତ୍ରଛାତ୍ରୀଙ୍କୁ ପଠାଉଥିବାର ସୂଚନା ଦିଆଯାଇଛି। ଗତବର୍ଷ ଗ୍ରୀସର ଅଳଭା ବିଜନେସ ସ୍କୁଲ ସହ ଚୁକ୍ତି ହୋଇଥିବାବେଳେ ଚଳିତ ବର୍ଷ ଜର୍ମାନୀର ମ୍ୟୁନିକର ଏକ ଶିକ୍ଷା ଅନୁଷ୍ଠାନ ସହ ଅନୁବନ୍ଧିତ ହୋଇଛି ଯେଉଁଠିକୁ ଚଳିତ ବର୍ଷ ସମ୍ବଲପୁର ଆଇଆଇଏମର ଛାତ୍ରଛାତ୍ରୀଙ୍କୁ ପଠାଯିବ। ଚଳିତ ବର୍ଷ ଦ୍ଵିତୀୟ ବର୍ଷକୁ 93 ଜଣ ଛାତ୍ରଛାତ୍ରୀ ଯାଇଥିବାବେଳେ ଆସନ୍ତା ବର୍ଷ ଇଡବ୍ଲ୍ୟୁଏସ ସଂରକ୍ଷଣ ବ୍ୟବସ୍ଥା ଯୋଗୁ 132 ଜଣ ଛାତ୍ରଛାତ୍ରୀ ଆଡମିସନ କରିବେ ବୋଲି ସୂଚନା ଦିଆଯାଇଛି।

ଅଗାମୀ ଦିନରେ ସମ୍ବଲପୁର ଓ ଝାରସୁଗୁଡ଼ାରେ ସ୍ଥାନୀୟ ଶିଳ୍ପ ଅନୁଷ୍ଠାନ ସହାୟତାରେ ବିଭିନ୍ନ ଗାଁରେ ଡିଜିଟାଲ ସଂଯୋଗୀକରଣ କରାଯାଇ ଲୋକଙ୍କୁ ସର୍ବନିମ୍ନ ସୁବିଧା ଦିଆଯାଇଛି । ଶିକ୍ଷା ସ୍ୱାସ୍ଥ୍ୟ, ସଚେତନତା କ୍ଷେତ୍ରରେ ବହୁ ଆଗକୁ ନିଆଯାଇ ସ୍ମାର୍ଟ ଭିଲେଜର ଯୋଜନା ସମ୍ବଲପୁର ଆଇଆଇଏମ କରିଛି ବୋଲି ନିର୍ଦ୍ଦେଶକ କହିଛନ୍ତି। କେନ୍ଦ୍ର ସରକାରଙ୍କ ଆଇଆଇଏମ ଆକ୍ଟ ଆଇନ ପାସ ହେବା ଫଳରେ ପ୍ରତ୍ୟେକ ଆଇଆଇଏମ ନିଜର ଉନ୍ନୟନ ମୂଳକ ଓ ସୃଜନାତ୍ମକ ନିଷ୍ପତ୍ତି ନେବାରେ ସ୍ୱାୟତତ୍ତ୍ୱା ପାଇଥିବାର ନିର୍ଦ୍ଦେଶକ କହିବା ସହ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହଯୋଗକୁ ଧନ୍ୟବାଦ ଦେଇଛନ୍ତି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Intro:Body:

lasklkla


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.