ଗୁଟଖା ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟଣା: କାର୍ଯ୍ୟାନୁଷ୍ଠାନ ଦାବି କଲା କଂଗ୍ରେସ

author img

By

Published : Jan 13, 2022, 9:23 PM IST

ଗୁଟଖା ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟଣା: କାର୍ଯ୍ୟାନୁଷ୍ଠାନ ଦାବି କଲା କଂଗ୍ରେସ

ସମ୍ବଲପୁର ଅଇଁଠାପାଲି ଥାନା ଅନ୍ତର୍ଗତ ପରାଧିଆପାଲି ଗୁଟଖା ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟଣାରେ ଦୋଷୀଙ୍କ ଗିରଫଦାରୀ ଦାବି କଲା କଂଗ୍ରେସ । ଅଧିକ ପଢନ୍ତୁ

ସମ୍ବଲପୁର: ଜିଲ୍ଲାସ୍ଥିତ ଅଇଁଠାପାଲି ଥାନା ଅନ୍ତର୍ଗତ ପରାଧିଆପାଲି ଗୁଟଖା ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟଣାରେ ଦୋଷୀଙ୍କ ଗିରଫଦାରୀ ଦାବି କଲା କଂଗ୍ରେସ । ଘଟଣାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ହୋଇଥିବା ତଦନ୍ତ କମିଟିର ରିପୋର୍ଟ ଆସିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନଥିବାରୁ ଏହାକୁ ନେଇ ଜିଲ୍ଲା କଂଗ୍ରେସ ଅସନ୍ତୋଷ ପ୍ରକାଶ କରିଛି ।

ଗୁଟଖା ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟଣା: କାର୍ଯ୍ୟାନୁଷ୍ଠାନ ଦାବି କଲା କଂଗ୍ରେସ

ସମ୍ବଲପୁର ଗୁଟଖା ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟଣା ନେଇ ଆଜି ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ନିରବ କାହିଁକି ରହିଛି ବୋଲି କଂଗ୍ରେସ ପ୍ରଶ୍ନ କରିଛି । ଘଟଣାରେ 4 ଜଣକ ମୃତ୍ୟୁ ହୋଇ ସାରିଥିଲେ ମଧ୍ୟ ଦୋଷୀ କାହିଁକି ଗିରଫ ହୋଇ ନାହାନ୍ତି ବୋଲି କଂଗ୍ରେସ କହିଛି । 2010 ରୁ ଏହି ଫ୍ୟାକ୍ଟ୍ରି ଚାଲୁ ଥିବାବେଳେ ଏଠାରେ ଶ୍ରମିକମାନଙ୍କ ପାଇଁ କୌଣସି ସୁରକ୍ଷା କି ନିରାପତ୍ତା ବ୍ୟବସ୍ଥା ନଥାଇ କାହା ସୁରକ୍ଷାରେ ଏହା ଚାଲିଥିଲା ବୋଲି କହିଛି କଂଗ୍ରେସ ।

ତେଣୁ ଦୋଷୀଙ୍କୁ ତୁରନ୍ତ ଗିରଫ କରାଯାଉ ଓ ମୃତକଙ୍କ ପରିବାର ଲୋକଙ୍କୁ 50 ଲକ୍ଷ ଲେଖାଏଁ କ୍ଷତିପୂରଣ ଦିଆଯାଉ ବୋଲି ଦାବି କରିଛି କଂଗ୍ରେସ । ଅନ୍ୟପଟେ ଘଟଣାର ତଦନ୍ତ କମିଟି ରିପୋର୍ଟ ଆସିସାରିଛି । ଏହାର ତର୍ଜମା ଚାଲିଛି, ଆଗକୁ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.