ବାଇକ ଚୋର ଗ୍ୟାଙ୍ଗ ଠାବ: 5 ଗିରଫ, 8 ବାଇକ ଜବତ

author img

By

Published : Sep 10, 2021, 8:14 PM IST

ଧନୁପାଲି ପୋଲିସ ଦ୍ୱାରା ବାଇକଚୋର ଗ୍ୟାଙ୍ଗ ଠାବ: 5 ଗିରଫ, 8 ବାଇକ ଜବତ

ସମ୍ବଲପୁର ଧନୁପାଲି ପୋଲିସ ଦ୍ୱାରା ବଡ଼ଧରଣର ବାଇକ ଚୋରି ରାକେଟ ଠାବ। ଏହି ମାମଲାରେ ପୋଲିସ 5 ଜଣ ବାଇକ ଚୋରକୁ ଗିରଫ କରିଛି। ଏନେଇ ସମ୍ବଲପୁର ସଦର ଏସଡିପିଓ ପ୍ରଦୀପ ସହୁ ସୂଚନା ଦେଇଛନ୍ତି। ଅଧିକ ପଢନ୍ତୁ...

ସମ୍ବଲପୁର: ସମ୍ବଲପୁର ଧନୁପାଲି ପୋଲିସ ଦ୍ୱାରା ବଡ଼ଧରଣର ବାଇକ ଚୋରି ରାକେଟ ଠାବ। ଏହି ମାମଲାରେ ପୋଲିସ 5 ଜଣ ବାଇକ ଚୋରକୁ ଗିରଫ କରିଛି। ଏନେଇ ସମ୍ବଲପୁର ସଦର ଏସଡିପିଓ ପ୍ରଦୀପ ସହୁ ସୂଚନା ଦେଇଛନ୍ତି।

ଧନୁପାଲି ପୋଲିସ ଦ୍ୱାରା ବାଇକଚୋର ଗ୍ୟାଙ୍ଗ ଠାବ: 5 ଗିରଫ, 8 ବାଇକ ଜବତ

ଏହି ଚୋର ଗ୍ୟାଙ୍ଗ ବାଇକ ଚୋରି କରି ନମ୍ବର ପ୍ଲେଟ ପରିବର୍ତ୍ତନ କରି ବୌଦ୍ଧ ଓ କଣ୍ଟାମାଳ ଅଞ୍ଚଳରେ ବିକ୍ରି କରୁଥିଲେ। ଏମାନଙ୍କ ଠାରୁ 8 ଟି ବାଇକ ଜବତ ହୋଇଛି। ଏହି ବାଇକ ଗୁଡିକ ମୁଖ୍ୟତଃ ଚୋରା କାରବାରରେ ବ୍ୟବହୃତ ହେଉଥିବା ଜଣାପଡ଼ିଛି।

ଗତ ସପ୍ତାହରେ ଧନୁପାଲି ଥାନା ଅଞ୍ଚଳରେ 2ଟି ବାଇକ ଚୋରି ଘଟଣା ରିପୋର୍ଟ ହେବା ପରେ ପୋଲିସ ତଦନ୍ତ କରୁଥିବା ସମୟରେ ଏହି ଗ୍ୟାଙ୍ଗକୁ ଧରିଛି। ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହାସହ ଅଧିକ ତଦନ୍ତ ଜାରି ରହିଥିବା ଏସଡିପିଓ ସୂଚନା ଦେଇଛନ୍ତି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.