ରେଡି ଟୁ ଇଟ୍ ରାଇସ୍: ଫାଷ୍ଟଫୁଡ୍ ମ୍ୟାଗି-ଚାଓମିନ୍ ଭଳି ଫଟାଫଟ୍ ହେବ ଭାତ, ରହିଛି ଭରପୁର ଔଷଧୀୟ ଗୁଣ

author img

By

Published : Nov 29, 2022, 10:56 PM IST

ମ୍ୟାଗି-ଚାଓମିନ୍ ଭଳି ଫଟାଫଟ୍ ହେବ ଭାତ, ରହିଛି ଔଷଧୀୟ ଗୁଣ

ନିଜ ଫାର୍ମରେ ମ୍ୟାଜିକାଲ ରାଇସ ଉତ୍ପାଦନ କରିଛନ୍ତି ସମ୍ବଲପୁରର ଯୁବ କୃଷି ବିଜ୍ଞାନୀ ଦିବ୍ୟରାଜ ବେରିହା। ଏହି ଚାଉଳରେ ଏମିତି ଗୁଣ ରହିଛି ଯାହାକୁ ଗରମ ପାଣିରେ ପକାଉ ପକାଉ ଫଟା ଫଟ ହୋଇଯିବ ଭାତ । ଏପଟେ ଦେଶୀ କିଶମର ବ୍ରିଡ ପ୍ରସ୍ତୁତ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଅଧିକ ପଢନ୍ତୁ

ସମ୍ବଲପୁର: ଚାଉଳକୁ ଗରମ ପାଣିରେ ପକାଉ ପକାଉ ହୋଇଯାଉଛି ଭାତ । ଯାହାକୁ କୁହାଯାଉଛି ମ୍ୟାଜିକାଲ ରାଇସ । ନିଜ ଫାର୍ମରେ ଏହି ମେଜିକାଲ ରାଇସ ଉତ୍ପାଦନ କରିଛନ୍ତି ସମ୍ବଲପୁରର ଯୁବ କୃଷି ବିଜ୍ଞାନୀ ଦିବ୍ୟରାଜ ବେରିହା । ଏହି ରାଇସ ବା ଧାନର ଚାଉଳରେ ଏମିତି ଗୁଣ ରହିଛି ଯାହାକୁ ଗରମ ପାଣିରେ ପକାଉ ପକାଉ ଭାତ ହୋଇଯିବ । ସାଧରଣ ଭାବରେ ଧାନକୁ ଶୁଖାଇ ଚୋପା ଛଡେଇ ଅରୁଆ ଚାଉଳ ଓ ଧାନକୁ ସିଝାଇ ଶୁଖାଇ ଚୋପା ଛଡାଇଲେ ଉଷୁନା ଚାଉଳ ପ୍ରସ୍ତୁତ ହୋଇଥାଏ । ତେବେ ଏହି ଧାନକୁ ଶୁଖାଇ ଚୋପା ଛଡାଇ ଗରମ ପାଣିରେ ଦେଉ ଦେଉ ସଙ୍ଗେ ସଙ୍ଗେ ଭାତ ହୋଇଯିବ । ଫଳରେ ଆଉ ରାଇସ୍ କୁକରର ଅବଶ୍ୟକ ରହିବନି କି ପ୍ରେସରରେ ଅଧିକ ସମୟ ବସିବନି ଭାତ ।

ମ୍ୟାଗି-ଚାଓମିନ୍ ଭଳି ଫଟାଫଟ୍ ହେବ ଭାତ, ରହିଛି ଔଷଧୀୟ ଗୁଣ

ମୁଖ୍ୟତଃ ଆସାମ ପରି ଉତ୍ତରପୂର୍ବ ରାଜ୍ୟରେ ଏହି ବିରଳ ପ୍ରଜାତିର ଧାନ ଚାଷ ହୋଇଥାଏ। ଏହି ଧାନକୁ ବର୍ତ୍ତମାନ ଏହି ଯୁବ କୃଷି ବିଜ୍ଞାନୀ ନିଜ କ୍ଷେତରେ ଫଳାଇଛନ୍ତି । ଧାନ ର ବହୁ ବିଶେଷତ୍ବ ରହିଥିବା ବେଳେ ଏହାର ଚାଉଳ କୁ ଗରମ ପାଣିରେ ପକାଉ ପକାଉ ସଙ୍ଗେ ସଙ୍ଗେ ଭାତ ହୋଇଯାଏ । ଏହା ସହ ଏଥିରେ ଔଷଧୀୟ ଗୁଣ ମଧ୍ୟ ରହିଛି। ଆସାମରେ ଏହି ଧାନ ଉତ୍ପାଦନ ହେଉଥିବା ବେଳେ ଏହାକୁ ବହୁତ ପବିତ୍ର ଶସ୍ୟ ଭାବେ ବିବେଚନା କରାଯିବା ସହ କେବଳ ପୂଜା ପର୍ବଣରେ ବ୍ୟବହାର ହୋଇଥାଏ। ତେବେ ବର୍ତ୍ତମାନ ଏହାକୁ ସମ୍ବଲପୁରରେ ଫଳାଇ ଚର୍ଚ୍ଚାରେ ଯୁବ କୃଷି ବିଜ୍ଞାନୀ ଦିବ୍ୟରାଜ ବେରିହା ।

ଆଗକୁ ଏହି ଧାନକୁ ଗବେଷଣା କରାଯାଇ ଓଡିଶା ପରିବେଶରେ କିପରି ଏହାର ଔଷଧୀୟ ଗୁଣକୁ ବଜାୟ ରଖାଯିବ ଏବଂ ଦେଶୀ କିଶମର ବ୍ରିଡ ପ୍ରସ୍ତୁତ କରାଯିବ ସେନେଇ ଗବେଷଣା କରାଯିବ ବୋଲି ସୂଚନା ଦେଇଛନ୍ତି ଯୁବ ବୈଜ୍ଞାନିକ। ତେବେ ଏଥିପାଇଁ କଟକ ବିଦ୍ୟାଧରପୁରର ଜାତୀୟ ଧାନ ଗବେଷଣା କେନ୍ଦ୍ର ସହ ଆଲୋଚନା ଚାଲିଛି ବୋଲି କହିଛନ୍ତି ଏହି ଯୁବ ବୈଜ୍ଞାନିକ। ଅନ୍ୟପଟେ ଏହି ଗବେଷଣାରେ ବହୁ ପିଏଚଡି ସ୍କଲାର ଯୋଡି ହେବାକୁ ଅଗ୍ରଣୀ ଥିବା ଜଣାପଡ଼ିଛି ।

ଏହା ମଧ୍ୟ ପଢନ୍ତୁ- ଡିସେମ୍ବର ପହିଲାରୁ ଡିଜିଟାଲ ରୂପିଜ ଲଞ୍ଚ କରିବ ରିଜର୍ଭ ବ୍ୟାଙ୍କ


ତେବେ ଆଗକୁ ସ୍ଥାନୀୟ ଦେଶୀ କିଶମର ଧାନ ସହ ବ୍ରିଡିଂ କରାଯାଇ ଏହି ମେଜିକାଲ ରାଇସ ର ନୂତନ କିଶମସୃଷ୍ଟି କରାଯିବ । ପୂର୍ବରୁ କଳା ଧାନ ଓ କଳା ହଳଦୀ ଉତ୍ପାଦନ କରି ଚର୍ଚ୍ଚାରେ ଥିବା ଏହି ଯୁବ ବୈଜ୍ଞାନିକ ବର୍ତ୍ତମାନ ଏହି ମ୍ୟାଜିକାଲ ରାଇସର ନୂତନ ବ୍ରିଡିଂ ପ୍ରସ୍ତୁତ ପାଇଁ ଲାଗିଛନ୍ତି । ଏଥିରେ ସଫଳ ହେଲେ ସ୍ଥାନୀୟ ଚାଷୀ ଉପକୃତ ହେବେ ବୋଲି ଆଶା କରାଯାଉଛି।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.