ବାଟରେ ଖରାପ ହେଲା ଆମ୍ବୁଲାନ୍ସ, ରାଜପଥରେ ଚାଲିଗଲା ରୋଗୀଙ୍କ ଜୀବନ

author img

By

Published : Sep 21, 2021, 11:08 AM IST

ବାଟରେ ଖରାପ ହେଲା ଆମ୍ବୁଲାନ୍ସ, ଅକାଳରେ ଚାଲିଗଲା ରୋଗୀଙ୍କ ଜୀବନ

ରୋଗୀଙ୍କୁ ଡାକ୍ତରଖାନା ନେବା ବାଟରେ ଖରାପ ହୋଇଗଲା ଆମ୍ବୁଲାନ୍ସ। ଏପଟେ ଠିକ ସମୟରେ ଡାକ୍ତରଖାନାରେ ପହଞ୍ଚି ନପାରିବାରୁ ରାଜପଥରେ ଚାଲିଗଲା ରୋଗୀଙ୍କ ଜୀବନ । ସମ୍ବଲପୁରରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଅଧିକ ପଢନ୍ତୁ...

ସମ୍ବଲପୁର: ରୋଗୀଙ୍କୁ ଡାକ୍ତରଖାନା ନେବା ବାଟରେ ଖରାପ ହୋଇଗଲା ୧୦୮ ଆମ୍ବୁଲାନ୍ସ। ଏପଟେ ଠିକ ସମୟରେ ଡାକ୍ତରଖାନାରେ ପହଞ୍ଚି ନପାରିବାରୁ ରାଜପଥରେ ଚାଲିଗଲା ରୋଗୀଙ୍କ ଜୀବନ । ସୋମବାର ସମ୍ବଲପୁରରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବୁର୍ଲା ମେଡ଼ିକାଲକୁ ଆମ୍ବୁଲାନ୍ସ ଜରିଆରେ ରୋଗୀ ଯାଉଥିବା ସମୟରେ ବାଟରେ ଆମ୍ବୁଲାନ୍ସ ଖରାପ ହେବାରୁ ମହିଳା ରୋଗୀଙ୍କ ଆମ୍ବୁଲାନ୍ସ ଭିତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

ବାଟରେ ଖରାପ ହେଲା ଆମ୍ବୁଲାନ୍ସ, ଅକାଳରେ ଚାଲିଗଲା ରୋଗୀଙ୍କ ଜୀବନ

ଝାରସୁଗୁଡା ଜିଲ୍ଲାରର ହିମାଂଶୁ ନନ୍ଦଙ୍କ ସ୍ତ୍ରୀ କୌଣସି କାରଣ ବଶତଃ ଅସୁସ୍ଥ ହେବାରୁ ପ୍ରଥମେ ତାଙ୍କୁ ଝାରସୁଗୁଡା ସଦର ମେଡ଼ିକାଲକୁ ନିଆଯାଇଥିଲା । ପରେ ତାଙ୍କୁ 108 ଆମ୍ବୁଲାନ୍ସ ଯୋଗେ ବୁର୍ଲା ମେଡ଼ିକାଲକୁ ଅଣାଯାଉଥିଲା । ତେବେ ସମ୍ବଲପୁର ସହରର ରମେଡ ଛକ ପାଖରେ ଆମ୍ବୁଲାନ୍ସଟି ବ୍ରେକ ଡାଉନ ହୋଇ ଖରାପ ହୋଇ ହୋଇଯାଇଥିଲା। ଫଳରେ ଆଉ ଗୋଟିଏ ଆମ୍ବୁଲାନ୍ସ ପହଞ୍ଚିବାକୁ ଅଧ ଘଣ୍ଟା ସମୟ ଲାଗିଥିଲା। ଆଉ ଏହି ସମୟ ମଧ୍ୟରେ ହିମାଂଶୁ ନନ୍ଦଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଥିଲା।

ତେବେ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବା ଯୋଗୁଁ ଅଥବା ଅନ୍ୟ କାରଣରୁ ତାଙ୍କର ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇ ନାହିଁ। ଏନେଇ ଘଟଣାର ତଦନ୍ତ କରାଯାଉ ବୋଲି କୁହାଯାଇଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.