ବନ୍ୟପ୍ରାଣୀ ତସ୍କରୀ ଅଭିଯୋଗରେ 2 ଶିକାରୀ ଗିରଫ; 5 ଗୋଧି ଚମଡା, 1 ସମ୍ବର ସିଙ୍ଘ ଜବତ

author img

By

Published : Sep 17, 2021, 5:15 PM IST

ବନ୍ୟପ୍ରାଣୀ ତଷ୍କରି ଅଭିଯୋଗରେ 2 ଶିକାରୀ ଗିରଫ, 5 ଗୋଧି ଚମଡା, 1 ସମ୍ବର ସିଂଗ ଜବତ

ସମ୍ବଲପୁର ହୀରାକୁଦ ବନ୍ୟପ୍ରାଣୀ ବିଭାଗ ଦ୍ଵାରା 2 ଶିକାରୀ ଗିରଫ। 5 ଗୋଧି ଚମଡା, 1 ସମ୍ବର ସିଙ୍ଘ ଜବତ। ଅଧିକ ପଢନ୍ତୁ...

ସମ୍ବଲପୁର: ଜିଲ୍ଲାର ହୀରାକୁଦ ବନ୍ୟପ୍ରାଣୀ ବିଭାଗକୁ ସଫଳତା ମିଳିଛି। ଆଜି(ଶୁକ୍ରବାର) ସମ୍ବଲପୁର ହୀରାକୁଦ ବନ୍ୟପ୍ରାଣୀ ବିଭାଗ ବନ୍ୟପ୍ରାଣୀ ତସ୍କରୀ ଅଭିଯୋଗରେ 2 ଜଣଙ୍କୁ ଗିରଫ କରିବା ସହ ବନ୍ୟପ୍ରାଣୀର ଶରୀରର ବିଭିନ୍ନ ଅଂଶ ଜବତ କରିଛି। ଏନେଇ ସମ୍ବଲପୁର ବନ୍ୟପ୍ରାଣୀ ବିଭାଗର ଡିଏଫଓ ଅଂଶୁପ୍ରଜ୍ଞା ଦାସ ସୂଚନା ଦେଇଛନ୍ତି।

ବନ୍ୟପ୍ରାଣୀ ତଷ୍କରି ଅଭିଯୋଗରେ 2 ଶିକାରୀ ଗିରଫ, 5 ଗୋଧି ଚମଡା, 1 ସମ୍ବର ସିଂଗ ଜବତ
ବନ୍ୟପ୍ରାଣୀ ତଷ୍କରି ଅଭିଯୋଗରେ 2 ଶିକାରୀ ଗିରଫ, 5 ଗୋଧି ଚମଡା, 1 ସମ୍ବର ସିଂଗ ଜବତ

ଗିରଫ ଅଭିଯୁକ୍ତଙ୍କ ଠାରୁ 5 ଗୋଧି ଚମଡା ଓ ଗୋଟିଏ ସମ୍ବର ସିଙ୍ଘ ଜବତ ହୋଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ରାମନିଧି ଭୁଏ ଓ କ୍ଷମାନିଧି ପ୍ରଧାନ। ଉଭୟ ବରଗଡ଼ ଜିଲ୍ଲାର ବୋଲି ଜଣାପଡ଼ିଛି। 2 ଜଣ ଶିକାରୀ ଅଭିଯୁକ୍ତ ଗାଈ ଚରାଳି ବୋଲି ସୂଚନା ମିଳିଛି। ଏହି ମାମଲାକୁ ନେଇ ଅଧିକ ତଦନ୍ତ ଜାରି ରହିଥିବା ସୂଚନା ଦିଆଯାଇଛି।



ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.