ହୀରାକୁଦରେ ଖୋଲିଲା ଆଉ 2 ଗେଟ, 12 ଗେଟ ଦେଇ ହେଉଛି ଜଳ ନିଷ୍କାସନ

author img

By

Published : Sep 21, 2021, 8:54 AM IST

ହୀରାକୁଦରେ ଖୋଲିଲା ଆଉ 2ଟି ଗେଟ, 12 ଗେଟ ଦେଇ ହେଉଛି ଜଳ ନିଷ୍କାସନ

ହୀରାକୁଦ ଡ଼୍ୟାମର ଖୋଲିଲା ଆଉ ଦୁଇଟି ଗେଟ । ଏନେଇ ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏବେ ମୋଟ ୧୨ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଛି । ଅଧିକ ପଢନ୍ତୁ...

ସମ୍ବଲପୁର: ହୀରାକୁଦ ଡ଼୍ୟାମର ଖୋଲିଲା ଆଉ ଦୁଇଟି ଗେଟ । ଏନେଇ ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ତେବେ ଜଳ ସ୍ତର ବଢୁଥିବାରୁ ଆଉ ୨ଟି ଗେଟ ଖୋଲାଯାଇଛି । ଏବେ ମୋଟ ୧୨ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଛି । ଜଳ ସ୍ତର ୬୨୯.୫୮ ଫୁଟ ରହିଛି । ହୀରାକୁଦ ଜଳ ଭଣ୍ଡାରକୁ ୧ ଲକ୍ଷ ୮୬ ହଜାର ୨୭୯ ଘନ ଫୁଟ ଜଳ ପ୍ରବେଶ କରୁଥିବା ବେଳେ ୨ଲକ୍ଷ ୧୬ ହଜାର ୭୯୪ ଘନଫୁଟ ଜଳ ନିଷ୍କାସିତ ହେଉଛି ।

ଏପଟେ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ରାଜ୍ୟର ୯ ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣାଙ୍କ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.