ଗିରଫ ହେଲେ ଭିଜିଲାନ୍ସ ଇନ୍ସପେକ୍ଟର ମାନସୀ, ନିର୍ଦ୍ଦେଶକ କହିଲେ କର୍ମୀଙ୍କ ଉପରେ ବି ରହିଛି ନଜର

author img

By

Published : May 14, 2022, 9:08 PM IST

ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଭିଜିଲାନ୍ସ ଇନ୍ସପେକ୍ଟର ମାନସୀ ଓ ରାୟଗଡ଼ା ଅବକାରୀ ଅଧିକ୍ଷକ ନିନା

ଚାକିରି ମାମଲାର ରଫାଦଫା କରିବାକୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଭିଜିଲାନ୍ସ ଇନ୍ସପେକ୍ଟର ମାନସୀ ଜେନା । ଅଧିକ ପଢ଼ନ୍ତୁ

ସମ୍ବଲପୁର/ଭୁବନେଶ୍ବର : ଗିରଫ ହେଲେ ଭିଜିଲାନ୍ସ ଇନ୍ସପେକ୍ଟର ମାନସୀ ଜେନା । ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ମାମଲାରେ ତାଙ୍କୁ ଗିରଫ କରାଯାଇଛି । ଖାଲି ସେତିକି ନୁହେଁ ମାନସୀଙ୍କ ସହଯୋଗୀ ମୁକେଶ ସାହୁ ମଧ୍ୟ ଗିରଫ ହୋଇଛନ୍ତି । ଭିଜିଲାନ୍ସ ବିଭାଗର ସ୍ୱତନ୍ତ୍ର ୟୁନିଟ୍ ତାଙ୍କୁ ଗିରଫ କରିଥିବା ନେଇ ସୂଚନା ମିଳିଛି ।

ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଭିଜିଲାନ୍ସ ଇନ୍ସପେକ୍ଟର ମାନସୀ ଓ ରାୟଗଡ଼ା ଅବକାରୀ ଅଧିକ୍ଷକ ନିନା

ସୂଚନାଯୋଗ୍ୟ ଯେ, ସମ୍ବଲପୁର ଭିଜିଲାନ୍ସ ଡିଭିଜନର ମହିଳା ଇନ୍ସିପେକ୍ଟର ଲାଞ୍ଚ ନେଉଥିବା ଅଭିଯୋଗରେ ଧରାପଡ଼ିଥିଲେ । ତାଙ୍କୁ ନିଜ ବିଭାଗର ଅଧିକାରୀ ହିଁ ଧରିଥିଲେ । ମହିଳା ଇନସପେକ୍ଟର ମାନସୀ ଜେନାଙ୍କ ବିରୋଧରେ ଲାଞ୍ଚ ନେଉଥିବା ଅଭିଯୋଗ ବାରମ୍ବାର ଆସୁଥିଲା । ତାଙ୍କ ଉପରେ ସତର୍କ ନଜର ରଖିଥିଲେ ବିଭାଗୀୟ ଭିଜିଲାନ୍ସ ୟୁନିଟ । ଏନେଇ ଆଜି ସମ୍ବଲପୁରରେ କଟକ ଭିଜିଲାନ୍ସ ସେଲର ଏସପି ଏମ୍.ରାଧାକୃଷ୍ଣନ ସୂଚନା ଦେଇଛନ୍ତି ।

ବରଗଡ଼ର ଜଣେ ଦଲାଲ ମୁକେଶ ସାହୁଙ୍କ ଜରିଆରେ ସେ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ । ସେହି ସମୟରେ ପ୍ରଥମେ ମୁକେଶ ସାହୁଙ୍କୁ ଧରିଥିଲା ଭିଜିଲାନ୍ସ । ଜଣେ ସରକାରୀ କର୍ମଚାରୀଙ୍କ ମାମଲା ରଫାଦଫା ପାଇଁ ସେ ଏହି ଲାଞ୍ଚ ନେଉଥିବା ଜଣାପଡ଼ିବା ପରେ ସମ୍ପୃକ୍ତ ମହିଳା ଇନସପେକ୍ଟର ମାନସୀ ଜେନାଙ୍କ ନିକଟରେ ପହଁଞ୍ଚି ଥିଲେ ଭିଜିଲାନ୍ସ ଅଧିକାରୀ । ବିଭିନ୍ନ ଦିଗକୁ ନେଇ ଛାନଭିନ୍ ଆରମ୍ଭ ହୋଇଛି । ଉଭୟ ମାନସୀ ଜେନା ଓ ମୁକେଶ ସାହୁଙ୍କ ବିଭିନ୍ନ ଠିକଣାରେ ଚଢ଼ଉ କରିଥିଲା ଭିଜିଲାନ୍ସ ।



ଗତକାଲି ଏହି ଅଭିଯୋଗରେ ସମ୍ବଲପୁର ମୋତିଜିରା ସ୍ଥିତ ମାନସୀ ଜେନାଙ୍କ ସରକାରୀ ବାସଭବନ ସହ ସୁନ୍ଦରଗଡ଼, ବରଗଡ଼ ଓ ଭୁବନେଶ୍ୱରରେ ଭିଜିଲାନ୍ସର ଏକକାଳୀନ ଚଢ଼ଉ ହୋଇଥିଲା । ଘଟଣାର ମଧ୍ୟସ୍ଥି ମୁକେଶ ସାହୁଙ୍କୁ ମଧ୍ୟ ମଧ୍ୟ ଗିରଫ କରିଛି ଭିଜିଲାନ୍ସ ବିଭାଗ । ତେବେ ଏହି ଘଟଣାରେ ଅନ୍ୟ କୌଣସି ଅଧିକାରୀଙ୍କ ସମ୍ପୃକ୍ତି ଅଛି ନା ସେନେଇ ମଧ୍ୟ ତଦନ୍ତ ଜାରି ରହିଛି ।

ସେହିପରି ରାୟଗଡ଼ା ଅବକାରୀ ଅଧିକ୍ଷକ ନିନା ବେଉରାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଭୁବନେଶ୍ୱର ଦୁର୍ନୀତି ନିବାରଣ ବିଭାଗ ତରଫରୁ ଚଢ଼ଉ କରି ତାଙ୍କ ଗାଡ଼ିରୁ ୬ ଲକ୍ଷ ଟଙ୍କା ଜବତ କରାଯାଇଛି । ସେ ଏହାର ହିସାବ ଦେଇପାରିନଥିଲେ । ନିନା ବେଉରା ରାୟଗଡ଼ାରୁ ଭୁବନେଶ୍ୱର ଆସୁଥିବା ବେଳେ ଖୋର୍ଦ୍ଧା ନିକଟ ଜାତୀୟ ରାଜପଥରେ ରେଡ ହୋଇଛି । ଏବେ ନିନା ବେଉରାଙ୍କ ଭୁବନେଶ୍ୱର ପଳାଶପଲ୍ଲୀ ଘର ଓ କଟକ ସ୍ଥିତ ଶ୍ୱଶୁର ଘର ଓ ସମ୍ପର୍କୀୟଙ୍କ ଘରେ ଚଢ଼ଉ ଚାଲିଛି । ଅନ୍ୟପକ୍ଷରେ ନିନାଙ୍କ ସ୍ୱାମୀ ତଥା ମାହାଙ୍ଗା ଥାନା ଅଧିକାରୀ ନିହାର ରଞ୍ଜନ ମହାନ୍ତି ଭୁବନେଶ୍ୱର ଭିିଜିଲାନ୍ସ ଏସପିଙ୍କ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.