ଭତ୍ତା ଟଙ୍କା ହଡପ ମାମଲା, ପୌରସଂସ୍ଥାର ଜଣେ କର୍ମଚାରୀ ଗିରଫ

author img

By

Published : May 21, 2022, 9:50 PM IST

ଭତ୍ତା ଟଙ୍କା ହଡପ ମାମଲା, ପୌରସଂସ୍ଥାର ଜଣେ କର୍ମଚାରୀ ଗିରଫ

ପୌରସଂସ୍ଥାରେ ଗରିବ ଅସହାୟ ଲୋକଙ୍କୁ ବଣ୍ଟନ ପାଇଁ ଆସୁଥିବା ଭତ୍ତା ଟଙ୍କା ହଡପ ଘଟଣା । ପୌରସଂସ୍ଥାର ଜଣେ କର୍ମଚାରୀ ଗିରଫ ହୋଇଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

ରାୟଗଡ଼ା: ପୌରସଂସ୍ଥାରେ ଗରିବ, ଅସହାୟ ଲୋକଙ୍କୁ ବଣ୍ଟନ ପାଇଁ ଆସୁଥିବା ଭତ୍ତା ଟଙ୍କା ହଡପ ଘଟଣା ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ପ୍ରାଥମିକ ତଦନ୍ତ କରି ଜଣେ କର୍ମଚାରୀଙ୍କୁ ଆଜି(ଶନିବାର) ଗିରଫ କରିଥିବା ଜଣାପଡିଛି । ଏହି ଅର୍ଥ ହଡ଼ପ ମାମଲାରେ ସଂପୃକ୍ତ ଥିବା ଅଧିକାରୀ ଓ ନେତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ଆଜି ଭିଜିଲାନ୍ସ ସୂଚନା ଦେଇଛି ।

ଭତ୍ତା ଟଙ୍କା ହଡପ ମାମଲା, ପୌରସଂସ୍ଥାର ଜଣେ କର୍ମଚାରୀ ଗିରଫ

ଗତ ଏପ୍ରିଲ ୨୦୧୭ରୁ ଡିସେମ୍ବର ମାସ ମଧ୍ୟରେ ଭତ୍ତା ବାବଦରେ ୨୫ଲକ୍ଷ ୨୦ହଜାର ୭୦୦ଟଙ୍କା ହଡପ ହୋଇଥିବା ପୌରସଂସ୍ଥାର ଅଡି଼ଟ ଧରିବା ପରେ ଘଟଣା ପଦାକୁ ଆସିଥିଲା । ଗତ ମଙ୍ଗଳବାର ରାୟଗଡା ଭିଜିଲାନ୍ସ ଡିଏସପି ସୁରେନ୍ଦ୍ରନାଥ ରାଇଗୁରୁଙ୍କ ନେତୃତ୍ବର ଏକ ଟିମ ଗୁଣପୁର ପୌରସଂସ୍ଥା କାର୍ଯ୍ୟାଳୟକୁ ଆସି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ଭିଜିଲାନ୍ସର ପ୍ରାଥମିକ ତଦନ୍ତ ପରେ ପୂର୍ବତନ କୋଷାଧ୍ୟକ୍ଷ ତଥା ଟିକସ କଲେକ୍ଟର ବି.ମାଲିକେଶ୍ବରଙ୍କ ନାମରେ ଗତକାଲି ଦୁର୍ନୀତି ନିବାରଣ ବିଭାଗ ଏକ ମାମଲା ରୁଜୁ କରି ଆଜି ରାୟଗଡାରେ ଗିରଫ କରିଛନ୍ତି ।

ଗିରଫ ମାଲିକେଶ୍ବରଙ୍କୁ ଆଜି ସନ୍ଧ୍ୟାରେ ଜୟପୁର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଛି । ଭିଜିଲାନ୍ସରେ ଏଭଳି ସ୍ବଳ୍ପ ସମୟରେ ଏତେ ବଡ଼ କାର୍ଯ୍ୟାନୁଷ୍ଠାନକୁ ସାଧାରଣରେ ବେଶ ପ୍ରଶଂସା କରାଯାଉଛି । ଅନ୍ୟପକ୍ଷରେ ଏହି ହଡ଼ପ ଟଙ୍କା କେଉଁ ନେତା ଓ ଅଫିସର ଭାଗବଣ୍ଟା କରିଛନ୍ତି ଓ କାହା ଛତ୍ରଛାୟା ତଳେ ରହି ଏତେ ବଡ଼ ଦୁର୍ନୀତି କରାଯାଇଛି ତାହା ଏବେ ଦୁର୍ନୀତି ନିବାରଣ ବିଭାଗ ଖୋଳତାଡ ଆରମ୍ଭ କରିଛି । ଆଜି ଗିରଫ ମାଲିକେଶ୍ବର ଦୁର୍ନୀତି ନିବାରଣ ବିଭାଗ ନିକଟରେ ଗତ ୨ ଦଶନ୍ଧି ଧରି ପୌରସଂସ୍ଥାରେ ଚାଲିଥିବା ବିଭିନ୍ନ ଦୁର୍ନୀତି ସମ୍ପର୍କରେ ସୂଚନା ସଂଗ୍ରହ କରି ପରବର୍ତ୍ତୀ ସମୟରେ ନେତା ଓ ଅଫିସରକୁ ତଦନ୍ତର ପରିସରଭୁକ୍ତ କରାଯିବ ବୋଲି ସୂଚନା ମିଳିଛି ।

ବିଶେଷ କରି ପାର୍କ ନିର୍ମାଣ, ପରିମଳ ବ୍ୟବସ୍ଥା, ବିଆରଜିଏଫ ପାଣ୍ଠିର ଚଞ୍ଚକତା ଇତ୍ୟାଦି ଯୋଜନାରେ ବଡଧରଣର ଘୋଟଲା ହୋଇଥିବା ଭିଜିଲାନ୍ସର ପ୍ରାଥମିକ ତଦନ୍ତରେ ଜଣାପଡିଛି । ଆଜି ପୌରସଂସ୍ଥାର ଜଣେ କର୍ମଚାରୀଙ୍କୁ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଗିରଫ କରିବା ପରେ ଅନ୍ୟ କେତେକ ଦୁର୍ନୀତି ଗ୍ରସ୍ତ କର୍ମଚାରୀ ଓ ନେତାମାନଙ୍କ ମଧ୍ୟରେ ଛନକା ପଶିଛି । ଦେଖିବାକୁ ବାକି ରହିଲା ଭିଜିଲାନ୍ସ ତଦନ୍ତ କେଉଁ ଆଡକୁ ଯାଉଛି ଓ କେଉଁ ଅଫିସର ଓ ନେତା, କର୍ମଚାରୀ ଭିଜିଲାନ୍ସ ପଞ୍ଝାରେ ପଡିବେ ।

ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.