କାଜୁ ତୋଟାରୁ ଦୁଇଟି ହାତୀ ଦାନ୍ତ ଜବତ, ୨ ଗିରଫ

author img

By

Published : May 23, 2022, 10:56 PM IST

କାଜୁ ତୋଟାରୁ ଦୁଇଟି ହାତୀ ଦାନ୍ତ ଜବତ, ଦୁଇ ଗିରଫ

ଗୁଣପୁର ବନ ବିଭାଗ ପାଟ୍ରୋଲିଂ କରୁଥିବା ସମୟରେ ହାତୀ ଦାନ୍ତ ଜବତ ସହ ଦୁଇ ଗିରଫ ହୋଇଛନ୍ତି । ଅଧିକ ପଢନ୍ତୁ

ରାୟଗଡା: ଗୁଣପୁର ବନ ବିଭାଗ ପାଟ୍ରୋଲିଂ କରୁଥିବା ସମୟରେ ହାତୀ ଦାନ୍ତ ଜବତ ସହ ଦୁଇ ଜଣଙ୍କୁ ଗିରଫ କରିଛନ୍ତି । ରାୟଗଡା ଜିଲ୍ଲା ଗୁଡାରୀ ରେଞ୍ଜର ପଦ୍ମପୁର ତହସିଲ ହସ୍ତିନାପୁର ନିକଟ ଏକ କାଜୁ ତୋଟାରୁ ଦୁଇଟି ହାତୀ ଦାନ୍ତ ଜବତ କରିଛି ବନ ବିଭାଗ କର୍ମଚାରୀ ।

କାଜୁ ତୋଟାରୁ ଦୁଇଟି ହାତୀ ଦାନ୍ତ ଜବତ, ଦୁଇ ଗିରଫ

ଜବତ କରାଯାଇଥିବା ହାତୀ ଦାନ୍ତ ଦୁଇଟିର ଓଜନ ୩ କେଜି ୭୦ ଗ୍ରାମ ଓ ୩ କେଜି ୩୧୦ ବୋଲି ଜଣାପଡିଛି । ଗିରଫ ଦୁଇ ଜଣ ହେଲେ ପଦ୍ମପୁର ତହସିଲର କିନ୍ଦ୍ରାଗୁଡା ଗାଁର ଜାକବ ମାଝୀ ଓ ଡେରିଗାଁର ପଦ୍ମନ କାଡ୍ରାକା । ଆସନ୍ତାକାଲି(ମଙ୍ଗଳବାର) ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି ବନ ବିଭାଗ ଅଧିକାରୀ ଗଙ୍ଗାଧର ମିଶ୍ର ।

କାଜୁ ତୋଟାରୁ ଦୁଇଟି ହାତୀ ଦାନ୍ତ ଜବତ, ଦୁଇ ଗିରଫ
କାଜୁ ତୋଟାରୁ ଦୁଇଟି ହାତୀ ଦାନ୍ତ ଜବତ, ଦୁଇ ଗିରଫ

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.