ଅବକାରୀ ଆଇନ ଉଲଙ୍ଘନ କରି ମଦ ଦୋକାନ ଖୋଲିବାକୁ ଜିଲ୍ଲା କଂଗ୍ରେସର ବିରୋଧ

author img

By

Published : Sep 5, 2021, 9:52 PM IST

ଅବକାରୀ ଆଇନ ଉଲଙ୍ଘନ କରି ମଦ ଦୋକାନ ଖୋଲିବାକୁ ଜିଲ୍ଲା କଂଗ୍ରେସର ବିରୋଧ

ଅବକାରୀ ଆଇନକୁ ସଂପୂର୍ଣ୍ଣ ରୂପେ ଉଲଘଂନ କରାଯାଇଥିବା ନେଇ ଅଭିଯୋଗ କରିଛି ଜିଲ୍ଲା କଂଗ୍ରେସ । ତେବେ ବେଆଇନ ମଦ ଦୋକାନ ସୁପାରିଶ ଅଭିଯୋଗରେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି କଂଗ୍ରେସ ।ଅଧିକ ପଢନ୍ତୁ...

ରାୟଗଡା: ଦୁର୍ନୀତିର ଗନ୍ତାଘର ସାଜିଛି ରାୟଗଡା ଜିଲ୍ଲା ଅବକାରୀ ବିଭାଗ । କିଛିଦିନ ତଳେ ଖୋଦ୍ ଅବକାରୀ ଅଧୀକ୍ଷକ ଏବଂ ଦୁଇଜଣ କନେଷ୍ଟବଳ ଲାଞ୍ଚ ମାଗିବା ମାମଲା ପଦାକୁ ଆସିବା ପରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ଆଉ ଏହି ଘଟଣାକୁ ନେଇ ଶେଷରେ ସରକାର ଅବକାରୀ ଅଧୀକ୍ଷକ ଓ କନେଷ୍ଟବଳଙ୍କୁ ଚାକିରୀରୁ ନିଲମ୍ବନ କରିଥିଲେ ।

ଅବକାରୀ ଆଇନ ଉଲଙ୍ଘନ କରି ମଦ ଦୋକାନ ଖୋଲିବାକୁ ଜିଲ୍ଲା କଂଗ୍ରେସର ବିରୋଧ

ଜିଲ୍ଲାରେ ଏବେ ପୁଣି ଏକ ଦୁର୍ନୀତି ପଦାକୁ ଆସିଥିବା ନେଇ ସୂଚନା ମିଳିଛି । ଜଣେ ନିର୍ଦ୍ଦିଷ୍ଟ ମଦ ବ୍ୟବସାୟୀଙ୍କୁ ଅହେତୁକ ଅନୁକମ୍ପା ଦେଖାଇ ଜିଲ୍ଲାରେ ୩ଟି ବିୟର ପାର୍ଲର ଖୋଲିବା ପାଇଁ ଅବକାରୀ ନିୟମକୁ ଉଲଙ୍ଘନ କରି ବ୍ୟବସାୟୀଙ୍କ ସପକ୍ଷରେ ବିୟର ପାର୍ଲର ହେବାନେଇ ଜାଲ କାଗଜ ପ୍ରସ୍ତୁତ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଯାହାକୁ ନେଇ ପୁଣି ଥରେ ଚର୍ଚ୍ଚାକୁ ଆସିଛି ଅବକାରୀ ବିଭାଗ । ଆଉ ଏହି ଘଟଣାକୁ ନେଇ ଆଜି ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରାଯାଇଥିଲା । ନିର୍ଦ୍ଦିଷ୍ଟ ମଦବ୍ୟବସାୟୀଙ୍କୁ ଜିଲ୍ଲାରେ ମଦ ଦୋକାନ ଖୋଲିବା ପାଇଁ ଯେପରି ଅବକାରୀ ନିୟମକୁ ଅଣଦେଖା କରାଯାଇ ଅହେତୁକ ଅନୁକମ୍ପା ଦେଖାଯାଇଛି, ତାହା ନିନ୍ଦନୀୟ ଘଟଣା ବୋଲି ଶ୍ରୀପଣ୍ଡା ଅଭିଯୋଗ କରିଛନ୍ତି ।

ସୂଚନାନୁସାରେ ଗତ ମାର୍ଚ୍ଚ ମାସ ଠାରୁ ଅଗଷ୍ଟ ମାସ ମଧ୍ୟରେ ସମସ୍ତ ଅବକାରୀ ଆଇନକୁ ଉଲଙ୍ଘନ କରି ଜିଲ୍ଲାର ଗୁଣପୁର, ଟିକିରି ଓ ରାୟଗଡା ସହରର କପିଳାସ ରୋଡ ଠାରେ ୩ଟି ଠିପି ଖୋଲା ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ଜିଲ୍ଲା ପ୍ରଶାସନ ଓ ଅବକାରୀ ଅଧିକ୍ଷକଙ୍କ ବିନା ସୂଚନା ଓ ବିନା କୌଣସି ଗ୍ରାମସଭା କରି ଅବକାରୀ କମିଶନରଙ୍କୁ ସୁପାରିଶ କରିଛନ୍ତି ବୋଲି ଶ୍ରୀପଣ୍ଡା ପ୍ରଶ୍ନ କରିଛନ୍ତି ।

ସେପଟେ ଏହି ଘଟଣାକୁ ନେଇ ଜିଲ୍ଲା କଂଗ୍ରେସ ସଭାପତି କହିଛନ୍ତି କି ଯଦି ଆଗାମୀ ୧୫ଦିନ ମଧ୍ୟରେ ଦୋଷୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ ଯାଏ, ତେବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଆନ୍ଦୋଳନ ତୀବ୍ରତର ହେବ ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.